ଅର୍ଚ୍ଚନା ନାଗ ମାମଲା: ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କୁ ହାଇକୋର୍ଟରୁ ମିଳିଲା ସର୍ତ୍ତମୂଳକ ଜାମିନ୍

ଭୁବନେଶ୍ୱର : ଅର୍ଚ୍ଚନା ନାଗଙ୍କ ସ୍ୱାମୀଙ୍କୁ ମିଳିଲା ଜାମିନ୍‌ । ଜଗବନ୍ଧୁ ଚାନ୍ଦଙ୍କୁ ସର୍ତ୍ତମୂଳକ ଜାମିନ୍‌ ଦେଲେ ହାଇକୋର୍ଟ । ଖଣ୍ଡିଗିରି ଥାନାରେ ଶ୍ରଦ୍ଧାଞ୍ଜଳି କରିଥିବା ମାମଲାରେ ଜାମିନ୍‌ ମିଳିଛି । ୩ଟି ମାଲାରୁ ମାତ୍ର ଗୋଟିଏ ମାମଲାରେ ଜଗବନ୍ଧୁଙ୍କୁ ସର୍ତ୍ତମୂଳକ ଜାମିନ୍‌ ମିଳିଛି । ଏବେ ଝାରପଡ଼ା ଜେଲରେ ଅଛନ୍ତି ଜଗବନ୍ଧୁ ଚାନ୍ଦ ।

ଖବର ଅନୁଯାୟୀ, ବ୍ଲାକମେଲିଂ ଓ ଆର୍ଥିକ ହେର୍‌ଫେର୍‌ ମାମଲାରେ ଗିରଫ ହୋଇଛନ୍ତି ଅର୍ଚ୍ଚନା । ତାପରେ ତାଙ୍କ ସହଯୋଗ କରିବା ଅଭିଯୋଗରେ ସ୍ୱାମୀ ଜଗବନ୍ଧୁ ଏବଂ ଖଗେଶ୍ୱରଙ୍କୁ ଗିରଫ କରିଥିଲା ପୋଲିସ । ସେବେଠାରୁ ସମସ୍ତ ଜେଲ୍‌ରେ ଅଛନ୍ତି । ଏହିକ୍ରମରେ ଆର୍ଥିକ ହେରଫେର୍‌ ନେଇ ଇଡି ମଧ୍ୟ ତଦନ୍ତ କରୁଛି ।

nis-ad
Leave A Reply

Your email address will not be published.