ବୋହୂଙ୍କୁ ଶଶୁରଙ୍କ ବଳତ୍କାର ଉଦ୍ୟମ…

ହିଞ୍ଜିଳିକାଟୁ, ୨୯ା୩ : ମଦ ନିଶାରେ ଚୂର ହୋଇ ବୋହୂଙ୍କୁ ଶଶୁର ବଳତ୍କାର ଉଦ୍ୟମ କରିଥିବା ନେଇ ଗଂଜାମ ଜିଲା ହିଂଜିଳି ଥାନାରେ ଅଭିଯୋଗ ହୋଇଛି । ଘଟଣାଟି ଗତ ରବିବାର ଦିନ ଘଟିଥିବା ବେଳେ ମଙ୍ଗଳବାର ଏଥି ନେଇ ବୋହୂ ଥାନାରେ ଅଭିଯୋଗ କରିଛନ୍ତି । ବୋହୂ ରହୁଥିବା ଘରେ ବଳପୂର୍ବକ ଶଶୁର ମଦ ନିଶାରେ ପଶିଥିଲେ । ବୋହୂଙ୍କ ପିନ୍ଧାଲୁଗା ଚିରି ବଳତ୍କାର କରିବାକୁ ଚେଷ୍ଟା କରିଥିଲେ । ବୋହୂ ଏଥିରେ ପ୍ରତିରୋଧ କରିବାରୁ ଶଶୁର ରାଗରେ ବୋହୂଙ୍କ ହାତକୁ କାମୁଡ଼ି ରକ୍ତାକ୍ତ କରିବା ସହ ମୋବାଇଲକୁ ଭାଙ୍ଗି ଦେଇଥିବା ଥାନାରେ ଅଭିଯୋଗ ହୋଇଛି । ଏଥି ନେଇ ଥାନାରେ ଏକ ମାମଲା ରୁଜୁ ହୋଇ ପୋଲିସ ଘଟଣାର ତଦନ୍ତ କରୁଥିବା ପ୍ରକାଶ ।

nis-ad
Leave A Reply

Your email address will not be published.