ଜିଲ୍ଲାର ପଛୁଆ ବର୍ଗର ଲୋକଙ୍କ ସର୍ଭେ ନେଇ ଦିନିକିଆ ପ୍ରଶିକ୍ଷଣ ଶିବିର

ମାଲକାନଗିରି (୦୪/୦୪) : ଓଡ଼ିଶା ପଛୁଆ ବର୍ଗ ଆୟୁକ୍ତଙ୍କ ନିର୍ଦ୍ଦେଶ କ୍ରମେ ଓଡ଼ିଶାର ପଛୁଆ ବର୍ଗର ଲୋକଙ୍କ ସାମାଜିକ ଓ ଶିକ୍ଷାଗତ ସ୍ଥିତି ସମ୍ପର୍କରେ ସର୍ଭେ କରିବା ନିମନ୍ତେ ଆଜି ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ଏନୁମେରେଟର ଏବଂ ସୁପରଭାଇଜରଙ୍କ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ବିଶାଲ ସିଂଙ୍କ ତତ୍ତ୍ଵାବଧାନରେ ଏହି ଶିବିର ଅନୁଷ୍ଠିତ ହୋଇଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ, ରାଜସ୍ୱ, ଶ୍ରୀ ମହେଶ୍ୱର ଚନ୍ଦ୍ର ନାଏକ ଓ ଅତିରିକ୍ତ ଜିଲ୍ଲାପାଳ, ସଧାରଣ, ଶ୍ରୀ ତ୍ରିନାଥ ମାଝୀ ଉପସ୍ଥିତ ଥିଲେ। ଏହି ଶିବିରରେ ରାଜ୍ୟ ସ୍ତରୀୟ ପର୍ଯ୍ୟବେକ୍ଷକ ଭାବେ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ସଚିବ, ଶ୍ରୀ ଦଳମଣି ପଟେଲ ଯୋଗ ଦେଇଥିଲେ। ଏହି ନିମନ୍ତେ ଜିଲ୍ଲାରେ ୫୮୦ ଗୋଟି ସର୍ଭେ କେନ୍ଦ୍ର କରାଯାଇଅଛି ଓ ଏଥିରେ ୫୮୦ ଜଣ ଏନୁମେରେଟର୍ ନିଯୁକ୍ତି ପାଇଛନ୍ତି।

ସେହିପରି ତଦାରଖ କରିବା ପାଇଁ ୫୯ ଜଣ ସୁପରଭାଇଜର ନିଯୁକ୍ତି ହୋଇଛନ୍ତି। ଏହି ପ୍ରଶିକ୍ଷଣ ପରେ ଜିଲ୍ଲାରେ ଆସନ୍ତା ୧ ମଇ ଠାରୁ ୨୭ ମଇ, ୨୦୨୩ ପର୍ଯ୍ୟନ୍ତ ସାମଜିକ ପଛୁଆ ବର୍ଗ ଲୋକଙ୍କ ସର୍ଭେ କାର୍ଯ୍ୟ ଆରମ୍ଭ ହେବ । ସେହିପରି ବ୍ଲକ ସ୍ତରରେ ଅର୍ଥାତ୍ ଜିଲ୍ଲାର ୭ ଟି ବ୍ଲକ୍ ରେ ଏପ୍ରିଲ ୧୦ ରୁ ଏପ୍ରିଲ୍ ୧୩ ପର୍ଯ୍ୟନ୍ତ ପ୍ରଶିକ୍ଷଣ ଅନୁଷ୍ଠିତ ହେବ। ଚିତ୍ରକୋଣ୍ଡାରେ ୮୮ ଜଣ ଏନୁମେରେଟର୍ ଓ ୭ ଜଣ ସୁପରଭାଇଜର, ଖଇରପୁଟରେ ୫୫ ଜଣ ଏନୁମେରେଟର୍ ଓ ୬ ଜଣ ସୁପରଭାଇଜର, କୋରକୁଣ୍ଡାରେ ୬୦ ଜଣ ଏନୁମେରେଟର୍ ଓ ୬ ଜଣ ସୁପରଭାଇଜର, ମାଲକାନଗିରି ରେ ୯୫ ଜଣ ଏନୁମେରେଟର୍ ଓ ୧୧ଜଣ ସୁପରଭାଇଜର, ମାଥିଲି ରେ ୧୦୦ ଜଣ ଏନୁମେରେଟର୍ ଓ ୧୦ ଜଣ ସୁପରଭାଇଜର, ପଡ଼ିଆ ରେ ୪୦ ଜଣ ଏନୁମେରେଟର୍ ଓ ୪ ଜଣ ସୁପରଭାଇଜର, କାଲିମେଳା ରେ ୧୧୫ ଜଣ ଏନୁମେରେଟର୍ ଓ ୧୧ ଜଣ ସୁପରଭାଇଜର, ବାଲିମେଳା ଏନ ଏ ସିରେ ୧୦ ଜଣ ଏନୁମେରେଟର୍ ଓ ୭ ଜଣ ସୁପରଭାଇଜର, ମାଲକାନଗିରି ପୌରାଞ୍ଚଳରେ ୧୭ ଜଣ ଏନୁମେରେଟର୍ ଓ ୨ ଜଣ ସୁପରଭାଇଜର ନିଯୁକ୍ତି ପାଇଛନ୍ତି। ପଛୁଆ ବର୍ଗର ସମସ୍ତ ଜନସାଧାରଣ ସ୍ୱଇଚ୍ଛାକୃତ ଭାବେ ଯାଇ ସର୍ଭେ କେନ୍ଦ୍ରରେ ନିଜର ତଥ୍ୟ ପ୍ରଦାନ କରି ପଞ୍ଜୀକରଣ କରିପାରିବେ। ସଚେତନତା ସୃଷ୍ଟି ନିମନ୍ତେ ସମଗ୍ର ଜିଲ୍ଲାରେ ପ୍ରଚାର ପ୍ରସାର ବ୍ୟବସ୍ଥା କରାଯାଇଛି। ସର୍ଭେ ପରେ ୨୭ ଜୁନ୍ ୨୦୨୩ ରେ ଡ୍ରାଫ୍ଟ ପ୍ରକାଶ କରାଯିବ। ଏ ନେଇ ୨୮ ଜୁନ ରୁ ୩ ଜୁଲାଇ ୨୦୨୩ ପର୍ଯ୍ୟନ୍ତ ଜନସାଧାରଣ ଅଭିଯୋଗ ଦାଖଲ କରିପାରିବେ । ସଂପୂର୍ଣ୍ଣ ପ୍ରସ୍ତୁତ ଡ୍ରାଫ୍ଟକୁ ୧୨ ଜୁଲାଇ ୨୦୨୩ ରେ ପ୍ରକାଶ କରାଯିବ। ଏହି ପ୍ରଶିକ୍ଷଣ ନିମନ୍ତେ ଜିଲ୍ଲାରୁ ଅତିରିକ୍ତ ଜିଲ୍ଲାପାଳ ସଧାରଣ, ଡେପୁଟି କଲେକ୍ଟର, ପ୍ରମୋଦ କୁମାର ବେହେରା, ଚିତ୍ରକୋଣ୍ଡା ତହସିଲଦାର, ଟି ପଦ୍ମନାଭ ଦୋରା, ଏପିଡି ହିମାଂଶୁ ମହାରଣା ଜିଲ୍ଲା ସ୍ତରୀୟ ମାଷ୍ଟର ଟ୍ରେନର ଭାବେ ପ୍ରଶିକ୍ଷଣ ନେଇଛନ୍ତି। ଏହି ସ୍ଵତନ୍ତ୍ର ସର୍ଭେ ନିମନ୍ତେ ଜିଲ୍ଲାପାଳ ଅଧ୍ୟକ୍ଷ, ଅତିରିକ୍ତ ଜିଲ୍ଲାପାଳ ଜିଲ୍ଲା ନୋଡାଲ ଅଧିକାରୀ, ଡେପୁଟି କଲେକ୍ଟର ଡେପୁଟି ଜିଲ୍ଲା ନୋଡାଲ ଅଧିକାରୀ, ସମସ୍ତ ବିଡିଓ ବ୍ଲକ ନୋଡାଲ ଅଧିକାରୀ, ନିର୍ବାହୀ ଅଧିକାରୀ ପୌରାଞ୍ଚଳ ନୋଡାଲ ଅଧିକାରୀ ଅଛନ୍ତି। ଆଜିର ଏହି ଶିବିରରେ ସମସ୍ତ ସିଡିପିଓ , ବିଡିଓ, ତହସିଲଦାର , ବିଇଓ ଓ ନିର୍ବାହୀ ଅଧିକାରୀ ମାନେ ଉପସ୍ଥିତ ଥିଲେ।

nis-ad
Leave A Reply

Your email address will not be published.