ସଫଳ ହେଲା ଅସ୍ତ୍ରୋପଚାର: ଦୀର୍ଘ ୪ ଘଣ୍ଟାର ଅପରେସନ୍‌ ପରେ ଯୁବକଙ୍କ ମଳଦ୍ୱାରରୁ ବାହାରିଲା ଶାବଳ

ବାଲିଗୁଡା : ଦୀର୍ଘ ଚାରିଘଣ୍ଟାର ଅପରେସନ୍‌ ପରେ ଯୁବକଙ୍କ ମଳଦ୍ୱାରରେ ପଶିଥିବା ଶାବଳକୁ ବାହାର କରାଯାଇଛି। ବ୍ରହ୍ମପୁର ଏମ୍‌କେସିଜି ମେଡିକାଲର ସର୍ଜରୀ ବିଭାଗ ବରିଷ୍ଠ ଡାକ୍ତରମାନଙ୍କ ଦ୍ଵାରା ଅସ୍ତ୍ରୋପଚାର ସଫଳ ହୋଇଛି। ୧୬ ବର୍ଷୀୟ ଶକ୍ତି ପାଟଗୁରୁଙ୍କ ମଳଦ୍ୱାରରୁ ବାହାର କରାଯାଇଛି ଶାବଳ । ଅସ୍ତ୍ରୋପଚାର ପରେ ଶକ୍ତି ସୁସ୍ଥ ଅଛନ୍ତି। ତାଙ୍କୁ ବର୍ତ୍ତମାନ ଆଇସିୟୁରେ ରଖାଯାଇଛି। ଦୁଇ ଦିନ ଯାଏ ଆଇସିୟୁରେ ରଖି ତାଙ୍କ ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ କରାଯିବ । ତାଙ୍କୁ ଘରକୁ ଯିବା ପାଇଁ ଅନୁମତି ଦିଆଯିବ। ମଳଦ୍ୱାର ଦେଇ ଶାବଳ ପଶିବା ଯୋଗୁ ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଲାଗିଛି। ଶକ୍ତିଙ୍କ ସ୍ୱାସ୍ଥ୍ୟବସ୍ଥାରେ ସାମାନ୍ୟ ସୁଧାର ଆସିବା ପରେ ତାଙ୍କର ଅଧିକ ଚିକିତ୍ସା କରାଯିବ। ସର୍ଜରୀ ବିଭାଗର ଆସୋସିଏଟ ପ୍ରଫେସର ଆଇ.ଗୋପାଲ ଏହି ସୂଚନା ଦେଇଛନ୍ତି ।

ଗତକାଲି ମଳଦ୍ୱାରରେ ଶାବଳ ପଶିଯିବାରୁ ଯୁବକ ଗୁରୁତର ହୋଇଥିଲେ। କନ୍ଧମାଳ ଜିଲ୍ଲା କୋଟଗଡ ଥାନା ତଳ ସୁବର୍ଣ୍ଣଗିରି ଗାଁର ଘଟଣା। ଗୁରୁତର ଯୁବକଙ୍କୁ ପ୍ରଥମେ କୋଟଗଡ଼ ,ପରେ ବାଲିଗୁଡା ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ପରେ ସ୍ଥିତି ଗମ୍ଭୀର ହେବାରୁ ତାଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ତଳ ସୁବର୍ଣ୍ଣଗିରି ସରକାରୀ ସ୍କୁଲ ରିପ୍ୟାରିଙ୍ଗ୍‌ କାର୍ଯ୍ୟ କରୁଥିବା ସମୟରେ ଏଭଳି ଅଘଟଣ ଘଟିଥିଲା। ପ୍ରଥମେ ଆଜବେଷ୍ଟସ ଭାଙ୍ଗି ଶାବଳଟି ତଳେ ଖସି ପଡିଥିଲା। ଶାବଳଟି ଉପରକୁ ମୁନିଆ ପଟେ ରହିଥିଲା l ପରେ ଶକ୍ତି ବି ଆଜବେଷ୍ଟସ ଉପରୁ ତଳକୁ ଖସି ପଡ଼ିଥିଲେ । ଭୂଇଁରେ ଉପର ମୁହାଁ ହୋଇ ରହିଥିବା ଶାବଳଟି ଶକ୍ତିଙ୍କ ମଳଦ୍ୱାରରେ ପଶି ଯାଇଥିଲା ।

nis-ad
Leave A Reply

Your email address will not be published.