ଶ୍ରୀ ଶ୍ରୀ ହରି ଚାନ୍ଦ ଠାକୁରଙ୍କ 212ତମ ଆବିର୍ଭାବ ଦିବସ ପାଳନ

ଉମରକୋଟ : ନବରଙ୍ଗପୁର ଜ଼ିଲ୍ଲା ଉମରକୋଟ ଡିଏନକେ ସ୍ଥିତ ଶ୍ରୀ ଶ୍ରୀ ହରି ଗୁରୁଚାନ୍ଦ ମତୁଆ ମିଶନ ପରିଚାଳିତ ବିଶାଳ ଭାବରେ ଠାକୁରଙ୍କର ଆବିର୍ଭାବ ଦିବସ ପାଳନ ସହ ବାରୁଣୀ ସ୍ନାନ ଅନୁଷ୍ଠିତ ସମ୍ପନ୍ନ ହୋଇଛି । ଶ୍ରୀ ଶ୍ରୀ ହରିଚାନ୍ଦ ଠାକୁର ଦଳିତ ପତିତ ଜାତିର ମୁକ୍ତି ଦୂତ , ତାଙ୍କର ଦ୍ବାଦଶ ଆଜ୍ଞା ବା ଉପଦେଶ ସମଗ୍ର ମାନବ ଜାତିର କଲ୍ଯାଣରେ ଉପଯୋଗୀ । ସତ କଥା କହିବା , ପିତା ମାତାଙ୍କୁ ଈଶ୍ବର ରୂପେ ଶ୍ରଦ୍ଧା କରିବା , ଅନ୍ଯ ଧର୍ମକୁ ସମ୍ମାନ ଦେବା ଏବଂ ଜାତି ପ୍ରଥା ଭଳି କୁସଂସ୍କାର ମୁକ୍ତ ହେବା ପ୍ରମୁଖ ନୀତି ହେଲା ତାଙ୍କର ମୁଖ୍ଯ ଆଦର୍ଶ । ଜୟ ଡଙ୍କା ଦ୍ବାରା ମୋହ ମାୟା ମୁକ୍ତ ଆହ୍ବାନ କରିବା ଏବଂ ଲାଲ ନିଶାଣ ହେଉଛି ଜୟ ପତାକା । ଏଣୁ ଭକ୍ତ ଗଣ ହଜାର ହଜାର ସଂଖ୍ଯାରେ ହରିବୋଲ କୀର୍ତନ ସହ ଦଳ ଦଳ ହୋଇ ରାଇଘର , ଉମରକୋଟ , ମାଲକାନଗିରି ,ଛତ୍ରିଶ ଗଢ଼ ପରି ବିଭିନ୍ନ ଅଞ୍ଚଳରୁ ଭକ୍ତ ମାନେ ଯୋଗ ଦେଇ ଥିଲେ । ଏଠାରେ ପ୍ରୟାତ ମତୁଆ ଆଚାର୍ଯ ବିଜୟ ପାଢ଼ୀଙ୍କର ପୁତ୍ର ଆଚାର୍ଯ ଚାନ୍ଦୁ ଗୋସେଇ ଉପସ୍ଥିତ ରହି ଭକ୍ତ ମାନଙ୍କୁ ଏକ ଆଧ୍ଯାତ୍ମିକ

ପରିବେଶରେ ରଖିଥିଲେ । ଅନୁଷ୍ଠାନର ସ୍ଥାୟୀ ସଭାପତି ଶ୍ରୀ ଚିତ୍ତରଞ୍ଜନ ଢାଲି ପରିଚାଳନା କରିଥିବା ବେଳେ , ଶ୍ରୀ ବଙ୍କିମ ରାୟ ଭକ୍ତ ପ୍ରାଣ ମଣିଷ ଯାହାଙ୍କର ହୃଦୟ କେବଳ ମଣିଷଙ୍କର ସେବା ନିମିତ୍ତ ରହିଥାଏ । ସମାଜ ସେବକ ସଞ୍ଜିତ ମଣ୍ଡଳ , ସମ୍ପାଦକ ରାମ କାନ୍ତ ବାଇନ , ମତୁଆ ପ୍ରାଣ ଅରୁଣ ସରକାର , ଆସର ପରିଚାଳକ ଶୁସାନ୍ତ ସରଦାର , ଶୁଭ ଚିନ୍ତକ ମନ୍ମଥ ନାଥ ରାୟ , ହରେନ ଡାକୁଆ , କବି ପ୍ରକାଶ ବିଶ୍ବାସ , ଧର୍ମ ରାଜ ସରକାର , ମଦନ ତରଫଦାର , ବିଶିଷ୍ଟ ଭକ୍ତ ଶାନ୍ତି ତାଲୁକଦାର , ଯୋଗେନ ସରକାର , ଚାରଣ କବି ଜଗଦୀଶ ସରଦାର , ମତୁଆ ମତୀ ଶୈଳବାଳା ବାଇନ , ଭଣ୍ତାର ରକ୍ଷକ ରଞ୍ଜିତ ବିଶ୍ବାସ , ମତୁଆ ନାଟ୍ଯକାର ନିଖିଲ ମଣ୍ଡଳ , ମତୁଆ ସାହିତ୍ଯିକ ଓ ଗବେଷକ ବଙ୍କିମ ଚନ୍ଦ୍ର ମଣ୍ଡଳ ପ୍ରମୁଖ ଏଥିରେ ଯୋଗ ଦେବା ସହ ଅନୁଷ୍ଠାନର କାର୍ଯକୁ ମନୋମୁଗ୍ଧ କରି ଥିଲେ । ବିଭିନ୍ନ ଗ୍ରାମର ଆଗତ ଦଳ ଗୁଡି ସୁ ନିପୁଣ ଭାବରେ ନୃତ୍ଯ , କୀର୍ତନ କରି ସାର୍ବଜନୀନ ସମାଧୀ ନେଉଥିଲେ । ଏହି ଅବସରରେ ମାଲକାନଗିରିରୁ ଆଗତ ମତୁଆ କନ୍ଯା ଦେବଲା ବାରଇ ସୁନ୍ଦର ମହା ସଂକୀର୍ତନ କରିଥିଲେ । ଉମରକୋଟ ସଦର ମୁନସୀପାଲଟିର ଅଧ୍ଯକ୍ଷ ଶ୍ରୀମତି ରାଧା ଭତ୍ରା ଯୋଗଦେବା ସହ ଶ୍ରୀ ଶ୍ରୀ ହରିହାନ୍ଦ ଠାକୁରଙ୍କୁ ପ୍ରଣାମ ଜଣାଇ ଆଶିର୍ବାଦ ନିବେଦେନ କରିଥିଲେ ।

nis-ad
Leave A Reply

Your email address will not be published.