ପୁଇଗୁଡ଼ରେ ବିଶାଳ ଖ୍ରୀଷ୍ଟୀୟ ସମାବେଶ…

ଦାରିଙ୍ଗବାଡି, ୨୯/୦୩: ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ପଞ୍ଚାୟତ ସ୍ଥିତ ପୋଇଗୁଡ଼ ଗ୍ରାମ ଠାରେ ଚର୍ଚ୍ଚ ଅଫ୍ ଗଡ୍ ଇନ୍ ଖ୍ରାଇଷ୍ଟ ଜିଜେସ୍ ଅନୁଷ୍ଠାନ ତରଫରୁ ୪୦ତମ ବାର୍ଷିକ ଉତ୍ସଵ ମହା ଆଡ଼ମ୍ବରରେ ପାଳିତ ହୋଇ ଯାଇଅଛି । ଉକ୍ତ ସମାବେଶରେ ଚିତ୍ରସେନ କର୍ଯ୍ୟମାଝି ସଭା ପରିଚାଳନା କରି ଥିବା ବେଳେ ବକ୍ତା ଭାବରେ ପାଳକ ନିରଞ୍ଜନ ତୁରୁକ୍ ଓ ମୁଖ୍ୟ ଅତିଥି ଭାବରେ ବିଶୋପ ଗୌରବ ଚନ୍ଦ୍ର ବର୍ଦ୍ଧନ ଯୋଗ ଦେଇଥିଲେ । ପ୍ରଭୂ ଯୀଶୁଙ୍କର ଦୂତୀୟ ଆଗମନ ନିକଟବର୍ତ୍ତୀ ଓ ସେଥି ସକାଶେ ଆତ୍ମିକ ପ୍ରସ୍ତୁତି ପ୍ରସଙ୍ଗରେ ସଚେତନ ରହିବା ପାଇଁ ଗୁରୁତ୍ବ ପ୍ରଦାନ କରିଥିଲେ। ଉକ୍ତ ସମା ବେଶରେ ପ୍ରାୟ ୩୦୦୦ ରୁ ଉର୍ଦ୍ଧ ଲୋକ ପସ୍ଥିତ ରହି ପ୍ରଭୁଙ୍କ ବାକ୍ୟର ସାନିଧ୍ୟ ଲାଭ କରିଥିବା ଜଣାପଡିଛି। ଉପସ୍ଥିତ ସମସ୍ତ ଶ୍ରଦ୍ଧାଳୁଙ୍କ ପାଇଁ ପୁଇଗୁଡା ମଣ୍ଡଳୀ ପକ୍ଷରୁ ଖାଦ୍ୟ ପାନୀୟର ବ୍ୟବସ୍ଥା କରାଯାଇଥିଲା। ଶାନ୍ତିଶୃଙ୍ଖଳା ନିମନ୍ତେ ସ୍ଥାନୀୟ ଯୁବକ ସଂଘର ସହଯୋଗ ସହିତ ସ୍ଥାନୀୟ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ବ୍ରାହ୍ମଣୀଗାଁ ସରପଞ୍ଚ ଶ୍ରୀମତୀ ସଂଯୁକ୍ତା ମଲ୍ଲିକ, ଝିଞ୍ଜିରିଗୁଡ଼ା ସରପଞ୍ଚ ଶ୍ରୀମତୀ ଚାନ୍ଦିନୀ ପ୍ରଧାନ, ସାଂସଦ ପ୍ରତିନିଧି ଶ୍ରୀ ଅକ୍ଷୟ କୁମାର ନାୟକ, ପୂର୍ବତନ ବ୍ରାହ୍ମଣୀଗାଁ ସରପଞ୍ଚ ଶ୍ରୀ ରମେଶ ମାଝୀ ଓ ଶ୍ରୀମତୀ କାଗେରି ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ।ଏହି ସଭା ଦ୍ବାରା ଏହି ଅଞ୍ଚଳରେ ଏକ ଆତ୍ମିକ ସଚେତନତାର ପରିବେଶ ସୃଷ୍ଟି ହୋଇଥିବା ଜଣା ପଡ଼ିଛି। ସଭା ଶେଷରେ ପାଷ୍ଟର ଆମଷ ମାଝୀ ଧନ୍ୟବାଦ୍ ଅର୍ପଣ କରିଥିଲେ।

nis-ad
Leave A Reply

Your email address will not be published.