ଶ୍ରୀ ଅମରେଶ୍ବର ମନ୍ଦିର ନିର୍ମାଣ କମିଟି ଗଠିତ

ଫୁଲବାଣୀ : ଫୁଲବାଣୀ ସହରର ପିଅନପଡ଼ା ସ୍ଥିତ ଶ୍ରୀ ଅମରେଶ୍ବର ମହାଦେବ ମନ୍ଦିର ନିକଟରେ ଥିବା କମ୍ୟୁନିଟି ହଲ ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା l ଉକ୍ତ ବୈଠକରେ ମନ୍ଦିର ନିର୍ମାଣ ପାଇଁ କମିଟି ଗଠନ କରାଗଲା l ମନମୋହନ ଦାସଙ୍କ ପ୍ରସ୍ତାବ ଓ ସୂର୍ଯ୍ୟ କାନ୍ତ ଦାସଙ୍କ ସମର୍ଥନରେ ସୁଶାନ୍ତ କୁମାର ମହାନ୍ତିଙ୍କୁ ସଭାପତି ରୂପେ ମନୋନୀତ କରାଗଲା l ସେହିପରି ସମ୍ପାଦକ ଭାବେ ସୂର୍ଯ୍ୟ କାନ୍ତ ଦାଶଙ୍କୁ ସର୍ବ ସମ୍ମତି କ୍ରମେ ଚୟନ କରାଯାଇଛି l ଉପସଭାପତି ଭାବେ ଶ୍ରୀନିବାସ ପଟ୍ଟନାୟକ ଓ ମୃତ୍ୟୁଞ୍ଜୟ ପେରାଙ୍କୁ ମନୋନୀତ କରାଯାଇଛି l ସେହିପରି କୋଷାଧ୍ୟକ୍ଷ ଭାବେ ସରୋଜ କୁମାର ତ୍ରିପାଠୀଙ୍କୁ ଚୟନ କରାଯାଇଥିବା ବେଳେ ସହ କୋଷାଧ୍ୟକ୍ଷ ଭାବେ ନାରାୟଣ ସାହୁ ,ସହ ସମ୍ପାଦକ ଭାବେ ମନମୋହନ ଦାଶ ଓ ପିତାମ୍ବର ଦିଗାଲ
ଙ୍କୁ ଚୟନ କରାଯାଇଛି l ଉପଦେଷ୍ଟା ମଣ୍ଡଳୀ ଭାବେ ଲଡୁ କିଶୋର ମିଶ୍ର,ଗିରିଜା ପ୍ରସାଦ ପଟ୍ଟନାୟକ, ପୌରାଧ୍ୟକ୍ଷା ସ୍ମିତା ରାଣୀ ମହାନ୍ତି,ପ୍ରଭାତ କୁମାର ରାଉତ,ଅସିତ କୁମାର ମହାନ୍ତିଙ୍କୁ ମନୋନୀତ କରାଯାଇଛି l ଆଗାମୀ ଦିନରେ ଖୁବଶୀଘ୍ର ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ଏଥି ନିମନ୍ତେ ପରିଚାଳନା କମିଟିର ସମ୍ପୂର୍ଣ୍ଣ ସହଯୋଗ ଆବଶ୍ୟକ ବୋଲି ସଭାପତି ଶ୍ରୀ ମହାନ୍ତି କହିଥିଲେ l

nis-ad
Leave A Reply

Your email address will not be published.