ଉଦଯାପିତ ହେଲା ଅବିଭକ୍ତ କୋରାପୁଟ ଜିଲ୍ଲା ର ପ୍ରସିଦ୍ଧ ଅଗ୍ନି ଗାଙ୍ଗାମାଙ୍କ ଯାତ୍ରା…


କାଶୀପୁର : ଅଵିଭକ୍ତ କୋରାପୁଟ ଜିଲ୍ଲା ର ପ୍ରସିଦ୍ଧ ଯାତ୍ରା ବନ୍ଧୁଗାଁ ବ୍ଲକ ଅନ୍ତର୍ଗତ ନିଲାବାଡି ଗ୍ରାମର ଅଧିଷ୍ଟାତ୍ରୀ ଦେବୀ ମାଁ ଅଗ୍ନି ଗାଙ୍ଗାମା ଠାକୁରାଣୀଙ୍କର ୯ଦିନ ଯାତ୍ରା ଗତକାଲି ଉଦଯାପିତ ହୋଇଯାଇଛି।ଗତ ମାର୍ଚ ୬ତାରିଖରୁ ଆରମ୍ଭ ହୋଇ ୧୪ ତାରିଖ ଦିନ ଶେଷ ହୋଇଯାଇଛି ।ଏବର୍ଷ ଲକ୍ଷାଧିକ ଭକ୍ତଙ୍କ ସମାଗମ ରେ ସୁରୁ ଖୁରୁରେ ମା ନିଜ ମନ୍ଦିର କୁ ଫେରିଯାଇଛନ୍ତି। ନିଲାବାଡି ସ୍ଥିତ ନିଜ ମନ୍ଦିର ରୁ ମାଁ ଘର ଅସ୍ଥାୟୀ ମନ୍ଦିରରେ କୁ ଫାଲଗୁନ ମାସ ଚତୃଦସୀ ଦିନ ଆଗମନ କରିଥାନ୍ତି।ଏହି ନଅ ଦିନ ଯାତ୍ରା ସମୟରେ
ମା ସବୁ ସାହି,ସବୁ ଘର,ଧନି-ଗରିବ ସମସ୍ତ ଘର ବୁଲି ଧୁପ ପଣା ପାଣି ଖାଇଥାନ୍ତି।ମାଁ ସାହି ସାହି ବୁଲି ନିଆରେ ଚାଲିଥାନ୍ତି।ମାନସିକ ଧାରି ମାନେ ମାଁ ପାଖରେ ମୁଣ୍ଡନ ହୋଇଥାନ୍ତି।ଯାତ୍ରା ପଡିଆରେ ଭକ୍ତ ଙ୍କ ମନରଞ୍ଜନ ପାଇଁ ବିଭିନ୍ତ ଦୋଳି,ଝୁଲଣ,ସର୍କସ ଓ,ବିଭିନ୍ନ ପ୍ରକାର ଦୋକାନର ଆସର ଜମିଥାଏ।ମାଁ ଙ୍କର ଅପାର କରୁଣା ଲାଭ କରିବା ପାଇଁ ଓଡିଶା, ଆନ୍ଦ୍ରପ୍ରଦେଶ,ତେଲାଙ୍ଗାନା ଓ ଛତିଶଗଡ ରୁ ଲକ୍ଷାଧିକ ଭକ୍ତଙ୍କର ଶୁଅ ଛୁଟିଥାଏ।ଯାତ୍ରାର ଶେଷ ଦିନରେ ମାଁ ଅଧିକରୁ ଅଧିକ ନିଆଁ ଗଦା ଉପରେ ଚାଲି ସବୁ ସାହିକୁ ଘୋଣ୍ଟ ଯାଇ ଶେଷରେ ନିଜ ମନ୍ଦିରକୁ ବିଜେ କରିଥାନ୍ତି।ମାନସିକ ଧାରି ଭକ୍ତ ମାନେ ମାଙ୍କ ପାଖରେ କୁକୁଡା,ଛେଳି ବୋଦା,ବଳିଦେବା ସହ ପାରା ଉଡାନ୍ତି ଓ ମାଁ ଙ୍କ ପ୍ରିୟ ମାଗୁର ମାଛ ମା ଙ୍କୁ ଫିଙ୍ଗି ଥାନ୍ତି, ମା ଙ୍କୁ ଦର୍ଶନ କରିବାକୁ ଆନ୍ଦ୍ର, ଓଡିଶା ଏବଂ ବାହର ରାଜ୍ୟର ଅନେକ ଶ୍ରଦ୍ଧାଳୁ ଓ ଭକ୍ତ ମାନେ ଆସିଥାନ୍ତି l ଏବଂ ନିଜ ମାନସିକ ପୂରଣ କରନ୍ତି ମା ଙ୍କୁ ଦର୍ଶନ କରି l

nis-ad
Leave A Reply

Your email address will not be published.