ବାର୍ଦ୍ଧକ୍ୟ ଭତ୍ତା ବୃଦ୍ଧି ଦାବୀ କଲା ମାନବ ଅଧିକାର ସୁରକ୍ଷାମଞ୍ଚ…

ବ୍ରହ୍ମପୁର(୧୭/୦୩) : ଦୀର୍ଘ ବର୍ଷରୁ ୨୦୦ଟଙ୍କାରୁ ୫୦୦ଟଙ୍କା କୁ ବାର୍ଦ୍ଧକ୍ୟ ଭତ୍ତା ସ୍ଥିର କରି ଏକ ରକମ ନୀରବି ଯାଇଥିବା ରାଜ୍ୟ ସରକାରଙ୍କ ଠାରେ ପୁଣି ଭତ୍ତା ବୃଦ୍ଧି ପାଇଁ ଦାବୀ କରିଛି ମାନବ ଅଧିକାର ସୁରକ୍ଷା ମଞ୍ଚ l ସୂଚନାଯୋଗ୍ୟ ଯେ, ଦୀର୍ଘ ଦିନରୁ ବାର୍ଦ୍ଧକ୍ୟ, ବିଧବା ଓ ଭିନ୍ନକ୍ଷମ ଭତ୍ତା ମାସିକ ୫୦୦ଟଙ୍କା ରହିଛି, ଯାହାକି ବର୍ତମାନର ଆକାଶଛୁଆଁ ଦରଦାମ, ପରିବାରର ଦୈନନ୍ଦିନ ଖର୍ଚ୍ଚ, ଶିକ୍ଷା, ସ୍ୱାସ୍ଥ୍ୟ ଭଳି ମୌଳିକ ଆବଶ୍ୟକତା ମେଣ୍ଟାଇବା ଖର୍ଚ୍ଚ ଆଦିକୁ ଦୃଷ୍ଟି ଦେଲେ ଏହି ମାସିକ ୫୦୦ଟଙ୍କା ଭତ୍ତା ସମୁଦ୍ରକୁ ଶଙ୍ଖେ ପାଣି ସଦୃଶ୍ୟ l ଜୀବନର ଶେଷ ଅବସ୍ଥାରେ ବରିଷ୍ଠ ନାଗରିକଙ୍କ ସ୍ୱାସ୍ଥ୍ୟ ଗତ ସମସ୍ୟା ଦୈନନ୍ଦିନ ଦେଖାଯାଇଥାଏ, ସେମାନଙ୍କ ସେବା ସୁଶ୍ରୁଷା, ନିତି ଦିନିଆ ଔଷଧ ଆଦି ଖର୍ଚ୍ଚରେ ହଜାର ହଜାର ଟଙ୍କା ଖର୍ଚ୍ଚ ହୁଏ ଅଥଚ ବିଧାୟକ, ସଂସଦ, ମନ୍ତ୍ରୀଙ୍କ ଆରାମ ଆୟାସ, ଦରମା, ପେନସନ ଓ ସମସ୍ତ ପ୍ରକାର ଭତ୍ତାରେ ଓଡିଶା ରାଜସ୍ବରୁ ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ କରାଯାଉଛି l

ବରିଷ୍ଠ ନାଗରିକଙ୍କ ଭଳି ବିଧବା ଓ ଭିନ୍ନକ୍ଷମଙ୍କ ଭତ୍ତା ମଧ୍ୟ ବୃଦ୍ଧି କରାଯିବାର ଆବଶ୍ୟକତା ରହିଛି l ଏଣୁ ଏ ପ୍ରକାର ଆକାଶ ପାତାଳ ଆର୍ଥିକ ଅସମାନତା ବା ପାତରଅନ୍ତର ନୀତି ପରିବର୍ତ୍ତନ କରି ଦୈନନ୍ଦିନ ଖର୍ଚ୍ଚ ବହୁଳ ଆବଶ୍ୟକତା ପାଇଁ ବାର୍ଦ୍ଧକ୍ୟ, ବିଧବା, ଭିନ୍ନକ୍ଷମଙ୍କ ମାସିକ ଭତ୍ତାକୁ ପାଞ୍ଚ ହଜାର ଲାଗୁ କରାଯିବାକୁ ଏକ ପ୍ରେସ ବିବୃତି ମାଧ୍ୟମରେ ମଞ୍ଚର ବରିଷ୍ଠ ସଭ୍ୟ ମାଗୁଣି ନାହାକ, ଶିବ ସୁନ୍ଦର ରଥ, ଗଗନ ଚନ୍ଦ୍ର ମଲ୍ଲିକ ଓ ଆବାହକ ଅବନୀ ଗୟା ଦାବୀ କରିଛନ୍ତି l

nis-ad
Leave A Reply

Your email address will not be published.