କାଲି ମୁଖ୍ୟମନ୍ତ୍ରୀଙ୍କ ହିଞ୍ଜିଳି ଗସ୍ତ…

ହିଞ୍ଜିଳିକାଟୁ ୨୫।୩ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ହିଞ୍ଜିଳି ଗସ୍ତ କରିବେ। ମୁଖ୍ୟମନ୍ତ୍ରୀ ରବିବାର ସକାଳ ୧୦.୧୫ ମିନିଟରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ବିମାନବନ୍ଦରରୁ ହେଲିକପ୍ଟର ଯୋଗେ ବାହାରିବେ । ୧୧ଟା ସମୟରେ କବିସୂର୍ଯ୍ୟନଗର ତହସିଲ କାର୍ଯ୍ୟାଳୟ ନିକଟରେ ଥିବା ସଭାସ୍ଥଳରେ ଯୋଗ ଦେଇ ଉପସ୍ଥିତ ଜନତାଙ୍କୁ ସମ୍ବୋଧିତ କରିବେ।ଏହାପରେ ମୁଖ୍ୟମନ୍ତ୍ରୀ ୧୨ ଘଣ୍ଟା ୧୦ ମି ସମୟରେ ହିଞ୍ଜିଳିକାଟୁ ବ୍ଳକ ସାରୁ ଗ୍ରାମ ଛକ ନିକଟ ମେଘମାଳ ପଡିଆ ସଭାସ୍ଥଳରେ ଯୋଗ ଦେଇ୧୯୫୨,୮୯ କୋଟି ଟଙ୍କାର ୮୫୨ ଗୋଟି ଉନ୍ନତି ମୂଳକ ପ୍ରକଳ୍ପର ଶିଳାନ୍ୟାସ କରିବା ସହିତ୨୨ ହଜାର ୨ ଶହ ମିଶନ ଶକ୍ତି ଗୋଷ୍ଠୀଙ୍କୁ ବିନା ସୁଧରେ ରୂଣ ଓ ସହାୟତା ପ୍ରଦାନ, ୨୦ ହଜାର ହିତାଧିକାରୀଙ୍କୁ ଗ୍ରାମକଣ୍ଠ ଘରଡିହ ପଟ୍ଟା ବଣ୍ଟନ କରିବା ସହ ମିଶନ୍‌‌ ଶକ୍ତି ଫାର୍ମ ଫ୍ରେସ୍ ବ୍ୟାଟେରୀଚାଳିତ ଗାଡ଼ିର ଶୁଭାରମ୍ଭ କରିବେ।୧୨ ଘଣ୍ଟା ୫୫ ମି ସମୟରେ ରୋଡ ସୋ କରି ହିଞ୍ଜିଳିକାଟୁ ପୁର୍ତ୍ତ ବିଭାଗ ଡାକ ବଙ୍ଗଳା ରେ ରହିବେ ସେଠାରୁ ୨ ଘଣ୍ଟା ୪୫ ମିସମୟରେ ସାରୁ ମେଘମାଳ ପଡିଆ ଅସ୍ଥାଈ ହେଲିପ୍ୟାଡ ଯୋଗେ ପରେଅପରାହ୍ନ ୩ଟାରେ ମୁଖ୍ୟମନ୍ତ୍ରୀ ଛତ୍ରପୁର ଯାଇ ଅପରାହ୍ନ ୪ଟାରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ଫେରିଯିବେ।

nis-ad
Leave A Reply

Your email address will not be published.