ଦାରିଙ୍ଗବାଡ଼ି ବ୍ଳକରେ ମୋଟର ଚାଳକସଂଘ ପକ୍ଷରୁ ଦଶ ଦଫା ଦାବି ନେଇ ଅଖଚକ ବନ୍ଦ, ସାଧାରଣ ଜନତା ହନ୍ତସନ୍ତ

ଦାରିଙ୍ଗବାଡି, ୧୫/୦୩ : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଳକ ଅଞ୍ଚଳରେ ବ୍ଳକ ମୋଟର ଚାଳକ ମହାସଂଘ ପକ୍ଷରୁ ସରକାରଙ୍କ ପାଖରେ ଦଶ ଦଫା ଦାବି ନେଇ ଅନିର୍ଦ୍ଧିଷ୍ଟ କାଳ ପାଇଁ ଷ୍ଟେରିଂ ଛାଡ଼ ଆନ୍ଦୋଳନ କରିଛନ୍ତି। ବ୍ଲକ ଅଞ୍ଚଳରେ ତିନି ଚକିଆ ଯାନ ଅଟୋ ଠାରୁ ଆରମ୍ଭ କରି ସମସ୍ତ ଯାନ ବାହାନ ଚଳା ଚଳ ଠପ ହୋଇ ଯାଇଛି। ଏହି ବନ୍ଦ ଡାକରା ଫଳରେ ଯାତାୟତ ବାଧା ପ୍ରାପ୍ତ ସହ ଯାତ୍ରୀଙ୍କ ସହିତ ସାଧାରଣ ଜନତା ହନ୍ତସନ୍ତ ହେଉଥିବା ଦେଖାଦେଇଛି । ବିଭିନ୍ନ ଡ୍ରାଇଭର ସଂଗଠନ ପକ୍ଷରୁ ବିଭିନ୍ନ ସମୟରେ ବିଭିନ୍ନ ସମସ୍ୟା ଉପରେ ସରକାରଙ୍କୁ ଅବଗତ କରାଇଥିଲେ ମଧ୍ୟ ସରକାର ଦାବୀ ପ୍ରତି ଦୃଷ୍ଟିଦେଇ ସମାଧାନ ଦିଗରେ ପଦକ୍ଷେପ ନେଇ ନଥିବାରୁ ବାଧ୍ୟ ହୋଇ ଉକ୍ତ ପନ୍ଥା ଅବଲମ୍ବନ କରିବା କଥା କହିଛନ୍ତି ।

ଦଶ ଦଫା ଦାବି ମଧ୍ୟରେ – ଡ୍ରାଇଭର ମାନଙ୍କୁ କରୋନା ଯୋଦ୍ଧାର ମାନ୍ୟତା ଦିଆଯିବା , ଜନ ସାଧାରଣଙ୍କ ଆକ୍ରୋସର ଶିକାରରୁ ସୁରକ୍ଷା ପାଇଁ ସ୍ୱତନ୍ତ୍ର ଅଇନ ତିଆରି କରିବା , ୫୫ ବର୍ଷ ପରେ ପେନସନ ପାଞ୍ଚ ହଜାର ସହ ଆବାସ ଯୋଜନାରେ ପାଞ୍ଚ ଲକ୍ଷ ଟଙ୍କା ପ୍ରଦାନ କରିବା , ଗାଡ଼ି ର ପର୍କି ଏବଂ ବିଶ୍ରାମ ନେବା ନିମନ୍ତେ ପ୍ରତ୍ୟେକ ଶହେ କିଲୋମିଟର ଅନ୍ତରରେ ବିଶ୍ରାମଗାର ସହ ଶୌଚାଳୟର ବ୍ୟବସ୍ତା କରିବା , ଦୁର୍ଘଟଣାରେ ପ୍ରାଣ ହରାଉଥିବା ଡ୍ରାଇଭରଙ୍କୁ ୨୦ଲକ୍ଷ ବିମାରାଶି ସହ ଦୁର୍ଘଟଣା ଜନିତ ଚିକିତ୍ସା ପାଇଁ ଦଶ ରୁ ପାଞ୍ଚ ଲକ୍ଷ ପର୍ଯ୍ୟନ୍ତ ଚିକିତ୍ସା ବୀମା ଯୋଗାଇଦେବା , ଡ୍ରାଇଭରଙ୍କ ନିର୍ଦ୍ଧାରିତ ମୂଲ୍ୟାଙ୍କନ ସହ ଗାଡ଼ି ଚାଲିବାର ସମୟସୀମା ନର୍ଦ୍ଧାରଣ କରିବା , ଡ୍ରାଇଭର ମାନଙ୍କୁ ଦ୍ୱିତୀୟ ସୈନିକର ମାନ୍ୟତା ପ୍ରଦାନ କରିବା, ପିଲାମାନଙ୍କର ଉଚ୍ଚଶିକ୍ଷାର ବ୍ୟବସ୍ଥା କରିବା ସହ ରାଜରାସ୍ତାରେ ପ୍ରଶାସନ ପକ୍ଷରୁ ଯାଞ୍ଚନ କରାଯିବା ଓ ଡ୍ରାଇଭର ଗରିବ ଶ୍ରେଣୀର ହୋଇଥିବା ହେତୁ ଲାଇସେନ୍ସ ପାଇଁ ୧୫ ହଜାର ଟଙ୍କାରୁ କମ ମୂଲ୍ୟାଙ୍କନ ଧାର୍ଯ୍ୟ କରିବା ଦାବି ନେଇ ଷ୍ଟେରିଂ ଛାଡ଼ ଆନ୍ଦୋଳନ କରିଥିବା କହିଛନ୍ତି । ସରକାର ଏ ଉପରେ ଦୃଷ୍ଟିଗୋଚର ନକଲେ ଏହାକୁ ତୀବ୍ର କରିବା ସହ ଅନିର୍ଦ୍ଧିଷ୍ଟ କାଳ ପାଇଁ ଆନ୍ଦୋଳନ ଜାରି ରଖିବା ପାଇଁ ଚେତାବନୀ ଦେଇଛନ୍ତି ।

nis-ad
Leave A Reply

Your email address will not be published.