ମୁମ୍ବାଇ : ମହାରାଷ୍ଟ୍ରର ଉପ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଓ ଶିବସେନା(ଉଦ୍ଧବ ବାଲାସାହେବ ଠାକେର)ର ନେତା ଉଦ୍ଧବ ଠାକରେଙ୍କୁ ଆଜି ଗୋଟିଏ କ୍ୟାମେରା ଫ୍ରେମରେ ଦେଖିବାକୁ ମିଳିଛି। ସେମାନେ ପରସ୍ପରକୁ ଦେଖି ସ୍ମିତ ହାସ୍ୟ ଦେବା ସହ କଥା ମଧ୍ୟ ହୋଇଛନ୍ତି।
ଉଭୟ ନେତା ବିଧାନସଭାକୁ ଆସୁଥିବା ବେଳେ ଏପରି ଘଟଣା ଘଟିଛି। ଦଳୀୟ ସ୍ତରରେ ଉଭୟ ନେତା ପରସ୍ପରକୁ ସମାଲୋଚନା କରୁଥିଲେ ମଧ୍ୟ କ୍ୟାମେରା ସାମ୍ନାରେ ଅତି ନିଜର ହୋଇ ସ୍ୱାଭାବିକ ଢଙ୍ଗରେ କଥା ହୋଇଛନ୍ତି।
ମରାଠୀ ବିଭାଗର ମିଟିଂ ପାଇଁ ଉଦ୍ଧବ ଠାକରେ ଆଜି ବିଧାନସଭାକୁ ଆସିଥିଲେ। ଏହି ସମୟରେ ଫଡନାଭିସ ମଧ୍ୟ ବିଧାନସଭାକୁ ପ୍ରବେଶ କରୁଥିଲେ। ଉଭୟ ନେତା ପରସ୍ପରକୁ ଦେଖି ଚାଲିଚାଲି ବେଶ କିଛି ବାଟ ଆସିବା ସହ କଥାବାର୍ତ୍ତା ମଧ୍ୟ କରିଥିଲେ।
୨୦୧୯ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପରେ ଶିବସେନା ମୁଖ୍ୟମନ୍ତ୍ରୀ ଆସନକୁ ନେଇ ସୃଷ୍ଟି ହୋଇଥିବା ତିକ୍ତତା ଯୋଗୁ ବିଜେପି ହାତ ଛାଡ଼ି ଦେଇଥିଲା। ସେବେଠାରୁ ଫଡନାଭିସ ନିୟମିତ ଭାବେ ଶିବସେନା ଓ ଉଦ୍ଧବ ଠାକରେଙ୍କୁ ସମାଲୋଚନା କରି ଆସୁଛନ୍ତି। ଏହି ତିକ୍ତତା ୨୦୨୨ ଜୁନରେ ତୀବ୍ର ହୋଇଥିଲା।
ଉଦ୍ଧବ ଠାକରେଙ୍କୁ ଧୋକା ଦେଇ ଏକନାଥ ସିନ୍ଦେଙ୍କ କଥାରେ ୩୦ରୁ ଅଧିକ ବିଧାୟକ ମହା ବିକାଶ ଅଘାଡ଼ି ସରକାର ବିରୋଧରେ ବିଦ୍ରୋହ ଘୋଷଣା କରିଥିଲେ। ସ୍ଥିତି ଏପରି ହୋଇଥିଲା ଯେ ଉଦ୍ଧବ ଠାକରେଙ୍କ ନେତୃତ୍ୱାଧୀନ ସରକାର ଭୁଶୁଡ଼ି ପଡ଼ିଥିଲା। ସେବେଠାରୁ ଫଡନାଭିସି ଓ ଉଦ୍ଧବ ଠାକରେଙ୍କ ମଧ୍ୟରେ ଜାରି ରହିଥିବା ବାକଯୁଦ୍ଧ ତୀବ୍ର ହୋଇଛି।
Sign in
Sign in
Recover your password.
A password will be e-mailed to you.
Prev Post