ବ୍ରିଟେନ ପରେ ଆମେରିକାରେ ଭାରତୀୟ ଦୂତାବାସ ଉପରେ ଖଲିସ୍ତାନୀ ସମର୍ଥକଙ୍କ ଆକ୍ରମଣ…

ଆମେରିକାର ସାନ ଫ୍ରାନ୍ସିସ୍କୋରେ ଥିବା ଭାରତୀୟ ଦୂତାବାସ ଭିତରେ ପଶି ଭଙ୍ଗାରୁଜା କରିଥିବା ଖଲିସ୍ତାନୀ ସମର୍ଥକଙ୍କୁ ବାଇଡେନ ସରକାର କଡା ନିନ୍ଦା କରିଛନ୍ତି । ଆମେରିକା ଏଭଳି ଆକ୍ରମଣ କାଣ୍ଡକୁ ସହଜରେ ଗ୍ରହଣ କରିପାରୁନାହିଁ । ହ୍ଵାଇଟ ହାଉସର ରାଷ୍ଟ୍ରୀୟ ସୁରକ୍ଷା ପରିଷଦର କୋର୍ଡିନେଟର ଜନ କିର୍ଭି ଏହି ଘଟଣାର ନିନ୍ଦା କରିଛନ୍ତି ।

ଖଲିସ୍ତାନୀ ସମର୍ଥକଙ୍କ ଏକ ଗ୍ରୁପ ରବିବାର ଦିନ ସାନ ଫ୍ରାନ୍ସିସ୍କୋରେ ଥିବା ଭାରତୀୟ ଦୂତାବାସ ଉପରେ ଆକ୍ରମଣ କରିଥିଲେ । ସମର୍ଥକମାନେ ନାରାବାଜୀ କରିଥିଲେ । ପୋଲିସ କରିଥିବା ବ୍ୟାରିକେଡକୁ ଭାଙ୍ଗିଥିଲେ ପ୍ରଦର୍ଶନକାରୀ । ଭିତରେ ପଶି କବାଟ ଓ ଝରକା ଭାଙ୍ଗିଥିଲେ । ଦୂତାବାସ ଭିତରେ ଖଲିସ୍ତାନୀ ପତାକା ଲଗାଇଥିଲେ । ତେବେ ତୁରନ୍ତ ଦୂତାବାସର କର୍ମଚାରୀ ଏହାକୁ ହଟାଇ ଦେଇଥିଲେ । ସେମାନେ ଏ ସବୁ କାଣ୍ଡ କରୁଥିବା ବେଳେ ଖୁବ୍ ଉଚ୍ଚ ସ୍ବରରେ ପଞ୍ଜାବୀ ଗୀତ ବଜାଉଥିଲେ। ଏଥିସହ ସେମାନେ କନସୁଲେଟ୍ କାନ୍ଥରେ ରଙ୍ଗମାରି ‘ଫ୍ରି ଅମୃତପାଲ୍’ ଲେଖିଛନ୍ତି।

ସୂଚନାଯୋଗ୍ୟ, ଗତ ରବିବାର ଦିନ ଖଲିସ୍ତାନ ସମର୍ଥକମାନେ ବ୍ରିଟେନରେ ତ୍ରିରଙ୍ଗାକୁ ଅପମାନିତ କରିଥିଲେ । ସେମାନେ ଭାରତୀୟ କନସୁଲେଟରେ ଲାଗିଥିବା ଜାତୀୟ ପତାକାକୁ ଓହ୍ଲାଇ ଦେଇଥିଲେ । ଅମୃତପାଲଙ୍କ ଫଟୋ ସହିତ ପୋଷ୍ଟରରେ ଲେଖାଥିବା ଫ୍ରି ଅମ୍ରିତପାଲକୁ ନେଇ ହଙ୍ଗାମା କରିଥିଲେ । ଭାରତ ବିରୋଧୀ ନାରାବାଜୀ ମଧ୍ୟ କରିଥିଲେ ।ଏହାକୁ ନେଇ ଭାରତ ସରକାର ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ ।

ପଞ୍ଜାବରେ ଅମ୍ରିତପାଲଙ୍କ ୧୧୨ ସମର୍ଥକଙ୍କୁ ଗିରଫ କରାଯାଇଛି। ଅମ୍ରିତପାଲଙ୍କୁ ପଳାତକ ଘୋଷିତ କରାଯିବା ପରେ ଡ୍ରାଇଭର ଏବଂ ଦାଦା ପୋଲିସ ନିକଟରେ ଆତ୍ମସମର୍ପଣ କରିଥିଲେ ।

nis-ad
Leave A Reply

Your email address will not be published.