ସୁନ୍ଦରଗଡ଼ଠାରେ ଜିଲ୍ଲାସ୍ତରୀୟ ଓଡ଼ିଶା ଦିବସ ପାଳିତ…

ସୁନ୍ଦରଗଡ଼ (୦୧/୦୪) : ସୁନ୍ଦରଗଡ଼ ଜିଲ୍ଲା ସଦର ମହକୁମା ଠାରେ ଆଜି ଜିଲ୍ଲା ସ୍ତରୀୟ ଓଡ଼ିଶା ଦିବସ ପାଳିତ ହୋଇଯାଇଛି | ଜିଲ୍ଲା ସଂସ୍କୃତି ଭବନ ପ୍ରେକ୍ଷାଳୟ ଠାରେ ଆଯୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ କୁନ୍ତୀ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଓଡ଼ିଶା ଦିବସ ଉପଲକ୍ଷେ ସମସ୍ତଙ୍କୁ ଅଭିନନ୍ଦନ ଜ୍ଞାପନ କରିଥିଲେ ଏବଂ ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ସମ୍ପର୍କରେ ଆଲୋକପାତ କରିବା ସହିତ ମହାମନୀଷୀ ମାନଙ୍କ ସ୍ମୃତି ଚାରଣ କରିଥିଲେ I

ଓଡ଼ିଶା ଦିବସ ଉପଲକ୍ଷେ ଜିଲ୍ଲା ରେ ବିଭିନ୍ନ ବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ମାନ ଆଯୋଜନ କରାଯାଇଥିଲା ଏବଂ ସେଥିରେ କୃତି ପ୍ରତିଯୋଗୀମାନଙ୍କୁ ଆଜି ପୁରସ୍କୃତ କରାଯାଇଥିଲା I ସେହିପରି ଜିଲ୍ଲା ର ଦୁଇ ଜଣ ପ୍ରାକ୍ତନ ଶିକ୍ଷୟତ୍ରୀ ଶ୍ରୀମତୀ ବିଜୟିନୀ ଜେନା, ପ୍ରାକ୍ତନ ପ୍ରଧାନ ଶିକ୍ଷୟତ୍ରୀ, ରଘୁନାଥପାଲି ୟୁ. ପି. ସ୍କୁଲ ଏବଂ ଶ୍ରୀମତୀ ମିନାରଭା ନାୟକ, ପ୍ରାକ୍ତନ ସହକାରୀ ଶିକ୍ଷୟତ୍ରୀ, ସେଣ୍ଟ ମେରୀ ସ୍କୁଲ, ରାଜଗାଙ୍ଗପୁର ଙ୍କୁ ରାଜ୍ୟ ପୁରସ୍କାର ପ୍ରଦାନ କରାଯାଇଥିଲା I
କାର୍ଯ୍ୟକ୍ରମ ରେ ବିଭିନ୍ନ ସାଂସ୍କୃତିକ ଦଳ ତଥା ବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କ ମାନଙ୍କ ଦ୍ଵାରା ଦେଶାତ୍ମବୋଧକ ଗୀତ, ତଥା ଓଡ଼ିଶୀ ଓ ଲୋକନୃତ୍ୟ ପରିବେଷଣ କରାଯାଇଥିଲା I
କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଡ.ପରାଗ ଗଭାଲି, ଅତିରିକ୍ତ ଜିଲ୍ଲାପାଳ ରବି ନାରାୟଣ ସାହୁ, ଅତିରିକ୍ତ ଜିଲ୍ଲାପାଳ ଅଭିମନ୍ୟୁ ବେହେରା, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ମନୋଜ ମହାଜନ, ସଦର ଉପ ଜିଲ୍ଲାପାଳ ଦାସରଥି
ସରାବୁ, ସଦର ତହସିଲଦାର କୁଳମଣି ରଣବିଡ଼ା, ଜିଲ୍ଲା ଶିକ୍ଷା ଅଧିକାରୀ ଅମୂଲ୍ୟ ପ୍ରଧାନ, ଡେପୁଟି କଲେକ୍ଟର (ଆପାତ କାଳୀନ) କୁନ୍ତୀ ପ୍ରଧାନ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ନନ୍ଦିନୀ ମୁଣ୍ଡାରୀ, ସହାୟକ ଜିଲ୍ଲାପାଳ ଶ୍ରୀ ସୁନୀଲ ମିଶ୍ର, ବିବିଧ ବିଶ୍ଵ, ବରିଷ୍ଠ ନାଗରିକ, ବିଦ୍ୟାଳୟର ଛାତ୍ରଛାତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ I

ଏହି ଦିବସ ଉପଲକ୍ଷେ ଆଜି ପ୍ରାତଃ ସୁନ୍ଦରଗଡ଼ ସହର ମଧ୍ୟରେ ଡାକବାଜି ଯନ୍ତ୍ର ମାଧ୍ୟମରେ ଦେଶାତ୍ମବୋଧକ ସଙ୍ଗୀତ ପରିବେଷଣ କରାଯାଇଥିଲା I ବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କ ଦ୍ବାରା ପ୍ରଭାତଫେରୀ କରାଯାଇ ଥିଲା ଏବଂ ସହର ମଧ୍ୟରେ ଥିବା ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା I

nis-ad
Leave A Reply

Your email address will not be published.