ଡ୍ରାଇଭର ମହାସଂଘ ପକ୍ଷରୁ ଷ୍ଟେରିଙ୍ଗ ଛାଡ଼ ଆନ୍ଦୋଳନ

ହିଞ୍ଜିଳିକାଟୁ ୧୫।୩ : ଓଡିଶା ଡ୍ରାଇଭର ମହାସଂଘ ପକ୍ଷରୁ ବୁଧବାର ଦିନ ଚକାବନ୍ଦ ଆନ୍ଦୋଳନ କରାଯାଇଛି । ରାଜ୍ୟ ସରକାରଙ୍କ ସହ ଆଲୋଚନା ବିଫଳ ପରେ ଓଡ଼ିଶା ଡ୍ରାଇଭର ମହାସଂଘ ଡାକରାରେ ହିଞ୍ଜିଳିକାଟୁ ଶାଖା ସଭାପତି ପିତାମ୍ବର ଦାଶ ଙ୍କ ନେତୃତ୍ୱରେ ଡ୍ରାଇଭର ମାନେ ସକାଳ ୬ଟା ଠାରୁ ହିଞ୍ଜିଳିକାଟୁ ପୌରପରିଷଦ ଖଣ୍ଡରା ଛକ, ଆର ଏମସି ଛକ ଓ ହିଞ୍ଜିଳି ଗ୍ରାମ ଶେଷ ଭାଗ ରେ ଚକାବନ୍ଦ ଆନ୍ଦୋଳନ କରିଥିଲେ । କିଛି ଦିନ ତଳେ ଡ୍ରାଇଭର ମାନଙ୍କ ବିଭିନ୍ନ ଦାବୀ ନେଇ ମହାସଂଘ ପକ୍ଷରୁ ରାଜଧାନୀରେ ଏକ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲ। କିନ୍ତୁ ସରକାର ଏହାର କିଛି ପଦକ୍ଷେପ ଗ୍ରହଣ କରିନଥିଲେ । ଏଣୁ ସଂଘ ପକ୍ଷରୁ ସମସ୍ତ ଜିଲାରେ ଆନ୍ଦୋଳନ କରିବାକୁ ପ୍ରସ୍ତାବ ନେଇଥିଲା ।

ଦାବୀ ପୁରଣ ଦାବୀରେ ରାଜ୍ୟ ରେ ଡ୍ରାଇଭର ମାନେ ଷ୍ଟେରିଙ୍ଗ ଛାଡ ଆନ୍ଦୋଳନ କରିବା ସହ ଚକାବନ୍ଦ ଆନ୍ଦୋଳନ କରିଛନ୍ତି । ଆନ୍ଦୋଳନ ସମୟରେ ଜିିନିଷ ପତ୍ର ପରିବହନ କରୁଥିବା ଗାଡି ଗୁଡିକୁ ଅଟାକାଯାଇଥିଲେ । ଡ୍ରାଇଭରଙ୍କ ଆନ୍ଦୋଳନ ଯୋଗୁଁ ଜିଲାରେ ଯାତ୍ରୀ ବାହୀ ଚଳାଚଳରେ କିଛି ମାତ୍ରାରେ ଅସୁବିଧା ଦେଖାଦେଇଥିଲା । ସୋରଡା ନୁଆଗାଁ ର ଗୋଟିଏ ପରିବାର ସୁରଥ ରୁ ଟ୍ରେନ ଯୋଗେ ସୋରଡା ନୁଆଗାଁ ଯିବା ସମୟରେ ଗାଡି ଚଳାଚଳ ବନ୍ଦ ଯୋଗୁଁ ହିଞ୍ଜିଳିକାଟୁ ବସଷ୍ଟାଣ୍ଡ ପରିଷରରେ ଫସି ରହିଥୁଲେ। ଆସି ସଂଘର ସଦସ୍ୟ ମାନେ ସହରର ବ୍ରିଜି ଛକରେ ଆନ୍ଦୋଳନ କରିଥିଲେ । ଏଥିରେ ହିଞ୍ଜିଳିକାଟୁ ମହାସଂଘ ର ସଦସ୍ୟ ଙ୍କ ସହ ଆଖ ପାଖ ଅଞ୍ଚଳର ସଦସ୍ୟ ଅନ୍ୟ ଡ୍ରାଇଭର ମାନେ ସାମିଲ ଥିଲେ । ଆନ୍ଦୋଳନକୁ ଦୃଷ୍ଟିରେ ରଖି ହିଞ୍ଜିଳି ପୋଲିସ ପକ୍ଷରୁ ବିଭିନ୍ନ ଛକ ସ୍ଥାନ ମାନଙ୍କରେ କଡ଼ା ନଜର ରଖାଯାଇଥିଲା ।

nis-ad
Leave A Reply

Your email address will not be published.