ରାସ୍ତା ନିର୍ମାଣ କାମରେ ନିମ୍ନମାନର ସାମଗ୍ରୀ ବ୍ୟବହାର ନେଇ ଅଭିଯୋଗ କଲେ ଗ୍ରାମବାସୀ

ମାଲକାନଗିରି,(୧।୪) : ରାସ୍ତା ନିର୍ମାଣ କାମରେ ନିମ୍ନ ମାନର ସାମଗ୍ରୀ ବ୍ୟବହାର ନେଇ ଅଭିଯୋଗ କଲେ ଗ୍ରାମବାସୀ । ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଡୁଡାମେଟା ଗ୍ରାମ ପଞ୍ଚାୟତରୁ ଏହିପରି ଅଭିଯୋଗ ଆସିଥିବା ବେଳେ ସୂଚନା ଥାଉକି ଡୁଡାମେଟା ଗ୍ରାମ ପଞ୍ଚାୟତ କୋୟାଗୁଡା ଠାରୁ ଡୁଟେଲଗୁଡାଦେଇ ଡୁଡାମେଟା ଗ୍ରାମପଞ୍ଚାୟତ ସଦରକୁ ସଂଯୋଗ କରୁଥିବା ରାସ୍ତାଟି ବହୁ ଦିନଧରୀ ଅହେଳିତ ହୋଇ ପଡିଥିଲା । ଉକ୍ତ ରାସ୍ତା ଦେଇ ଡୁଡାମେଟା ଗ୍ରାମପଞ୍ଚତ ବହୁ ଗ୍ରାମ ସମେତ ମରିୱାଡା ଗ୍ରାମପଞ୍ଚାୟତ ସମସ୍ତଗ୍ରାମରୁ କୋରୁକୋଣ୍ଡା ବ୍ଲକ ସଦରକୁ ଯିବା ଆସିବା କରିବା ପାଇଁ ଏହା ମୁଖ୍ୟ ରାସ୍ତା ଅଟେ । ବହୁଦିନ ପରେ ଉକ୍ତ ରାସ୍ତାଟି ୨୦୨୨-୨୩ ଆର୍ଥିକ ବର୍ଷରେ ପ୍ରଧାନ ମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା ମାଧ୍ୟମରେ ଗ୍ରାମ୍ୟ ଉନ୍ନୟନ ସଂସ୍ଥା ମାଲକାନଗିରି୧ ମାଧ୍ୟମରେ ତାରା ପ୍ରସାଦ ମିଶ୍ର ନାମକ ଠିକାଦାରଙ୍କୁ ଉକ୍ତ ରାସ୍ତା ନିର୍ମାଣ କରିବାପାଇଁ ଟେଣ୍ଡର ପ୍ରଦାନ କରାଗଲା । ସୂଚନା ଫଳକ ଅନୁଯାଇ ଉକ୍ତରାସ୍ତା କାମ ଗତବର୍ଷ ୧୨/୬/୨୦୨୨ରେ ରାସ୍ତା କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ମୋଟ ଦର୍ଘ୍ୟ-୫.୧୪୦ରାସ୍ତାରେ ଆଠ ଗୋଟି ଶଙ୍ଖ ପିଚୁ ରାସ୍ତା ସମେତ ସମସ୍ତ କାମ ୧୫/୩/୨୦୨୩ ମଧ୍ୟରେ ସାରିବାକୁ ନିର୍ଦେଶ ରହିଥିଲା । କିନ୍ତୁ ବିଡମ୍ବନାର ବିଷୟ ଉକ୍ତ ରାସ୍ତା କାର୍ଯ୍ୟବହୁ ନିମ୍ନ ମାନର ହେଉଥିବା ଅଭିଯୋଗ ହୋଇଛି ।

ସରକାରୀସୀକୃତି ପ୍ରାପ୍ତ କ୍ରସର ସାହାଯ୍ୟରେ ଭଙ୍ଗା ଯାଇଥିବା ମେଣ୍ଟାଲ ରାସ୍ତା କାମରେ ଉପଯୋଗୀ ହବାର ପ୍ରବଧାନ ଥିବା ବେଳେ ସେଠାରେ ସ୍ଥାନୀୟ ଶ୍ରମିକ ମାନଙ୍କ ଦ୍ଵାର। ହାତ ବାଡିଆ ଅତି ନିମ୍ନ ମାନର ନାଲି ମେଣ୍ଟାଲ ବ୍ୟବହାର କରା ଯାଉଛି । କ୍ରସର ମେଟାଲ ବାବଦରେ ବିଲକରି ଲୋକାଲ ମେଟାଲ ବ୍ୟବହାର କରି ସରକାରଙ୍କୁ ଦିନରେ ଆଇନା ଦେଖାଉଛନ୍ତି ଠିକାଦାର । ସେହିପରି ଭାବେ ରାସ୍ତା କାମ ପାଇଁ ଲାଲ ମୁରୁମ ଲଗାଇବାର ନିୟମ ଥିବାବେଳେ ସ୍ଥାନୀୟ ଅଞ୍ଚଳର ଜମିରୁ ମାଟି ଆଣି ଉକ୍ତ ରାସ୍ତାରେ ବିଛାଯାଉଥିବା ଅଭିଯୋଗ ହୋଇଛି । ଏନେଇ ଆମେ ବିଭାଗୀୟ ଯନ୍ତ୍ରି ଲବ ରାମ ମାଝୀଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି କି, କ୍ରସର ମେଣ୍ଟାଲରେ ଗ୍ରେଡ଼େସନ କମୁଛି, ଏଣୁ ଶ୍ରମିକ ମାନଙ୍କ ଦ୍ଵାରା ଭଙ୍ଗାଯାଇ ଥିବା ମେଣ୍ଟାଲ ମିଶ୍ରଣ କରି ବିଛାଇବାକୁ ସେ ନିର୍ଦେଶ ଦେଇଥିବା ପ୍ରକାଶ କରିଛନ୍ତି । ତେବେ ଏନେଇ ଗ୍ରାମ୍ୟ ଉନ୍ନୟନ ବିଭାଗ ମାଲକାନଗିରି୧ ଏସଡ଼ିଓ ଭୋଳା ନାଥ ସେଠୀଙ୍କ କହିଛନ୍ତି କି, ଯେହେତୁ କ୍ରସର ମେଣ୍ଟାଲ ଛୋଟ ହେଉଥିବା କାରଣରୁ ସ୍ଥାନୀୟ ଶ୍ରମିକ ମାନଙ୍କ ଦ୍ଵାରା ଭଙ୍ଗ। ଯାଇଥିବା ମେଣ୍ଟାଲକୁ କ୍ରସର ମେଣ୍ଟାଲ ସହିତ ମିଶାଇକି ପକାଇବା ପାଇଁ କହିଥିଲି, କାରଣ କେନ୍ଦ୍ରୀୟ ଅଧିକାରୀ ମାନେ ତଦନ୍ତ ପାଇଁ ଆସୁଥିବା ବେଳେ ଯଦି ଗ୍ରେଡିଏସନ କମ ଥାଏ ତେବେ ଅସୁବିଧା ହେବ । ଏଣୁ କହିଥିଲି କହି ମାନିବା ସହ ମୁରୁମ ବଦଳରେ ମାଟି ବ୍ୟବହାର କଥାକୁ ଅଶ୍ଵୀକାର କରିଥିଲେ କହିଥିଲେକି ମୁଁ ଯନ୍ତ୍ରୀଙ୍କୁ ପଠାଇ ତଦନ୍ତ କରିବି। ଯଦି ଏଭଳି ହୋଇଥାଏ ତେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବି ବୋଲି ଶ୍ରୀ ଶେଠୀ ପ୍ରକାଶ କରିଛନ୍ତି ।

nis-ad
Leave A Reply

Your email address will not be published.