କୋର୍ଟ ଷ୍ଟେସନ୍ ନିକଟ ରେଳପଥରୁ ଯୁବକର ମୃତ ଦେହ ଉଦ୍ଧାର…

ଛତ୍ରପୁର : ଛତ୍ରପୁର କୋର୍ଟ ଷ୍ଟେସନ୍ ନିକଟ ରେଳପଥରୁ ଜଣେ ଯୁବକର ମୃତ ଦେହ ଉଦ୍ଧାର କରିଛି ଛତ୍ରପୁର ରେଳବାଇ ଥାନା ପୋଲିସ୍ । ମୃତ ଯୁବକ ଜଣକ ଛତ୍ରପୁର ବଡ ରେଡ୍ଡିକା ସାହିର ନବୀନ ବେହେରାଙ୍କ ପୁତ୍ର ବିଦ୍ୟାଧର ବେହେରା (୨୦) ବୋଲି ସୂଚନା ମିଳିଛି । ମିଳିଥିବା ସୂଚନା ଅନୁସାରେ ଛତ୍ରପୁର କୋର୍ଟ ଷ୍ଟେସନ ନିକଟ ରେଳପଥରେ ବିଦ୍ୟାଧର ରେଳ ପଥ ପାର ହୋଇ ନିଜ ସମ୍ପର୍କୀୟଙ୍କ ଘରକୁ ଯାଉଥିବା ବେଳେ ଭୁବନେଶ୍ୱର ଚେନ୍ନାଇ ସୁପରଫାଷ୍ଟ ଏକ୍ସପ୍ରେସ ତାଙ୍କୁ ଧକ୍କା ଦେଇଥିଲା । ଫଳରେ ସେ ଛିଟିକି ହୋଇ ପଡିଥିଲେ । ଆଜି ଅପରାହ୍ନ ୨.୩୦ ରେ ସ୍ଥାନୀୟ ବାସିନ୍ଦା ରେଳବାଇ ଥାନା ପୋଲିସ୍ କୁ ଖବର ଦେଇଥିଲେ । ରେଳବାଇ ଥାନା ଓ ଜିଆରପି ଥାନା ପୋଲିସ୍ ଘଟଣା ସ୍ଥଳରେ ପହଂଚି ମୃତ ଦେହ ଜବତ କରିବା ସହିତ ତଦନ୍ତ ଜାରି ରଖିଛି ।

nis-ad
Leave A Reply

Your email address will not be published.