ବିଶ୍ଵ ବନଦିବସ : ଜିଲ୍ଲାସ୍ତରରେ ବଇଦପାଲି, ରାଜ୍ୟସ୍ତରରେ କୁଳିପୋଷ ଓ ଵଣାଇଁ ପୁରସ୍କୃତ

ସୁନ୍ଦରଗଡ଼ /ଵଣାଇଁଗଡ : ସାରା ବିଶ୍ବରେ ବନ ଦିବସ ଭାବେ ପାଳନ କରାଯାଉଥିବା ବେଳେ ସୁନ୍ଦରଗଡ଼ ଜିଲ୍ଲା ବିକାଶ ଭବନ ଠାରେ ଆଜି ଜିଲ୍ଲା ସ୍ତରୀୟ ବିଶ୍ଵ ବନ ଦିବସ ପାଳିତ ହୋଇଯାଇଛି I ଏହି ଅବସରରେ ରାଉରକେଲା ଵନମଣ୍ଡଳ ର ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ଡଃ. ଅରୁଣ କୁମାର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବନ ଦିବସ ପାଳନ ର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିବା ସହ ଜଙ୍ଗଲ ର ପ୍ରକାର, ଦେଶ ରେ ଥିବା ବିଭିନ୍ନ ଜାତୀୟ ଉଦ୍ୟାନ, ଯୁଗ୍ମ ବନ ପରିଚାଳନା, ଇକୋ ଟୁରିଜିମ୍, ବନ ସୁରକ୍ଷା ନିମନ୍ତେ ଅତୀତ ରେ କରାଯାଇଥିବା ବିଭିନ୍ନ ଆନ୍ଦୋଳନ ଆଦି ସମ୍ପର୍କରେ ଉପସ୍ଥାପନା କରିଥିଲେ I ଏହା ଛଡ଼ା ଡ. ମିଶ୍ର ନୂତନ ଜଙ୍ଗଲ ସୃଷ୍ଟି, ଜଙ୍ଗଲ ସୁରକ୍ଷା ଓ ବନାଗ୍ନି ସମ୍ପର୍କରେ ଜନସଚେତନା ଉପରେ ଆଲୋଚନା କରିଥିଲେ I

ଏହି ଅବସରରେ ୨୦୨୨ ବର୍ଷ ପାଇଁ ବନୀକରଣ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ବଣାଇ ଉପଖଣ୍ଡ କେନ୍ଦ୍ରିକଳା ପଞ୍ଚାୟତ ଅନ୍ତର୍ଗତ
ବଇଦପାଲି ସରକାରୀ (ଏସ୍. ଏସ୍. ଡି.) ବାଳିକା ଉଚ୍ଚ ବିଦ୍ୟାଳୟ କୁ ପୁରସ୍କୃତ କରାଯାଇଥିଲା I ସେହିପରି ଭାବେ ରାଜ୍ୟ ସ୍ତରୀୟ ବିଶ୍ଵ ବନ ଦିବସ ସମାରୋହରେ ପର୍ଯ୍ୟଟନ ସ୍ଥଳୀ ର ବିକାଶ ଓ ବନୀକରଣ ରେ ବିଶେଷ ଅବଦାନ ପାଇଁ କୁଳିପୋଷ ରେଞ୍ଜ ଅଧିକାରୀ ମୁକ୍ତିକାନ୍ତ ପରିଡ଼ା ଓ ବଣାଇଁ ରେଞ୍ଜ ଅଧିନସ୍ଥ ଧରଣୀଧର ପାଲି ର ବନରକ୍ଷୀ ଜଗନ୍ନାଥ ବେହେରା ଲୋକଙ୍କ ସହିତ ସୁ ସମ୍ପର୍କ ଓ ସମନ୍ବୟ ରଖିବା ସହ ହାତୀ ସୁପରିଚାଳନା କରିବା ରେ ତାଙ୍କର ଦକ୍ଷତା କୁ ନେଇ ଓଡ଼ିଶା ମୁଖ୍ୟ ପ୍ରଧାନ ବନ ସଂରକ୍ଷକଙ୍କ ଉପସ୍ଥିତିରେ ରାଜ୍ୟ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ପ୍ରଦୀପ ଅମାତ ପୁରସ୍କୃତ କରିଅଛନ୍ତି ।

nis-ad
Leave A Reply

Your email address will not be published.