୮୦ କେଜି ଗଞ୍ଜେଇ ଜବତ, ଦୁଇ ଅଭିଯୁକ୍ତ ଗିରଫ

ଫୁଲବାଣୀ : କନ୍ଧମାଳ ଜିଲାରେ ଦିନକୁଦିନ ବେଆଇନ ଗଂଜେଇ ଚାଷ ଓ ଚୋରାଚାଲାଣ ବଢିଚାଲିଥିବାରୁ ଏହାକୁ ରୋକିବା ପାଇଁ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ସଚେତନତା ସଭା କରୁଛନ୍ତି l ହେଲେବି ଗଞ୍ଜେଇ ମାଫିଆଙ୍କ ସୁଧୁରିବାକୁ ନାରାଜ l ଗଞ୍ଜେଇ ମାଫିଆମାନେ ସତେ ଯେପରି ଏକ ବ୍ୟବସାୟ ଭାବେ ଆପଣେଇ ନେଇଛନ୍ତି l ଏହିପରି ଏକ ଚୋରା ଚାଲାଣ କାରବାର ହେଉଥିବା ସମୟରେ
ଫୁଲବାଣୀ ସଦର ଅବକାରୀ ବିଭାଗ କୌଣସି ସୂତ୍ରରୁ ଖବର ପାଇ ଅବକାରୀ ଅଧିକ୍ଷକ ପ୍ରବୀର କୁମାର ସମାଲଙ୍କ ନିର୍ଦ୍ଧେଶ ରେ ସବଇନ୍ସପେକ୍ଟର ସାଗର ଭୋଇ, ଏ ଏସ ଆଇ ସୁକାନ୍ତ କୁମାର କହଁର, ଅନିଲ କୁମାର ବେହେରା, ସଂଜୀବ ପ୍ରଧାନ, ମିଲନ କୁମାର ସାହୁ ପ୍ରମୁଖ ଖଜୁରିପଡା ଥାନା ଅନ୍ତର୍ଗତ ବାରପଲିଆ ଛକ ଠାରେ ପେଟ୍ରୋଲିଂ କରୁଥିଲେ l ଏହି ସମରେ ଦୁଇଜଣ ଲୋକ ଏକ ମାରୁତି ଅଲ୍ଟ କାରରେ ଆସୁଥିବାର ଦେଖିଥିଲେ l ସନ୍ଦେହରେ କାରକୁ ଅଟକାଇ ଖୋଜା ଖୋଜି କରିଥିଲେ l କାର ଭିତରୁ ୩ ଟି ଗଞ୍ଜେଇ ପଲିଥିନ ବସ୍ତା ଜବତ କରିଥିଲେ l ଯାହାର ଓଜନ ୮୦ କେଜି ଥିଲା l ଏଥି ସହିତ କାର ସହ ଦୁଇ ଅଭିଯୁକ୍ତଙ୍କୁ ମଧ୍ଯ ଗିରଫ କରିଥିଲା l ଗିରଫ୍ ଅଭିଯୁକ୍ତ ମାନେ ହେଲେ ବଳରାମ ବେହେରା ଓ ଜ୍ଯୋତି ପ୍ରକାଶ ମଲ୍ଲିକ ବୋଲି ଅବକାରୀ ବିଭାଗ ପକ୍ଷରୁ ଜଣାପଡିଛି l ଏ ନେଇ ଅବକାରୀ ବିଭାଗ ଥାନା କେଶ ନଂ ୦୩/୨୩ ରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି l ତଦନ୍ତ ଜାରି ରହିଛି ଆଗକୁ ଏହି ଗଞ୍ଜେଇ କାରବାର ରେ ଲିପ୍ତ ଥିବା ସମସ୍ତଙ୍କୁ ଗୋଟି ଗୋଟି କରି ଧରାଯିବ ବୋଲି ଅବକାରୀ ବିଭାଗ ଅଧିକ୍ଷକ କହିଛନ୍ତି l

nis-ad
Leave A Reply

Your email address will not be published.