ମୋଦୀଙ୍କୁ ଭେଟିଲେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇଏସ ଜଗନ ମୋହନ ରେଡ୍ଡୀ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଦିଲ୍ଲୀରେ ଭେଟିଛନ୍ତି। ଏହି ଅବସରରେ ଜଗନ ମୋହନ ଆନ୍ଧ୍ରପ୍ରଦେଶର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହାୟତା ଲୋଡ଼ିଥିଲେ । ଆନ୍ଧ୍ରପ୍ରଦେଶକୁ ବିଶେଷ ରାଜ୍ୟ ମାନ୍ୟତା ଦେବା ପାଇଁ ମଧ୍ୟ ଜଗନ ମୋହନ ଦାବୀ କରିଥିଲେ ।

ରାଜ୍ୟର ବିଭାଜନକୁ ୯ ବର୍ଷ ପୁରିଥିଲେ ମଧ୍ୟ ଲମ୍ବିତ ଅନେକ ପ୍ରସଙ୍ଗକୁ ତ୍ୱରାନ୍ୱିତ କରିବା ଲାଗି ମୋଦୀଙ୍କୁ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଥିଲେ । କେନ୍ଦ୍ରରୁ ମିଳୁଥିବା ଟଙ୍କା ଓ ପଡ଼ୋଶୀ ତେଲେଙ୍ଗାନା ସହ ବିକାଶ ରାଶି ଲେଣଦେଣରେ ମୋଦୀଙ୍କୁ ହସ୍ତକ୍ଷେପ କରିବାକୁ ଜଗନ ମୋହନ ନିବେଦନ କରିଥିଲେ । ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନା ମଧ୍ୟରେ ଲମ୍ବିତ ଅନେକ ପ୍ରସଙ୍ଗରେ ଧ୍ୟାନ କେନ୍ଦ୍ରିତ କରିବାକୁ ମଧ୍ୟ ଜଗନ ମୋହନ ଅନୁରୋଧ କରିଥିଲେ ।

nis-ad
Leave A Reply

Your email address will not be published.