ଅପରାଧ ପୃଷ୍ଠଭୂମି ଥିବା ନେତା ମନ୍ତ୍ରିମଣ୍ଡଳରେ ସାମିଲ ହୋଇପାରୁଛନ୍ତି, କିନ୍ତୁ ବିରୋଧୀ ଦଳର ନେତାଙ୍କୁ ଅଯୋଗ୍ୟ ଘୋଷଣା କରାଯାଉଛି: ମମତା

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦ ପ୍ରସଙ୍ଗକୁ ନେଇ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ତଥା ଟିଏମସି ସୁପ୍ରିମୋ ମମତା ବାନାର୍ଜୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ “ପ୍ରଧାନମନ୍ତ୍ରୀ ମୋଦୀଙ୍କ ନୂଆ ଭାରତରେ ବିଜେପି ବିରୋଧୀ ଦଳର ନେତାମାନଙ୍କୁ ଟାର୍ଗେଟ କରୁଛି । ମମତା କହିଛନ୍ତି ଯେ ଅପରାଧିକ ପୃଷ୍ଠଭୂମି ଥିବା ବିଜେପି ନେତାମାନଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରାଯାଉଥିବାବେଳେ ବିରୋଧୀ ଦଳର ନେତାମାନଙ୍କୁ ସେମାନଙ୍କ ଭାଷଣ ପାଇଁ ଅଯୋଗ୍ୟ ଘୋଷଣା କରାଯାଉଛି । ଆଜି ଆମେ ଆମର ସାମ୍ବିଧାନିକ ଗଣତନ୍ତ୍ରର ନୂତନ ନିମ୍ନସ୍ତରକୁ ଦେଖୁଛୁ |
ସୂଚନା ଥାଉ କି ଯେ ସୁରଟର ଏକ କୋର୍ଟ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ‘ମୋଦୀ ଉପନାମ’ ସମ୍ବନ୍ଧରେ ଦେଇଥିବା ମନ୍ତବ୍ୟ ପାଇଁ ମାନହାନୀ ମାମଲାରେ ଦୁଇ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ତେବେ ରାହୁଲ ଗାନ୍ଧୀଙ୍କୁ କୋର୍ଟ ଜାମିନ ମଧ୍ୟ ପ୍ରଦାନ କରିଥିଲେ | ଆଉ ଆଜି ରାହୁଲଙ୍କର ସଦସ୍ୟତା ବାତିଲ କରାଯାଇଛି। ଲୋକସଭା ସଚିବାଳୟ ଏକ ବିଜ୍ଞପ୍ତି ଜାରି କରି କହିଛି ଯେ ସେ (ରାହୁଲ ଗାନ୍ଧୀ) ସମ୍ବିଧାନର ଧାରା ୧୦୨ (୧) ଏବଂ ଲୋକ ପ୍ରତିନିଧୀ ଅଧିନିୟମ, ୧୯୫୧ ର ଧାରା ୮ ଅନୁଯାୟୀ ଅଯୋଗ୍ୟ ହୋଇଛନ୍ତି।

nis-ad
Leave A Reply

Your email address will not be published.