ଦାରିଙ୍ଗବାଡ଼ିରେ ଇଷ୍ଟେର କାଣ୍ଟାଟା କାର୍ଯ୍ୟକ୍ରମ ନେଇଁ ଯୁବଗୋଷ୍ଠୀଙ୍କ ନିମନ୍ତ୍ରଣ

ଦାରିଙ୍ଗବାଡ଼ି,୩୧/୩ : ଦାରିଙ୍ଗବାଡ଼ିରେ ପ୍ରତିବର୍ଷ ଭଳି ଇଷ୍ଟେର କାଣ୍ଟାଟା କାର୍ଯ୍ୟକ୍ରମ ଆସନ୍ତା ୪ତାରିଖରେ ଆଇଟିଆଇ ପଡ଼ିଆରେ ଅନୁଷ୍ଠିତ ହେବାର ରହିଛି । ଏଥିପାଇଁ ଗୁଡ୍ ନ୍ୟୁସ୍ ଚର୍ଚ୍ଚ ପକ୍ଷରୁ ଯୁବଗୋଷ୍ଠୀ ଦାରିଙ୍ଗବାଡ଼ି ବଜାର ବୁଲି ଲୋକଙ୍କୁ ନିମନ୍ତ୍ରଣ କରିବା ସହ ଏହାର ମାହାତ୍ମ୍ୟ ଓ ଉଦେଶ୍ୟ ସମ୍ପର୍କରେ ସୂଚନା ଦେଇଛନ୍ତି । ଇଷ୍ଟେର କାଣ୍ଟାଟା କାର୍ଯ୍ୟକ୍ରମରେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଜୀବନୀ ତଥା ମୃତ୍ୟୁ ଓ ପୁନର ଉଥାନ ନେଇ ଯୁବବର୍ଗ ସାସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ କରି ପଥଭ୍ରଷ୍ଟ ଯୁବବର୍ଗଙ୍କୁ ସୁସମ୍ବାଦ ଦେବା ସହିତ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଦୟା, କ୍ଷମା ଓ ପ୍ରେମର ବାଣୀ ପ୍ରଚାର କରି ଜଗତର ଶାନ୍ତି କାମନା କରିବା ରହିଛି । ଏହାର ନେତୃତ୍ୱ ଗୁଡ୍ ନ୍ୟୁସ୍ ଚର୍ଚ୍ଚର ପାଷ୍ଟର ରଜତ ନାୟକ ଓ ଯୁବଗୋଷ୍ଠୀଙ୍କ ସହଯୋଗରେ ପରିଚାଳିତ ହେଉଛି ।।

nis-ad
Leave A Reply

Your email address will not be published.