ହାଇଓ୍ଵାକୁ ପିଟିଲା ଯାତ୍ରୀବାହୀ ବସ୍‌, ୩ ମୃତ; ୩୦ ରୁ ଅଧିକ ଆହତ…

ରାଉରକେଲା : ଭୁବନେଶ୍ୱର – ରାଉରକେଲା ଆସୁଥିବା ‘ପ୍ରଭା’ ବସ୍‌ ସହ ହାଇଓ୍ଵାର ଧକ୍କା । ଆଜି ଭୋର୍ ୪.୧୦ ସମୟରେ ଚାନ୍ଦିପୋଷରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୦ ରୁ ଅଧିକ ଆହତ ହୋଇଥିବା ସୂଚନା ମିଳିଛି। ଆହତମାନଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ବସ୍‌ଟି ଚାନ୍ଦିପୋଷ ଖୁସବୁ ଢ଼ାବା ପାଖରେ ଛିଡ଼ା ହୋଇଥିବା ହାଇୱାକୁ ଧକ୍କା ଦେବାରୁ ଏଭଳି ଅଘଟଣ ଘଟିଛି। ମୃତକଙ୍କ ମଧ୍ୟରେ ରାଉରକେଲାର ବସ୍ ମାଲିକ ସତ୍ୟ ପ୍ରକାଶ ନାୟକଙ୍କ ସହ ଆଶ୍ରିତା ଟୁଡୁ ଅଛନ୍ତି । ବସ୍‌ ଡ୍ରାଇଭର ଅନୁପମ ବିବେକ ଲାକ୍ରାଙ୍କର ହସପିଟାଲରେ ମୃତ୍ୟୁ ହୋଇଛି । ଚାନ୍ଦିପୋଷ ନିକଟରେ ଏହି ଦୁର୍ଘଟଣା ହୋଇଛି । ରାସ୍ତା କଡ଼ରେ ଠିଆ ହୋଇଥିବା ହାଇଓ୍ଵାକୁ ପିଟିଥିଲା ଯାତ୍ରୀବାହୀ ବସ୍‌ । ଆହତମାନଙ୍କୁ ରାଉରକେଲାର ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣାଗ୍ରସ୍ତ ପ୍ରଭା ବସଟି ଭୁବନେଶ୍ୱରରୁ ରାଉରକେଲା ଅଭିମୁଖେ ଯାଉଥିଲା । ଏତିକିବେଳେ ଚାନ୍ଦିପୋଷ ନିକଟରେ ହାଇଓ୍ଵାକୁ ଧକ୍କା ଦେଇଥିଲା । ତେବେ କେମିତି ଓ କେଉଁ ପରିସ୍ଥିତିରେ ଦୁର୍ଘଟଣା ଘଟିଲା କାରଣ ଅସ୍ପଷ୍ଟ ରହିଛି ।

nis-ad
Leave A Reply

Your email address will not be published.