ଧରାପଡିଲେ ନାବାଳକ ବାଇକ ଆରୋହୀ, କଟିଲା ୫୦ ହଜାର ଫାଇନ…

ରାୟଗଡା: ନାବାଳକ ବାଇକ ଚାଳକଙ୍କୁ ୫୦ ହଜାର ଫାଇନ୍‌। ଦୁଇ ଜଣ ନାବାଳକ ଚାଳକଙ୍କୁ ଧରି ଫାଇନ ଆଦାୟ କରିଛି RTO। ରାୟଗଡ଼ା ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ଚେକିଂ ଜୋରଦାର ଚାଲିଥିବାବେଳେ ଏହି ଫାଇନ୍‌ ଆଦାୟ କରାଯାଇଛି। ରାୟଗଡ଼ା କଲେଜ ରୋଡ଼ ନିକଟରେ ଉଭୟଙ୍କଠାରୁ ଜରିମାନା ଆଦାୟ କରିଛି ରାୟଗଡ଼ା ଆଞ୍ଚଳିକ ପରିବହନ ବିଭାଗ।

ସୂଚନା ଅନୁଯାୟୀ ଆଜିଠାରୁ ୧୦ ଦିନ ପର୍ଯ୍ୟନ୍ତ ଚାଲିବ ସ୍ୱତନ୍ତ୍ର ଅଭିଯାନ। କମ୍‌ ବୟସର ପିଲା ଗାଡ଼ି ଚଳାଇ ଧରାପଡ଼ିଲେ ଅଭିଭାବକ ଅବା ଗାଡ଼ି ମାଲିକ ୨୫ହଜାର ଟଙ୍କା ଜରିମାନା ଦେବା ସହ ୩ ମାସ ଜେଲ୍‌ ଯିବା ପାଇଁ ପରିବହନ ବିଭାଗ ପକ୍ଷରୁ ୨୦୨୦ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏପରିକି ଗାଡ଼ିର ଆରସି ଏକ ବର୍ଷ ପାଇଁ ବାତିଲ୍‌ କରାଯିବା ସହ ସଂପୃକ୍ତ ଗାଡ଼ି ଚାଳକଙ୍କୁ ୨୫ ବର୍ଷ ବୟସ ହେଲା ପର୍ଯ୍ୟନ୍ତ ବି ଡିଏଲ୍‌ ମିଳିବ ନାହିଁ ବୋଲି କୁହାଯାଇଥିଲା। ଆଜିଠାରୁ କାର୍ଯ୍ୟାନୁଷ୍ଠାନକୁ କଡ଼ାକଡ଼ି କରାଯିବ। ଆସନ୍ତା ଏପ୍ରିଲ ମାସ ପ୍ରଥମ ସପ୍ତାହରେ ଯେପରି ଶୂନ୍ୟ ମୃତାହତ ରହିବ ଏ ଦିଗରେ କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟକୁ ନିର୍ଦ୍ଦେଶନାମା ଆସିଛି।

nis-ad
Leave A Reply

Your email address will not be published.