ଓକିଲସଙ୍ଘ ପକ୍ଷରୁ ଉତ୍କଳ ଦିବସ ପାଳିତ…

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ଓକିଲ ସଙ୍ଘ ପକ୍ଷରୁ ସଂଘ ସଭାପତି ଭଗବାନ ମହାନ୍ତି ଓ ସମ୍ପାଦକ କମଳ କୁମାର ବେହେରାଙ୍କ ନେତୃତ୍ଵରେ ଉତ୍କଳ ଦିବସ ପାଳିତ ହୋଇଛି l ସର୍ବ ପ୍ରଥମେ ବାର ପରିସରରେ ଥିବା ମହାପୁଋଷଙ୍କ ପ୍ରତିମୂର୍ତ୍ତି ଗୁଡିକରେ ପୁଷ୍ପ ମାଲ୍ୟାର୍ପଣ କରାଯାଇଥିଲା l ପରେ ସଭାପତି ଶ୍ରୀ ମହାନ୍ତି ଚଳିତ ବର୍ଷ ୮୭ ତମ ଉତ୍କଳ ଦିବସ ପାଳନ କରି ଛି ଓଡ଼ିଶା । ଏହି ଦିନକୁ ନେଇ ସାରା ରାଜ୍ୟବାସୀ ଉତ୍ସାହିତ ଥିବା ବେଳେ ଗର୍ବର ସହ ଉତ୍କଳ ଦିବସ ପାଳନ କରନ୍ତି ପ୍ରତିଟି ଓଡ଼ିଆ । ନିଜକୁ ଓଡ଼ିଆ ଭାବେ ଗର୍ବ ଅନୁଭବ କରନ୍ତି ଉକ୍ତ ଦିନ l ଏହି ଭାବନା ଆମେ ଓଡ଼ିଆ ବୋଲି ଆମରି ଭିତରେ ସେହି ଭାବନା ରହିବା ଉଚିତ ବୋଲି ପ୍ରକାଶ କରିଥିଲେ । ସଂଘ ସମ୍ପାଦକ ଶ୍ରୀ ବେହେରା ଅପ୍ରେଲ 1 ରେ ହିଁ ଓଡିଶା ପାଇଥିଲା ନିଜର ସ୍ୱତନ୍ତ୍ର ପରିଚୟ । ପୂର୍ବରୁ ବିହାରର ଏକ ଅଂଶ ହୋଇ ରହିଥିବା ବେଳେ 1936 ମସିହା ଅପ୍ରେଲ 1 ରେ ନୂତନ ପ୍ରଦେଶ ଭାବରେ ପ୍ରତିଷ୍ଠା ହୋଇଥିଲା ଓଡିଶା । ତେବେ ସେହି ସମୟରେ ରାଜ୍ୟର ନାମ ରହିଥିଲା ଉତ୍କଳ । ତେଣୁ ଏହାକୁ ଉତ୍କଳ ଦିବସ ଭାବରେ ପାଳନ କରାଯାଏ ବୋଲି କହିଥିଲେ । ଉପସଭାପତି ବୀଣାପାଣି ପ୍ରଧାନ, ସହ ସମ୍ପାଦକ ରଞ୍ଜନ କୁମାର ଦାସ, କୋଷାଧକ୍ଷ କୃଷ୍ଣ ଚନ୍ଦ୍ର ସେନାପତିଙ୍କ ସମେତ ସମସ୍ତ ଓକିଲ ସଂଘର ସଦସ୍ୟ ମାନେ ଉପସ୍ଥିତ ଥିଲେ l

nis-ad
Leave A Reply

Your email address will not be published.