ନୂତନ ପେନସନଭୁକ୍ତ ଶିକ୍ଷକଙ୍କ ଡ୍ରେସ କୋଡ଼ ବର୍ଜନ…

ଫୁଲବାଣୀ : ରାଜ୍ୟ ସରକାର ନୂତନ ପେନସନ ଭୁକ୍ତ ପ୍ରାଥମିକ ଶିକ୍ଷକଙ୍କ ତିନି ଦଫା ଦାବିକୁ ଗ୍ରହଣ ନକରିଥିବାରୁ ଏହାର ପ୍ରତିବାଦରେ ସମଗ୍ର ରାଜ୍ୟ ରେ ନୂତନ ପେନସନଭୁକ୍ତ ପ୍ରାଥମିକ ଶିକ୍ଷକଙ୍କ ଡ୍ରେସକୋଡ଼ ବର୍ଜନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏହି ପରିପ୍ରେକ୍ଷୀରେ ଜିଲ୍ଲା ସଂଘର ନିଷ୍ପତ୍ତି କ୍ରମେ ସମଗ୍ର ଜିଲାରେ ସବୁ ବ୍ଲକ ରେ ଏହି ପ୍ରତିବାଦ ଦେଖିବାକୁ ମିଳୁଛି । ଟିକାବାଲି ଡ଼ି.ଆଇ.ଇ.ଟି ଠାରେ ଚାଲିଥିବା ତାଲିମ କାର୍ଯ୍ୟକ୍ରମରେ ମଧ୍ୟ ଏହା ଦେଖିବାକୁ ମିଳିଛି ଏଠାରେ ମଧ୍ୟ ପ୍ରାୟ ଶିକ୍ଷକ ଶିକ୍ଷୟତ୍ରୀ ଡ୍ରେସକୋଡ଼ ବର୍ଜନ କରିଛନ୍ତି । ଟିକାବାଲି ଡ଼ି.ଆଇ.ଇ.ଟି ଠାରେ ଚାରିଦିନିଆ ପ୍ରାରମ୍ଭ ତାଲିମ କାର୍ଯ୍ୟକ୍ରମ ଆଜି ଉଦଯାପିତ ହୋଇଛି । ଏହି କାର୍ଯ୍ୟକ୍ରମ ରେ ବିଦ୍ୟାଳୟରେ ଶିକ୍ଷାର୍ଥୀ ମାନେ ଯେପରି ମୌଳିକ ଭାଷାଜ୍ଞାନ ଓ ସଂଖ୍ୟାଜ୍ଞାନ ଦକ୍ଷତା ହାସଲ କରିବେ ସେହି ସମ୍ବନ୍ଧରେ ଟିକାବାଲି ବ୍ଲକର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ତାଲିମ ଦିଆଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଟିକାବାଲି ଗୋଷ୍ଠୀ ଶିକ୍ଷା ଅଧିକାରୀ ଜଗନ୍ନାଥ ସାହାଣୀ ଓ ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରଦୀପ୍ତ କୁମାର ନାୟକ ଉପସ୍ଥିତ ଶିକ୍ଷକ ଓ ପ୍ରଶିକ୍ଷକଙ୍କୁ ପ୍ରମାଣ ପତ୍ର ପ୍ରଦାନ କରିଥିଲେ l ଏଥି ସହିତ ତାଲିମ କେନ୍ଦ୍ରର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ l

nis-ad
Leave A Reply

Your email address will not be published.