ରାଇଘରରେ ପୁଣି ମାଓ ହିଂସା…

ଜଙ୍ଗଳ ଜମି ମାଫିଆ କୁ ହତ୍ୟା କଲେ ମାଓବାଦୀ….

ଉମରକୋଟ (୧୮/୦୩/୨୦୨୩) ନବରଙ୍ଗପୁର ଜ଼ିଲ୍ଲା ରାଇଘର ବ୍ଲକର ନାକଟିସିମୋଡ଼ା ପଞ୍ଚାୟତ ଅନ୍ତର୍ଗତ ଲଖନପୁରୀ ଟ୍ରାକଟର ଭାଟା ଗ୍ରାମରେ ବିଗତ କାଲି ରାତି ପ୍ରାୟ ୯ ଘଟିକା ସମୟରେ ମୃତ ନାରାୟଣ ନାଗେଶର ସ୍ତ୍ରୀ ଅମୃତି ନାଗେଶଙ୍କୁ କହିବା କଥା ତିନି ଜଣ ମାଓବାଦୀ ଆସି ନାରାୟନକୁ ଡାକି ନିଜ ଘର ସମ୍ମୁଖରେ ବସାଇବା ପରେ ଘରର ଅନ୍ୟ ସଦସ୍ୟ ମାନଙ୍କୁ ବାହାରକୁ ଚାଲି ଯିବାକୁ କହି କୋଦାଳ, ବେଲଚା ଦେଇ ମାଡ଼ ମାରିବା ସହିତ ଛାତି ଓ କପାଳରେ ଗୁଳି ମାରି ହତ୍ୟା କରିଛନ୍ତି l ସୂଚନା ଥାଉକି ବିଗତ ୨୪ /୦୨/୨୦୨୩ ରେ ହାତୀଗାଁ ଚନ୍ଦନ ମଲ୍ଲିକଙ୍କ କୁ ଗୋଟିଏ ମାସ ନ ପୁରିନୁ ଆଉ ଜଣେ ମାଉବାଦୀ ହାତରେ ପ୍ରାଣ ହାନି ଘଟିଛି l ଯାହାକୁ ନେଇ ଅଞ୍ଚଳ ରେ କକୁଆ ଭୟ ଖେଳି ଯାଇଛି ନାରାୟଣ କୁ ମାରିବା ପରେ ଭାକପା (ମାଓବାଦୀ ) ମାନେ ଓଡ଼ିଆ ଓ ହିନ୍ଦୀ ଭାଷାର ପୋଷ୍ଟର ଛାଡ଼ି ଯାଇଛନ୍ତି l ସେଥିରେ ସେମାନେ ଉଲ୍ଲେଖ କରିଛନ୍ତି ” ଜଙ୍ଗଳ କାଟିବା ମାଫିଆ ନାରାୟନ ନାଗେଶଙ୍କୁ ମୃତ୍ୟୁ ଦଣ୍ଡ ଦିୟା ଗଲା” କାହିଁକି ନା ବିନା ଗ୍ରାମ ଶୋଭାର ଅନୁମତି ନ ଥାଇ ଜବର ଦସ୍ତ ଜଙ୍ଗଳ କାଟି ସାଧାରଣ ଜନତାକୁ ଡରାଇ ଧମକାଇଁ ଓ ଗୁଣ୍ଡା ଗିରି କରି ନୂତନ ଗ୍ରାମ ବସାଇଛନ୍ତି ଓ ୨୦୧୦ଏହି ଜଙ୍ଗଳ ଉପରେ ଜଙ୍ଗଳ ମାଫିଆ ଏବଂ ବଙ୍ଗାଳି ମାନଙ୍କ ନଜର ରେ ରହିଛି l ନାରାୟନ ନାଗେଶ ଜଙ୍ଗଳ ବିଭାଗ ସହିତ ମିଳିମିଶି ଜଙ୍ଗଳକୁ କାଟି ନୂଆଁ ଗ୍ରାମ ବସାଇଛନ୍ତି କେହି ବିରୋଧ କଲେ ପୋଲିସର ଧମକି ଦେଉଥିଲା l ଭାକପା ( ମାଓବାଦୀ ) ମୈନପୁର – ନୂଆପଡ଼ା ଡିଭିଜନାଲ କମିଟି ତରଫରୁ ବହୁବାର ତାଙ୍କୁ ଚେତାବନି ଦେବା ସତ୍ୟେ ବି ସେ ମାନିଲେ ନାହିଁ ସେଥିପାଇଁ ତାଙ୍କୁ ମୃତ୍ୟୁ ଦଣ୍ଡ ଦିଆଗଲା ଓ ସେଠାରେ ଥିବା ସମସ୍ତ ପରିବାରକୁ ବି ଗ୍ରାମ ହଟାଇବାକୁ କହିଛନ୍ତି ନ ହେଲେ ଏହି ପରି ମୃତ୍ୟୁ ଦଣ୍ଡ ଦିୟା ଯିବ ବୋଲି ଧମକ ଦେଇଛନ୍ତି l ଜଙ୍ଗଳ କାଟିବା ଅନ୍ୟ ମାଫିଆ ମାନଙ୍କ ନାମ ମଧ୍ୟ ମାଓବାଦୀ ମାନେ ଉଲ୍ଲେଖ କରିଛନ୍ତି ସେମାନଙ୍କ ଭିତରେ ନାକଟିସିମଡ଼ାର

ନରସିଂ ନାଗେଶ, ପଲକୁ ରାମ ନାଗେଶ, ବୁଦୁରାମ ନାଗେଶ, ସୁକୁଡୁ ନାଗେଶ, ଆଶାରାମ ଗଣ୍ଡ, ରାମ ଗଣ୍ଡ ଏବଂ କୁସୁମପୁର ଗ୍ରାମର ସତ୍ୟ ଗଣ୍ଡ, ସନ୍ତୁ ରାମ ଗଣ୍ଡ ଓ ବିଷ୍ଣୁ ରାମ ଗଣ୍ଡକୁ ଚେତାବନି ଯଦି ସେମାନେ ଜଙ୍ଗଳ ଜମି ନ ଛାଡ଼ନ୍ତି ତାହେଲେ ମୃତ୍ୟୁ ଦଣ୍ଡ ଦିୟା ଯିବ l ଏହା ସହିତ ବଙ୍ଗାଳି ଓ ବାହାର ଲୋକ ଆଧିବାସୀ ଲୋକଙ୍କ ଜମିକୁ ଅଧିକାର କରିବା ଛାଡ଼ୁନ୍ତୁ କହି କଡ଼ା ଚେତାବନି ଦେଇଛନ୍ତି l ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି କିନ୍ତୁ ଏଠାରେ ସୂଚନା ଥାଉକି ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ବର୍ତ୍ତମାନ ମାଓବାଦୀ ମାନଙ୍କ ଚରାଭୂଇ ପାଲଟିଛ କହିଲେ କିଛିବି ଭୁଲ ହେବ ନାହିଁ କାରଣ ଏଥି ପୂର୍ବରୁ ପୋଲିସ ଇନ୍ଫୋର୍ମର ସନ୍ଦେହରେ ଦୁଇ ଜଣଙ୍କୁ ହତ୍ୟା କରାଯାଇଛି l ତେଣୁ ଜିଲ୍ଲା ପ୍ରଶାସନ ଏହାକୁ ଗୁରୁତ୍ୱ ଦେଇ ରାଇଘର ବ୍ଲକ ରେ ହେଉଥିବା ଦୁର୍ନୀତି ଜଡକୁ କଡ଼ି ଫୋପାଡିବା ଜରୁରୀ ହୋଇ ପଡିଛି, ପ୍ରଶାସନ ଗୁଣ୍ଡା, ମାଫିଆ, କଣ୍ଟ୍ରାକ୍ଟର ମାନଙ୍କୁ ସାହାରା ଦେଇ ଯେଉଁ ଦୁର୍ନୀତି କରି ଚାଲିଛନ୍ତି ଯାହା ଫଳରେ ନିରୀହ ଆଦିବାସୀ ମାନଙ୍କ ବିଶ୍ୱାସ ଭାଜନ ହୋଇ ମାଓବାଦୀ ମାନେ ଏହି ପଦକ୍ଷେପ ନେଉ ଛନ୍ତି ବୋଲି ଅଞ୍ଚଳର ବୁଦ୍ଧି ଜୀବି ଓ ସାଧାରଣ ରେ ଚର୍ଚ୍ଚା ଜୋର ଧରୁଛି

nis-ad
Leave A Reply

Your email address will not be published.