୧୦ ବର୍ଷରେ ୭୮୪ ହାତୀ ମୃତ

ଭୁବନେଶ୍ବର:  ୨୦୧୭-୧୮ରୁ ୨୦୨୧-୧୧ ବର୍ଷ ମଧ୍ୟରେ ରାଜ୍ୟର ୩୯ଟି ଜଙ୍ଗଲ ଡିଭିଜନରେ ବିଭିନ୍ନ କାରଣରୁ ୪୧୬ଟି ହାତୀ ମୃତ୍ୟୁବରଣ କରିଛନ୍ତି। ବିଜେପି ବିଧାୟିକା କୁସୁମ ଟେଟେଙ୍କ ପ୍ରଶ୍ନରରେ ଉତ୍ତର ରଖି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତନ ମନ୍ତ୍ରୀ ପ୍ରଦୀପ ଅମାତ ଏହି ସୂଚନା ଦେଇଛନ୍ତି।

ସେ କହିଛନ୍ତି, ପ୍ରାକୃତିକ କାରଣରୁ ୪୪ଟି ହାତୀଙ୍କର ମୃତ୍ୟୁ ହୋଇଛି। ଶିକାର ଦ୍ୱାରା ୧୦ଟି ହାତୀଙ୍କର ମୃତ୍ୟୁ ହୋଇଛି। ବିଷ ପ୍ରୟୋଗ ଦ୍ୱାରା କେବଳ ରାଉରକେଲା ଡିଭିଜନରେ ଗୋଟିଏ ହାତୀର ମୃତ୍ୟୁ ହୋଇଛି।

ବିଦ୍ୟୁତ ଆଘାତରେ ୨୬ ହାତୀ ଆକସ୍ମିକ ଭାବେ ମୃତ୍ୟୁବରଣ କରିଛନ୍ତି। ବିଦ୍ୟୁତ ଆଘାତରେ ସୁଚିନ୍ତିତ ଭାବେ ମୃତ୍ୟୁବରଣ କରିଛନ୍ତି ୩୫ଟି ହାତୀ। ରେଳ ଦୁର୍ଘଟଣାରେ ୧୭ଟି ହାତୀଙ୍କର ମୃତ୍ୟୁ ହୋଇଛି। ସଡ଼କ ଦୁର୍ଘଟଣାରେ ୪ଟି ହାତୀ ମୃତ୍ୟୁ ହୋଇଛି। ଅନ୍ୟାନ୍ୟ ଦୁର୍ଘଟଣା କାରଣରୁ ୮୫ଟି ହାତୀ ମୃତ୍ୟୁବରଣ କରିଛନ୍ତି। ଆନ୍ଥରାକ୍ସ ରୋଗରେ ପଡ଼ି ୨୪ଟି ହାତୀଙ୍କର ମୃତ୍ୟୁ ହୋଇଥିବା ବେଳେ  ହରପିସ୍ ରୋଗରେ ପଡ଼ି ୧୦ଟି ହାତୀ ମୃତ୍ୟୁମୁଖରେ ପଡ଼ିଛନ୍ତି। ଅନ୍ୟାନ୍ୟ ରୋଗ ଯୋଗୁଁ ୧୨୪ଟି ହାତୀ ମୃତ୍ୟୁବରଣ କରିଛନ୍ତି। ୩୬ଟି ହାତୀଙ୍କର ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି।

nis-ad
Leave A Reply

Your email address will not be published.