ଯୋଗୀ ସରକାର : ୬ ବର୍ଷରେ ୧୦ ହଜାର ଏନକାଉଣ୍ଟର, ୧୭୮ ଅପରାଧୀ ମୃତ…

ଲକ୍ଷ୍ନୌ : ପ୍ରୟାଗରାଜର ଉମେଶ ପାଲ ହତ୍ୟା କାଣ୍ଡ ପରେ ଉତ୍ତରପ୍ରଦେଶ ପୁଲିସର ଏନକାଉଣ୍ଟର ପୁଣି ଥରେ ଚର୍ଚ୍ଚାରେ ରହିଛି । ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ଦୁଇ ଅଭିଯୁକ୍ତଙ୍କୁ ପୁଲିସ ଏନକାଉଣ୍ଟରରେ ନିପାତ କରିଥିଲା । ଅନ୍ୟ ଫେରାର ଅଭିଯୁକ୍ତ ମାନେ ମଧ୍ୟ ଖୁବଶୀଘ୍ର ପୋଲିସ ଗୁଳିର ଶିକାର ହେବେ ବୋଲି ଆଶଙ୍କା କରାଯାଉଛି । ଯୋଗୀ ଆଦିତ୍ୟନାଥ ସରକାର ଗଠନ ହେବା ପରେ ଉତ୍ତରପ୍ରଦେଶ ପୁଲିସ ଅପରାଧୀଙ୍କ ଉପରେ ଜବରଦସ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଚାଲିଛି । ରିପୋର୍ଟ ଅନୁସାରେ ଯୋଗୀ ସରକାର ଅମଳରେ ଗତ ୬ ବର୍ଷରେ ୧୦ ହଜାରରୁ ଅଧିକ ଏନକାଉଣ୍ଟର ହୋଇଛି । ସ୍ଥିତି ଏପରି ହୋଇଛି ଅପରାଧୀମାନେ ଯୋଗୀଙ୍କ ନାଁ ଶୁଣିଲେ ଭୟରେ କମ୍ପୁଛନ୍ତି ।
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ରାଜ୍ୟରେ ଗତ ୬ ବର୍ଷରେ ହୋଇଥିବା ୧୦ ହଜାର ଏନକାଉଣ୍ଟରରେ ପ୍ରାୟ ୧୭୮ କୁଖ୍ୟାତ ଅପରାଧୀ ନିହତ ହୋଇଛନ୍ତି ଓ ୪୯୧୧ ଅପରାଧୀ ଆହତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ଅଧିକାଂଶ ଦୁର୍ବୃତ୍ତଙ୍କ ମୁଣ୍ଡରେ ୭୫ ହଜାରରୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପୁରସ୍କାର ଥିଲା। ତେବେ ଏସବୁ ଏନକାଉଣ୍ଟର ବେଳେ ୧୩ ପୁଲିସ କର୍ମଚାରୀ ସହିଦ ହୋଇଛନ୍ତି ଓ ୧୪୨୪ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି ।

ସବୁଠାରୁ ଅଧିକ ଏନକାଉଣ୍ଟର ମିରଟ୍ ଜୋନରେ ହୋଇଛି । ୨୦୧୭ ରୁ କେବଳ ମିରଟ୍ ଜୋନରେ ୩୧୫୨ ଏନକାଉଣ୍ଟର ହୋଇଛି। ଏହି ଏନକାଉଣ୍ଟରରେ ୬୩ ଜଣ ଅପରାଧୀ ନିହତ ହୋଇଥିବା ବେଳେ ୧୭୦୮ ଜଣ ଅପରାଧୀ ଆହତ ହୋଇଛନ୍ତି ।

nis-ad
Leave A Reply

Your email address will not be published.