ଭୁବନେଶ୍ବର: ପୁଣି ଜଣେ ଛାତ୍ରୀଙ୍କ ଆତ୍ମହତ୍ୟା । କଥା କଥାକେ ନିଜେ ନେଉଛନ୍ତି ନିଜ ଜୀବନ । ରାଗରୁଷାରୁ ଝୁଲିପଡ଼ୁଛନ୍ତି ଯୁବପିଢ଼ି । କେଉଁଠି ପ୍ରେମ ତ ଆଉ କେଉଁଠି ପାରିବାରିକ ଅଶାନ୍ତି କିମ୍ବା ବ୍ୟକ୍ତିଗତ ସମସ୍ୟାରୁ ମୃତ୍ୟୁର ବାଟ ବାଛି ନେଉଛନ୍ତି । ଆର୍ଡି ଲେଡିଜ୍ ହଷ୍ଟେଲର ଛାତ୍ରୀଙ୍କ ଆତ୍ମହତ୍ୟା । ରମାଦେବୀ ବିଶ୍ୱବିଦ୍ୟାଳୟର ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ଘଟଣାସ୍ଥଳରେ ସହିଦନଗର ଥାନା ପୋଲିସର ଛାନଭିନ୍ । ଆତ୍ମହତ୍ୟାର କାଣର ଅସ୍ପଷ୍ଟ ରହିଛି । ମୃତ ଛାତ୍ରୀ ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷର ଛାତ୍ରୀ ।
ସୁଇସାଇଡ ନୋଟରେ ଛାତ୍ରୀ ଜଣଙ୍କ ଲେଖିଛନ୍ତି ବାପା ଯେତେ ପଢିଲେ ବି କିଛି ମନେ ରହୁନି । ପାଠ ପଢାକୁ ନେଇ ଅଧିକ ଚାପରେ ରହୁଥିଲେ ଛାତ୍ରୀ। ଦୁଇରୁ ୩ ମାସ ହେବ ମାନସିକ ଚାପରେ ରହି ଆସୁଥିଲେ ପ୍ରଜ୍ଞା, ଯାହା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି।ଆଜି ପରୀକ୍ଷା ଦେଇ କଲେଜରୁ ହଷ୍ଟେଲକୁ ଫେରିଥିଲେ ପ୍ରଜ୍ଞା।ଦୁଇ ମାସ ହେବ ସେ ହଷ୍ଟେଲରେ ଆସି ରହିଥିଲେ।ପୂର୍ବରୁ ବାହାର ହଷ୍ଟେଲରେ ରହି ପଢୁଥିଲେ ପ୍ରଜ୍ଞା