ବଣାଇଁ (୧୭/୦୩) : ଦେଶର ଶିକ୍ଷାର୍ଥି ମାନଙ୍କ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନର ଦକ୍ଷତା ବୃଦ୍ଧି ପାଇଁ ବଣାଇଁ ବ୍ଲକ ସ୍ତରୀୟ ଏକ ଚାରି ଦିନିଆ ପ୍ରଶିକ୍ଷଣ ଶିବିର ଆଜି କଷଡା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଠାରେ ଆରମ୍ଭ ହୋଇଯାଇଛି । ଏହି ଶିବିର ଉଦ୍ଘାଟନ ଉତ୍ସବ ପ୍ରାରମ୍ଭରେ ପଞ୍ଚାୟତ ଉଚ୍ଚବିଦ୍ୟାଳୟ ପଣ୍ଡିତ ଶିକ୍ଷକ ଶଶୀକାନ୍ତ ମିଶ୍ର ଜଗନ୍ନାଥଙ୍କ ଫଟଚିତ୍ରରେ ପ୍ରଦୀପ ପ୍ରଜ୍ୱଳନ କରି ‘ଆହେ ଦୟାମୟ’ ପ୍ରାର୍ଥନା ଗାନ କରି କାର୍ଯ୍ୟକ୍ରମ ଶୁଭାରମ୍ଭ କରାଯାଇଥିଲା ।
ଏହି ଶିବିରରରେ ମୂଖ୍ୟତଃ ୨୦୨୬-୨୭ ସୁଦ୍ଧା ତୃତୀୟ ଶ୍ରେଣୀ ପଯ୍ୟନ୍ତ ପ୍ରତ୍ୟେକ ପିଲା ବୁଝିକି ପଢିବା ଓ ଲେଖିବା, ଗାଣିତିକ ସମସ୍ୟାର ସମାଧାନ କେମିତି କରିବାକୁ ସମର୍ଥ ହେବେ ସେ ବିଷୟରେ ଶିକ୍ଷକ ମାନେ ପ୍ରଶିକ୍ଷଣ ନେବେ । ଏହା ବ୍ୟତୀତ ଶିକ୍ଷାର୍ଥିମାନଙ୍କ ପାଇଁ ଉଦ୍ଦିଷ୍ଟ ପୁସ୍ତିକା ଓ ସାମଗ୍ରୀଗୁଡିକୁ ସଫଳ ଭାବରେ କେମିତି ଶ୍ରେଣୀରେ ବ୍ୟବହାର କରାଯିବ ସେ ଉପରେ ଆଲୋକପାତ କରାଯିବ ।ଏହି ପ୍ରଶିକ୍ଷଣଟି ଚାରିଦିନ ଅବଧି ବିଶିଷ୍ଟ ଓ ୧୬ଟି ଅଧିବେଶନକୁ ନେଇ ଗଠିତ । ଏଥିରେ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନର ସାମଗ୍ରିକ ଦୃଷ୍ଟିଭଙ୍ଗୀ , ବିଦ୍ୟାପ୍ରବେଶ, ମୌଖିକ ଭାଷା ବିକାଶ, ଡିକୋଡିଙ୍ଗ, ପଠନ ଦକ୍ଷତା, ଲିଖନ ଦକ୍ଷତା , ମୌଳିକ ସଂଖ୍ୟାଜ୍ଞାନରେ CRA ପନ୍ଥାର ବ୍ୟବହାର, ପାଠ୍ୟପୁସ୍ତକ ସହିତ କାର୍ଯ୍ୟ ପୁସ୍ତକର ସମନ୍ୱିତକରଣ, GKA କିଟ୍ ର ବ୍ୟବହାର, ମାନନିର୍ଦ୍ଧାରଣ ପ୍ରକ୍ରିୟା, ପାଠଯୋଜନା ଇତ୍ୟାଦି ଧାରଣା ଉପରେ ଆଲୋକପାତ କରାଯିବ । ଏହି ପ୍ରଶିକ୍ଷଣ ଶିବିର ବିଶିଷ୍ଟ ଶିକ୍ଷାବିତ, ଶିକ୍ଷକ ପ୍ରଶିକ୍ଷକ, ଅଭିଜ୍ଞ ଶିକ୍ଷକ ମାନଙ୍କର ମିଳିତ ଉଦ୍ୟମରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ଆଜିର ଏହି ପ୍ରଶିକ୍ଷଣ ଶିବିରରେ ସାଧନ କର୍ମୀ ସଞ୍ଜୟ କୁମାର ଜେନା, ଦିଲ୍ଲୀପ କୁମାର ସାମଲ, ଦୁବରାଜ ବେହେରା ଏବଂ ଅନିରୁଦ୍ଧ ଭଞ୍ଜ ପ୍ରଶିକ୍ଷଣ ପ୍ରଦାନ କଲେ ଏବଂ ତାଙ୍କୁ ବୈଶୟୀକ ସହାୟକ ଭାବରେ ପଞ୍ଚାୟତ ଉଚ୍ଚବିଦ୍ୟାଳୟ କଷଡା ସହକାରୀ ଶିକ୍ଷକ ଉମେଶ ଚନ୍ଦ୍ର ସାହୁ ଏବଂ ଭଗବତୀ ମାଝି ସହାୟତା କରିଥିଲେ । ଏହି ପ୍ରଶିକ୍ଷଣରେ ବିଭିନ୍ନ କ୍ଲଷ୍ଟର ସ୍ତରୀୟ ପଚାଶ ଜଣ ପ୍ରଶିକ୍ଷାର୍ଥି ଅଶଂ ଗ୍ରହଣ କରିଥିଲେ । ଏହା ଆଉ ତିନି ଦିନ ଧରି ଚାଲିବ ବୋଲି ଜଣାପଡିଛି ।