ବାରିପଦା କୃଷ୍ଣଚନ୍ଦ୍ର ଗୋଲେଇ ନିକଟରେ ସ୍କୁଟିକୁ ପଛରୁ ପିଟିଲା ବସ୍‌, ଘଟଣାସ୍ଥଳରେ ଯୁବତୀ ମୃତ

ବାରିପଦା: ସ୍କୁଟିକୁ ପଛରୁ ପିଟିଲା ବସ୍‌ । ଘଟଣାସ୍ଥଳରେ ଜଣେ ଯୁବତୀ ମୃତ । ଅନ୍ୟ ଜଣେ ଆହତ । ମୟୂରଭଞ୍ଜ ଜିଲ୍ଲା ବାରିପଦା ଟାଉନ ଥାନା ଅନ୍ତର୍ଗତ କୃଷ୍ଣଚନ୍ଦ୍ର ଗୋଲେଇ ନିକଟରେ ଦୁର୍ଘଟଣା ଘଟିଛି । ଏକ ସ୍କୁଟିରେ ୨ ଜଣ ଯୁବତୀ ଯାଉଥିବା ବେଳେ ଉଦଳାରୁ ଆସୁଥିବା ଦୁଲାରୀ ନାମକ ବସ୍‌ ସେମାନଙ୍କୁ ଧକ୍କା ଦେଇଥିଲା ।

ଦୁର୍ଘଟଣାରେ ଜଣେ ସାମାନ୍ୟ ଆହତ ହୋଇଥିବା ବେଳେ ଅନ୍ୟ ଜଣେ ଘଟଣାସ୍ଥଳରେ ହିଁ ମୃତ୍ୟୁବରଣ କରିଛନ୍ତି । ମୃତ ମହିଳା ହେଲେ କାନ୍ତିପ୍ରଭା ମହାପାତ୍ର । ବାରିପଦା ଟାଉନ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି । ଆହତଙ୍କୁ ବାରିପଦା ମେଡିକାଲରେ ଭର୍ତ୍ତି କରାଯାଇଛି । ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ପୋଲିସ ।

nis-ad
Leave A Reply

Your email address will not be published.