ଲିଙ୍ଗରାଜଙ୍କ ଋକୁଣା ରଥଯାତ୍ରା ନେଇ ସମନ୍ୱୟ ବୈଠକ…

ଭୁବନେଶ୍ବର:ଲିଙ୍ଗରାଜଙ୍କ ଋକୁଣା ରଥଯାତ୍ରା ନେଇ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଛି। ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବୈଠକରେ ଜଟଣୀ ବିଧାୟକ ସୁରେଶ ରାଉତରାୟ, ମେୟର ସୁଲୋଚନା ଦାସ, କର୍ପୋରେଟରଙ୍କ ସମେତ ବରିଷ୍ଠ ସେବାୟତ ସବୁ ନିଯୋଗ ସଦସ୍ୟ ଉପସ୍ଥିତ ଥିଲେ। ରଥଯାତ୍ରା ସମୟରେ ସମ୍ମୁଖୀନ ହେଉଥିବା ସମସ୍ୟାର ସମାଧାନ ପାଇଁ ବିଭିନ୍ନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ।

ନିର୍ଦ୍ଧାରିତ ସମୟ ଏବଂ ଶୃଙ୍ଖଳିତ ନୀତିକାନ୍ତି ନେଇ ବୈଠକରେ ବିସ୍ତୃତ ଆଲୋଚନା ହୋଇଛି। ଠିକ ସମୟରେ ରଥ ଟଣା ଆରମ୍ଭ ଏବଂ ମାଉସୀ ମା ନିକଟରେ ରଥ ପହଞ୍ଚାଇବା ପାଇଁ ସେବାୟତ ମାନେ ପ୍ରତିଶ୍ରୁତି ଦେଇଛନ୍ତି। ରଥଯାତ୍ରାରେ ପରିମଳ ବ୍ୟବସ୍ଥାକୁ ଗୁରତ୍ବ ଦେଇଛି ବିଏମ୍ସି। ରଥଯାତ୍ରା ଠାରୁ ସ୍ବର୍ଣ୍ଣାଦୀ ବିଜେ ପର୍ଯ୍ୟନ୍ତ ବଡଦାଣ୍ଡରେ ଆମିଷ ବିକ୍ରି ଉପରେ କଟକଣା ଲଗାଯାଇଛି। ବିଶେଷ କରି ଲିଙ୍ଗରାଜ ମନ୍ଦିର ଠାରୁ ଆରମ୍ଭ କରି ମାଉସୀ ମା ମନ୍ଦିର ପର୍ଯ୍ୟନ୍ତ ଫାଷ୍ଟଫୁଡ ଦୋକାନରେ ଆମିଷ ବିକ୍ରି ବନ୍ଦ କରିବା ପାଇଁ ସେବାୟତ ମାନେ ପ୍ରସ୍ତାବ ଦେଇଛନ୍ତି। ରଥଯାତ୍ରା ପୂର୍ବରୁ ରାସ୍ତାରେ ଥିବା ଗଛ ଡାଳଗୁଡିକ କାଟିବା ସହ ଖାଳଖମା ପୋତିବା ପାଇଁ ବୈଠକରେ ଗୁରତ୍ବ ଦିଆଯାଇଛି।

ବର୍ଷା ପାଣି ନ ଜମିବା ପାଇଁ ବ୍ୟବସ୍ଥା କରିବା ସହ ପର୍ଯ୍ୟାପ୍ତ ଲାଇଟ ବ୍ୟବସ୍ଥା କରାଯିବ। ଶିବରାତ୍ରୀ ସମୟରେ ସେମିତି ମନ୍ଦିର ଫୁଲରେ ସଜାଯାଉଛି ରଥଯାତ୍ରା ସମୟରେ ସେମିତି ଫୁଲରେ ସଜାଯିବ ବୋଲି ବିଏମସି ପକ୍ଷରୁ କୁହାଯାଇଛି। ଚଳିତ ବର୍ଷ ପ୍ରଥମ କରି ରଥ ନିକଟରେ ଦୁଇଟି ଷ୍ଟେଜ କରାଯିବ ଏବଂ ସେହି ଷ୍ଟେଜ ରେ ଓଡିଶୀ ସହ ପାରମ୍ପରିକ ନୃତ୍ୟ ପରିବେଷଣ କରାଯିବ। ଶୃଙ୍ଖଳିତ ନୀତିକାନ୍ତି ଏବଂ ନିର୍ଦ୍ଧାରିତ ସମୟରେ ରଥ ପହଞ୍ଚିଲେ ସେବାୟତ ଙ୍କୁ ସମ୍ବର୍ଦ୍ଧିତ କରିବ କମିଶନରେଟ ପୋଲିସ।

nis-ad
Leave A Reply

Your email address will not be published.