ବିଭାଗୀୟ ଅଧିକାରୀଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

ଉମରକୋଟ ୩୧/୦୩ : ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକ ତହସିଲ କାର୍ଯ୍ୟାଳୟ ଠାରେ ସ୍ଥାନୀୟ ତହସିଲଦାର ଶ୍ରୀଯୁକ୍ତ ମଧୁସୂଦନ ମାଝୀଙ୍କ ସଭାପତିତ୍ୱରେ ତହସିଲ କାର୍ଯ୍ୟାଳୟରେ କାର୍ଯ୍ୟରତ ବିଭାଗୀୟ ଅଧିକାରୀ ଶ୍ରୀ ଉଦୟ ଭାସ୍କର ପଟନାୟକଙ୍କୁ ଆଜି ଅବସର କାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା । ଅନୁଷ୍ଠିତ ସଭାରେ ତହସିଲ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ନିଜ ନିଜ ଅଭିଜ୍ଞତା ତଥା ଅବସର ନେଉଥିବା ବିଭାଗୀୟ ଅଧିକାରୀଙ୍କ ପରବର୍ତୀ ଜୀବନ ସୁଖମୟରେ କଟୁ ବୋଲି ନିଜ ନିଜ ବକ୍ତବ୍ୟ ରଖିଥିଲେ । ନିଜ କର୍ମକ୍ଷେତ୍ରରେ ଏକାଗ୍ରତା ଓ ସମୟାନୁବର୍ତିତା ସବୁବେଳେ ରଖି ଆସିଲେ ନିଶ୍ଚିତ ଭାବରେ ଚାକିରୀ ଜୀବନ ସୁଖମୟରେ କଟେ ଓ ସବୁବେଳେ ନିସ୍ୱାର୍ଥପର ଭାବରେ ଲୋକଙ୍କୁ ସେବା କରିବା ନିମନ୍ତେ ଉପଦେଶ ଦେଇଥିଲେ । ଏହି ସଭାରେ ତହସିଲର ସମସ୍ତ କର୍ମଚାରୀ ଓ ସମସ୍ତ ରାଜସ୍ୱ ନିରୀକ୍ଷକ ଉପସ୍ଥିତ ଥାଇ ଅଶ୍ରୁ ପୂର୍ଣ୍ଣ ଶୋକାକୁଳିତ ପରିବେଶରେ ଶ୍ରୀ ଉଦୟ ଭାସ୍କର ପଟନାୟକଙ୍କ ଅବସର କାଳୀନ ବିଦୟ ସମ୍ବର୍ଦ୍ଧନା ଜଣାଇଲେ l

nis-ad
Leave A Reply

Your email address will not be published.