ସଂଘବଦ୍ଧ ଆକ୍ରମଣରେ ଜଣେ ମୃତ, ୩ ଗୁରୁତର

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ସହଦେଵ ଟିକରପଡା ଗାଁରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ । ଏଥିରେ ଜଣେ ମୃତ୍ୟୁ ବରଣ କରିଥିବା ବେଳେ ତିନି ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକ ହେଲେ ତୋଫାନ ଗୌଡ଼। ଆହତ ହେଲେ କାଳୁ ଗୌଡ଼, ଜୋହ୍ନl ଗୌଡ଼ ଓ ପ୍ରତିମା ଗୌଡ଼l ଆହତ ମାନଙ୍କୁ ପ୍ରଥମେ ଦିଗପହଣ୍ଡି ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ଗୁରୁତର ଥିବାରୁ ତିନି ଜଣଙ୍କୁ ବ୍ରହ୍ମପୁର ଏମ.କେ.ସି.ଜି କୁ ସ୍ଥାନାନ୍ତର କରାଯାଇଛି।

ଖବର ପାଇ ଚିକିଟି ଏସ ଡି ପି ଓ ମେଡିକାଲରେ ପହଂଚି ତଦନ୍ତ କରିବା ସହ ଘଟଣା ସ୍ଥଳକୁ ଯାଇଥିଲେ। ବାଲି ଘାଟକୁ ନେଇ ଗାଁର ଦୁଇ ଗୋଷ୍ଠୀ ମଧ୍ୟରେ ପୂର୍ବରୁ ଅଶାନ୍ତି ଥିବା ବେଳେ ରାତିରେ ଉଭୟ ଗୋଷ୍ଠୀ ମାରଣାସ୍ତ୍ର ଯୋଗେ ମୁହାଁମୁହିଁ ହୋଇଥିଲେ।

nis-ad
Leave A Reply

Your email address will not be published.