ହିଞ୍ଜିଳି ରେ ମୁଖ୍ୟମନ୍ତ୍ରୀ, ଲୋକାର୍ପଣ କଲେ ୧୯୫୨,୮୯ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ : ହିଞ୍ଜିଳି ଆସି ମୁଁ ଵହୁତ ଖୁସି “ମୁଖ୍ୟମନ୍ତ୍ରୀ”


ହିଞ୍ଜିଳିକାଟୁ ୨୬।୩ ହିଞ୍ଜିଳିକାଟୁ ବ୍ଲକ ଅନ୍ତର୍ଗତ ସାରୁ ଗ୍ରାମ ମେଘମାଳ ପଡିଆ ସଭାସ୍ଥଳରେ ପହଁଚିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦିନିକିଆ ଗଞ୍ଜାମ ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେହିପରି ମୁଖ୍ୟମନ୍ତ୍ରୀ ଏହି ଅବସରରେ ହିଞ୍ଜିଳିକାଟୁ ଵ୍ଳକ ଓ ପୌରପାଳିକା ର ୧୯୫୨ ,୮୯ କୋଟି ଟଙ୍କାର ୮୫୨ ଗୋଟି ବିଭିନ୍ନ ପ୍ରକଳ୍ପର ଶୁଭ ଉଦଘାଟନ କରିଛନ୍ତି ।ଏହି ଅବସରରେ ଆୟୋଜିତ

କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ଆସିକା ସଂସଦ ପ୍ରମିଳା ଵିଷୋଇ, ଚିକିଟି ବିଧାୟିକା ତଥା ନଗର ଉନ୍ନୟନ ମନ୍ତ୍ରୀ ଉଷାଦେବୀ, ଗଞ୍ଜାମ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅଞ୍ଜଳି ସ୍ବାଇଁ ଓ ୫ଟି ସଚିବ ଭି କାର୍ତିକେୟ ପାଣ୍ଡିଆନ ଯୋଗ ଦେଇଛନ୍ତି । ଏହି ଅବସରରେ ୮୫୨ ଗୋଟି ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ କରିବା ସହ ଗ୍ରାମକଣ୍ଠ ଘରଡିହ ପଟ୍ଟା ବଣ୍ଟନ କରିବା ସହ ମିଶନଶକ୍ତି ଗୋଷ୍ଟି ମାଁ ମାନଙ୍କୁ ଵିନାସୁଧରେ ଚେକ ପ୍ରଦାନ କରିଥିଲେ ।କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ହିଞ୍ଜିଳି ଆସି ମୁଁ ଵହୁତ ଖୁସି । ହିଞ୍ଜିଳି ଓ ଗଞ୍ଜାମ ର ବିକାଶ ନୂଆ ଅଧ୍ୟାୟ ଯୋଡ଼ି ହୋଇଯାଇଛି ।ମହିଳା ସଶକ୍ତି କରଣ ନିମନ୍ତେ ଏସହେଚଜି ଗୃପ ଓ ଏସହେଚଜି ମହିଳାଙ୍କ ପାଇଁ ରାଜ୍ୟ ସରକାର ସମସ୍ତ ବ୍ୟବସ୍ଥା କାର୍ଯ୍ୟକାରୀ ହେଉଥିବା କହିଛନ୍ତି । ମିଶନଶକ୍ତି ମହିଳା ମାନଙ୍କ ସଶକ୍ତିକରଣ ପାଇଁ ୫ବର୍ଷରେ ୫୦ ହଜାର କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି। ମାଁ ମାନଙ୍କର ଉନ୍ନତି ହେଲେ ଦେଶ ଓ ସମାଜର ଉନ୍ନତି ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଗଞ୍ଜାମ ଏକ ଆଗୁଆ ଜିଲ୍ଲା ହୋଇଥିବାରୁ ୫ଟ୍ଟି ଜରିଆରେ ସମସ୍ତ ହାଇସ୍କୁଲ ଗୁଡିକ ରୁପାନ୍ତିକରଣ କରାଯାଇଛି ।ସମସ୍ତ ଅତିଥି ମତ ପ୍ରକାଶ କରିଥିଲେ। ପରେ ମୁଖ୍ୟମନ୍ତ୍ରୀ ରୋଡ ଯୋଗେ ହିଞ୍ଜିଳିକାଟୁ ବିଜୁପଟ୍ଟନାୟକ ଛକ ସ୍ଥିତ ସ୍ଵର୍ଗତ ବିଜୁ

ପଟ୍ଟନାୟକଙ୍କ ପ୍ରର୍ତିମୁର୍ତିରେ ପୁଷ୍ପାଞ୍ଜଳି ପ୍ରଦାନ କରିଥିଲେ। ଏହି ଅବସରରେ ହିଞ୍ଜିଳିକାଟୁ ରାସ୍ତା କଡ଼ରେ ଵହୁ ମହିଳା ଗୋଷ୍ଠୀ ଓ ଜନସାଧାରଣ ଉପସ୍ଥିତ ରହି ମୁଖ୍ୟମନ୍ତ୍ରୀଙ୍କୁ ପୁଷ୍ପ ଵର୍ଷା କରିଥିଲେ। ପରେ ପୁର୍ତ୍ତ ବିଭାଗ ଡାକ ବଙ୍ଗଳା ରେ ରହି ପୁଣି ରୋଡ ଯୋଗେ ହିଞ୍ଜିଳିକାଟୁ ବ୍ଲକ ସାରୁ ମେଘମାଳ ପଡିଆ ଅସ୍ଥାଈ ହେଲିପ୍ୟାଡ ଯୋଗେ ଛତ୍ରପୁର ଗସ୍ତ କରିଥିଲେ। ଏହି ସମୟରେ ସଭାସ୍ଥଳରୁ ହିଞ୍ଜିଳିକାଟୁ ପୁର୍ତ୍ତ ବିଭାଗ ଡାକ ବଙ୍ଗଳା ପର୍ଯ୍ୟନ୍ତ ବ୍ୟାରିକେଟ ସହ ପୋଲିସ ଛାଉଣୀ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନ, ଜିଲ୍ଲା ପ୍ରଶାସନ ର ସମସ୍ତ ଅଧିକାରୀ,ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା, ପୋଲିସ ଅଧିକ୍ଷକ ଜଗମୋହନ ମୀନା ,ହିଞ୍ଜିଳିକାଟୁ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁବ୍ରତ କୁମାର ଜେନା, ଆସିକା ଉପଖଣ୍ଡ ଅଧିକାରୀ ଉମାଶଙ୍କର ସିଂ, ଆସିକା ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ, ହିଞ୍ଜିଳିକାଟୁ ଥାନା ଅଧିକାରୀ ଅଭିମନ୍ୟୁ ଦାସ, ପାଟପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ ଙ୍କ ସହ ଵହୁ ଅଧିକାରୀ ଓ ବିଜେଡି ନେତା ମଧ୍ୟ ଉପସ୍ଥିତ ରହିଥିଲେ ।

nis-ad
Leave A Reply

Your email address will not be published.