ଏମ.ଭି୯୫ ଗାଁରେ ବାସନ୍ତୀ ପୂଜାକୁ ଆଳକରି ଚାଲିଛି ଖୁଲମଖୁଲା ଜୁଆଖେଳ

ମାଲକାନଗିରି : ପଡ଼ିଆ ବ୍ଲକ ଅନ୍ତର୍ଗତ ଏମ୍.ଭି ୯୫ ଗ୍ରାମ ରେ ବାସନ୍ତୀ ପୂଜା ମଣ୍ଡପ ଠାରୁ ମାତ୍ର ୧୦୦ ମିଟର ଦୂରରେ ପଡ଼ିଛି ଖୁଡୁଖୁଡ଼ି ପାଲି ଜୁଆଖେଳ l କିଛି ଅସାଧୁ ବ୍ୟକ୍ତି ମାନଙ୍କ ଦ୍ୱାରା ପ୍ରସାରିତ ହେଉଛି ଏହି ଜୁଆଖେଳ l ଟଙ୍କା ଜିତିବା ଆଳରେ ପଡ଼ି ଏଭିଳି ଗାଁ ଗାଁରେ ଜୁଆର ପଡୁଛି ଜୁଆ ଖେଳ l ଏହି ଖେଳରେ ଲୋକେ ସର୍ବସ୍ୱ ହରେଇଲା ପରେ ମଧ୍ୟ୍ୟ ସୁଧୁରୁ ନାହାନ୍ତି ଲୋକେ l ପ୍ରଶ୍ନ ଉଠୁଛି ମାଲକାନଗିରି ଭଳି ଉପାନ୍ତ ଅଞ୍ଚଳରେ ବାରମ୍ବାର ଦେଖିବାକୁ ମିଳୁଛି ହେଲେ ପ୍ରଶାସନ କାହିଁକି ଚୁପ୍ ବସିଛି ତାହାର ଉତ୍ତର କାହା ପାଖରେ ନାହିଁ l କିଛି ନିର୍ଦ୍ଦିଷ୍ଟ ଲୋକଙ୍କ ବଳରେ ଚାଲୁଛି ଖୁଲମଖୁଲା ଜୁଆ ଖେଳ l

ମାଲକାନଗିରି ଜିଲ୍ଲାରେ ବିଭିନ୍ନ ସମୟରେ କେବେ କୁକୁଡ଼ା ଗାଲି ଆଳରେ ଚାଲୁଛି ଜୁଆ ଖେଳ l ତ କେବେ ପୂଜା ପର୍ବାଣି ଚାଲିଛି ନାଁରେ ଚାଲିଛି ଜୁଆ ଖେଳ l କିନ୍ତୁ ବନ୍ଦ କରିବାର ନାଁ ଧରୁ ନାହାନ୍ତି ଏହି ଜୁଆ ଖେଳର ମାଫିଆ ମାନେ l କାହା ବାହୁ ବଳରେ ଏମାନେ ଲୋକଙ୍କ ଠାରୁ ଲୁଟୁଛନ୍ତି ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା l ତାହାର ଉତ୍ତର କାହାର ପାଖରେ ନାହିଁ l ଏବେ ମାଲକାନଗିରି ଜିଲ୍ଲା ପ୍ରଶାସନ ଏହାର ପଦକ୍ଷେପ କଣ ନେବେ ଦେଖିବାକୁ ବାକିରହିଲା।

nis-ad
Leave A Reply

Your email address will not be published.