ବିଶ୍ଵ ନାଟ୍ୟ ଦିବସ କଳାକାରଙ୍କ ଅସ୍ମିତାର ପରିଚାୟକ : ବରିଷ୍ଠ କଳାକାର ସଂଘ

ବ୍ରହ୍ମପୁର (୨୭/୦୩) : କଳା ଓ କଳାକାର ହିତୈଷୀ ମହାମଞ୍ଚ ‘ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ’ ପକ୍ଷରୁ ସ୍ଥାନୀୟ ପ୍ରକାଶମ୍ ହଲ୍ ଆନ୍ଧ୍ର ଭାଷା ବିବର୍ଦ୍ଧନୀ ସମାଜ ସମ୍ମିଳନୀ କକ୍ଷ ଠାରେ ‘ବିଶ୍ଵ ନାଟ୍ୟ ଦିବସ’ ମହାସମାରୋହରେ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମର ଶୁଭ ଉଦ୍ଘାଟନ କରିଥିଲେ କଳାପ୍ରାଣ କୈଳାସ ପାଣିଗ୍ରାହୀ ଏବଂ ନାଟ୍ୟକାର ରମେଶ ମହାରଣା ଓ ହିଞ୍ଜିଳି ବ୍ଲକ ଜିଲ୍ଲା ପରିଷଦ ସଦସ୍ୟା ପ୍ରୀତି ସାହୁ ନାଟ୍ୟ ଦିବସ ପାଳନ ତାତ୍ପର୍ଯ୍ୟ ଓ ଶୁଭେଚ୍ଛା ପ୍ରଦାନ କରିଥିଲେ । ତାଙ୍କୁ ସହଯୋଗ କରିଥିଲେ କିରାଣବାଳା ମିଶ୍ର । ବେଲପୁର ଶ୍ରୀ ନୀଳକଣ୍ଠେଶ୍ଵର ଘଣ୍ଟ ସଙ୍କୀର୍ତ୍ତନ ମୃଦଙ୍ଗ ବାଦ୍ୟ, ସାତକୁଟୁଣୀ ଶ୍ରୀ ହରଗୌରୀ ନାଟ୍ୟ ସଂଘ ଓ ବୁରିପଦର ଶ୍ରୀ କୁଠାରୀଶ୍ଵରୀ ପାଲା ସଂଘ ତରଫରୁ ଘଣ୍ଟ ବାଦ୍ୟ, ଦଣ୍ଡ ସୁଆଙ୍ଗ ଓ ପାଲା ପରିବେଷଣ କରାଯାଇଥିଲା । କାର୍ଯ୍ୟକ୍ରମର ଦ୍ଵିତୀୟ ପର୍ଯ୍ୟାୟରେ ସଂଘ କାର୍ଯ୍ୟକାରୀ ସଭାପତି ଦୁର୍ଗା ପ୍ରସାଦ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ସମାଜସେବୀ ଡ଼ ସବିତା ସୁଆର ପାଣିଗ୍ରାହୀ, ବରିଷ୍ଠ ସଙ୍ଗୀତଜ୍ଞ ଗୁରୁ ସୀମାଞ୍ଚଳ ଦାସ, ସଂସ୍କୃତିପ୍ରାଣା ବ୍ୟକ୍ତିତ୍ଵ ଇଂ. ଯାମିନୀକାନ୍ତ ଦାସ, ବରିଷ୍ଠ ଶିକ୍ଷାବିତ୍ ଶଙ୍କର୍ଷଣ ସାବତ, ନାଟ୍ୟ ସଂଘ ଉପସଭାପତି ଇଂ. ମନୋଜ କୁମାର ଦଣ୍ଡପାଟ ପ୍ରମୁଖ ଅତିଥି ଭାବରେ ଯୋଗଦେଇ ବିଶ୍ଵ ନାଟ୍ୟ ଦିବସ ଜଗତରେ କଳାକାରଙ୍କ ଅସ୍ମିତାର ପରିଚାୟକ ବୋଲି ମତବ୍ୟକ୍ତ କରିବା ସହ ସଂଘର ଅଙ୍ଗୀକାରବଦ୍ଧତା ନେଇ ଭୂୟସୀ ପ୍ରଶଂସା କରିଥିଲେ ।

ଏହି ଅବସରରେ ସର୍ବଶ୍ରୀ କେ. ବଳରାମ ଦାସ, ଭବାନୀ ଶଙ୍କର ମିଶ୍ର, ସି.ଏଚ୍. ସନ୍ତୋଷ କୁମାର ସୁବୁଦ୍ଧି, ସୀମାନ୍ତ ନଟରାଜ ଡ଼ା. ତିରୁପତି ସାହୁ, ଶ୍ରୀମତୀ ଗୀତା ସ୍ୱାଇଁ ପ୍ରମୁଖଙ୍କୁ ଅତିଥିମାନଙ୍କ ଦ୍ଵାରା ଆନୁଷ୍ଠାନିକ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ସର୍ଵଶ୍ରୀ ବଳଦେବ ସାହୁ, କୁନୁ ବେହେରା, ପ୍ରଦୀପ କୁମାର ସାହୁ, ପ୍ରଫୁଲ୍ଲ ଚନ୍ଦ୍ର ନାୟକ, କିଶୋର କପୁର, ସୁଦାମ ପଟ୍ଟନାୟକ, ଚନ୍ଦ୍ରଭାନୁ ନାୟକ, ବନ୍ଦନା ନନ୍ଦ, ବନ୍ଦନା ମହାପାତ୍ର ପ୍ରମୁଖ ସହଯୋଗ କରିଥିଲେ । ପ୍ରାରମ୍ଭରେ ସଂଘ ସଂପାଦକ ସୁବାସ ଚନ୍ଦ୍ର ସାହୁ ରୋଶନ୍ କାର୍ଯ୍ୟକ୍ରମ ପ୍ରାରମ୍ଭରେ ସ୍ବାଗତ ଭାଷଣ ଓ ଅତିଥି ପରିଚୟ ଏବଂ ପରିଶେଷରେ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ ।

nis-ad
Leave A Reply

Your email address will not be published.