5ଟି ସଚିବ ଓ ସାଙ୍ଗଠନିକ ସମ୍ପାଦକଙ୍କ ମାଲକାନଗିରି ଗସ୍ତ ନେଇ ପ୍ରଶ୍ନ ଉଠାଇଲା ବିଜେପି…

ମାଲକାନଗିରି : ଆଜିସ୍ଥାନୀୟ ବିଧାୟକ ଙ୍କ ବାସଭବନରେ ଜିଲ୍ଲା ବିଜେପି ପକ୍ଷରୁ ଏକ ପ୍ରେସମିଟ ମାଧ୍ୟମରେ ବିଜେଡିର କାର୍ଯ୍ୟକ୍ରମ ନେଇ ପ୍ରଶ୍ନଉଠାଇଛି । ଗତ ମାର୍ଚ୍ଚ 28 ଓ 29 ତାରିଖ, ଦୁଇ ଦିନ ଧରି ଓଡ଼ିଶାର ତଥାକଥିତ 5ଟି ସଚୀବଙ୍କ ମାଲକାନାଗିରି ଜିଲ୍ଲା ଗସ୍ତ କୁ ନେଇ ପ୍ରଶ୍ନ ଉଠାଇଛି ମାଲକାନାଗିରି ଜିଲ୍ଲା ଭାରତୀୟ ଜନତା ପାର୍ଟି । ବିଗତ ଦିନ 5 ଟି ସଚୀବଙ୍କ ଗସ୍ତ ସରକାରୀ ଥିଲା ନା ବିଜେଡ଼ିର ଦଳୀୟ ଥିଲା ? ଯଦି ସରକାରୀ ଥିଲା, ତାହା ହେଲେ ସ୍ଥାନୀୟ ମାଲକାନାଗିରି ବିଧାୟକଙ୍କୁ ନିମନ୍ତ୍ରଣ କାହିଁକି କରାଯାଇନଥିଲା? ଯଦି କାର୍ଯ୍ୟକ୍ରମ ସରକାରୀ ଥିଲା, ତାହା ହେଲେ ବିଜେଡିର ସଂଗଠନ ମହାମନ୍ତ୍ରୀ ତଥା ଯାଜପୁର ବିଧାୟକ କାହିଁକି ଆସିଥିଲେ । ନିଜକୁ କ୍ରୀତଦାସ କହି ଥିବା ମନ୍ତବ୍ୟ କୁନେଇ ପୂର୍ବତନ ସାଂସଦ ବଳଭଦ୍ର ମାଝି କଟାକ୍ଷ କରିଥିଲେ ଯେ ଭାରତରେ ଆଉକ୍ରୀତଦାସ ପ୍ରଥାନାହି । ତେଣୁ ସଂଗଠନ ମହାମନ୍ତ୍ରୀ ତଥା ଯାଜପୁର ବିଧାୟକ ନିଜକୁ କ୍ରୀତଦାସ କହିବା ବନ୍ଦ କରନ୍ତୁ । ମାଲକାନଗିରି ଗସ୍ତ ପାଇଁ ଦୁଇ ଦିନଧରି 5ଟି ସଚୀବ ହେଲିକପ୍ଟର ବ୍ୟବହାର କରିଥିଲେ, ଏକ ସଚୀବ ସରକାରୀ ଖର୍ଚ୍ଚରେ ହେଲିକପ୍ଟର ବ୍ୟବହାର କରିବା ପାଇଁ କିଏ ଅନୁମତି ଦେଇ ଥିଲା ? କେନ୍ଦ୍ର ମନ୍ତ୍ରୀମାନେ କାର୍ଯ୍ୟକ୍ରମ ଗୁଡିକୁ କାରରେ ମାଲକାନାଗିରି ଜିଲ୍ଲା ଗସ୍ତ କରୁଛନ୍ତି, ଅଥଚ, ଏମିତି କଣ ଜରୁରୀ କାମ ଆସିଲା ଯେ, ଏକ ସଚୀବଙ୍କୁ ହେଲିକେପ୍ଟରରେ ଗସ୍ତ କରିବାକୁ ପଡିଲା ଏହା ଉପରେ ପ୍ରଶ୍ନ ଉଠାଇଛନ୍ତି ବେଜେପି ରାଜ୍ୟ ଉପସଭାପତି ତଥା ପୂର୍ବତନ ସାଂସଦ ବଳଭଦ୍ର ମାଝି । ବିଗତ ପଞ୍ଚାୟତ ନିର୍ବାଚନ ସମୟର ପ୍ରତିଶୃତି ବର୍ତମାନ ପର୍ଯ୍ୟନ୍ତ ପୂରଣ ହୋଇନାହିଁ ଜିଲ୍ଲା ବାସୀଙ୍କୁ ପୋଟେରୁ ଠାରେ ହରି ମନ୍ଦିର ଓ ନର ନାରାୟଣ ସେବାଶ୍ରମ ନିର୍ମାଣ ପ୍ରତିଶ୍ରୁତି ପୂରଣ ହୋଇ ନାହିଁ । 2019 ପୂର୍ବରୁ ମାଥିଲି ଓ ଚିତ୍ରକୋଣ୍ଡାଠାରେ ଉପଖଣ୍ଡ ଚିକିତ୍ସାଳୟ ପ୍ରତିଷ୍ଠା ପାଇଁ ପ୍ରତିଶ୍ରୁତି ପାଳନ ହୋଇପାରିନାହି । 2016 ମସିହାରୁ ରେଳଲାଇନ୍ ସ୍ୱୀକୃତି ପାଇଛି ଅଥଚ 7 ବର୍ଷ ପରେ ଜଲଦି ଜମି ଦେବା ବିଷୟରେ ଚିନ୍ତା କରୁଛନ୍ତି ରାଜ୍ୟ ସରକାର । ନିଜସ୍ୱ ପ୍ରକଳ୍ପ ବଦଳରେ କେନ୍ଦ୍ର ସରକାରଙ୍କ ଅନୁଦାନ ଯୋଜନା RIDF (Rural Infrastructure Development Fund) ଟଙ୍କା ଦ୍ଵାରା ବିଭନ୍ନ ଯୋଜନାର ଭୂମିପୂଜା ଓ ରିବିନି କାଟିବାରେ ବ୍ୟସ୍ତ ରାଜ୍ୟ ସରକାର । ଏହିଭଳି ଅନେକ ଯୋଜନାରେ ରାଜ୍ୟ ସରକାର କେନ୍ଦ୍ରସରକାର ଙ୍କ ଅର୍ଥର ବ୍ୟବହାର କରି ଭାରତୀୟ ଜନତା ପାର୍ଟି 5ଟି ସଚିବଙ୍କ ଏହି କାର୍ଯ୍ୟକ୍ରମକୁ ନିନ୍ଦା କରିବା ସହିତ ଏହି ସଚୀବ ରାଜନୀତିରେ ଯୋଡି ହୋଇଥିବାରୁ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ କରିବା ପାଇଁ ଦାବି କରୁଛି। ଆଜିର ଏହି ସାମ୍ବାଦିକ ସମ୍ମିଳନୀ ରେ ଅନ୍ୟମାଙ୍କ ମଧ୍ୟରେ ମାଲକାନଗିରି ବିଧାୟକ ଆଦିତ୍ୟ ମାଢି, ଜିଲ୍ଲା ବିଜେପି ସଭାପତି ନିମାଇ ପାଲ, ଜିଲ୍ଲା ସମ୍ପାଦକ ମାନିକଲାଲ ଚକ୍ରବର୍ତୀ,ଯୁବ ମୋର୍ଚ୍ଛା ସଭାପତି ରତନ ବନିକ , ଜିଲ୍ଲା କୋଷାଧକ୍ଷ ସଞ୍ଜୟ ସରକାର ଓ ଅନ୍ୟ କର୍ମୀ ଉପସ୍ତିତ ରହିଥିଲେ ।

nis-ad
Leave A Reply

Your email address will not be published.