ମହାନଦୀ ପ୍ରସଙ୍ଗ: ମୋସନ ଆକାରରେ ଆଲୋଚନା ପାଇଁ ଦାବି କଲେ ବିରୋଧୀ ଦଳ ନେତା

ଭୁବନେଶ୍ବର: ଆଜି ବିଧାନସଭାରେ ଶୂନ୍ୟକାଳରେ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ମହାନଦୀ ପ୍ରସଙ୍ଗ ଉଠାଇଛନ୍ତି। ମହାନଦୀ ପ୍ରସଙ୍ଗ ଉପରେ ମୋସନ ଆକାରରେ ଆଲୋଚନା ହେଉ ଓ ବିଭାଗୀୟ ମନ୍ତ୍ରୀ ଉତ୍ତର ରଖନ୍ତୁ ବୋଲି ସେ ଦାବି କରିଛନ୍ତି।

ବିରୋଧୀ ଦଳ ନେତା କହିଛନ୍ତି, ଗତ ୨୦୧୭ ମସିହା ଡିସେମ୍ବର ୭ ତାରିଖରେ ତତ୍କାଳୀନ ବାଚସ୍ପତି ପ୍ରଦୀପ କୁମାର ଅମାତଙ୍କ ଅଧ୍ୟକ୍ଷତାରେ ମହାନଦୀ ପ୍ରସଙ୍ଗରେ ଏକ ସର୍ବଦଳୀୟ କମିଟି ଗଠନ ହୋଇଥିଲା। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ସର୍ବଦଳୀୟ କମିଟି ଗଠନ ହୋଇଥିଲା। କଣ ସବୁ ନିଷ୍ପତ୍ତି ହୋଇଥିଲା , କେବେ ଏହି କମିଟିର ବୈଠକ ବସିଥିଲା ବିଭାଗୀୟ ମନ୍ତ୍ରୀ ଉତ୍ତର ରଖନ୍ତୁ। ଜଳ ଟ୍ରିବ୍ୟୁନାଲ ପାଇଁ ୫ଜଣିଆ କମିଟି ଗଠନ ହୋଇଥିଲା। ଏଥିପାଇଁ କେତେ ଅର୍ଥ ଖର୍ଚ୍ଚ ହୋଇଛି? ଟ୍ରିବ୍ୟୁନାଲ ତାରିଖ କାହିଁକି ବାରମ୍ବାର ଘୁଞ୍ଚିଯାଉଛି ବୋଲି ପ୍ରଶ୍ନ କରିଛନ୍ତି ଜୟ ନାରାୟଣ ମିଶ୍ର।

ଏଣେ ଶୂନ୍ୟକାଳରେ ବିରୋଧୀ ଦଳ ନେତା ମହାନଦୀ ପ୍ରସଙ୍ଗ ଉଠାଇବା ପରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ନିଜର ପ୍ରତିକ୍ରିୟାରେ କହିଛନ୍ତି, କମିଟିଗୁଡ଼ିକର ବୈଠକ କେବେ ବି ହୋଇନାହିଁ। ମୋସନ ଆଲୋଚନା ହେବ ବୋଲି ଆଶା କରୁଛି। ମନ୍ତ୍ରୀ ବିବୃତି ଦେଇନାହାନ୍ତି। ବିବୃତି ଦେଲେ କିଛି ଅନୁଚିତ ହେବ ନାହିଁ। କେନ୍ଦ୍ର ଜଳ ସମ୍ପଦ ରାଷ୍ଟ୍ରମନ୍ତ୍ରୀ ମଧ୍ୟ ଓଡ଼ି଼ଶାର, କିନ୍ତୁ କିଛି ହସ୍ତକ୍ଷେପ କରୁନାହାନ୍ତି, ସେ ବି ଏହାକୁ ଗୁରୁତ୍ବର ସହିତ ନିଅନ୍ତୁ।

ମୁଖ୍ୟମନ୍ତ୍ରୀ ୩ ତାରିଖରୁ ଜାପାନ ଯିବେ। ଗୃହରେ ଅନୁପସ୍ଥିତ ରହିଲେ ଆଲୋଚନାର ମୂଲ୍ୟ କଣ ରହିବ?  ୬ତାରିଖ ଯାଏଁ ବିଧାନସଭା ଅଛି। ତାପରେ ଗଲେ ଯାଆନ୍ତୁ। ଆଲୋଚନା ପାଇଁ ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଅଛି। ଏଣୁ ସେ ଗୃହରେ ଉପସ୍ଥିତ ରହିବେ ବୋଲି ଆଶା।

nis-ad
Leave A Reply

Your email address will not be published.