କମ୍ବି ଅପରସେନ ବେଳେ ମାଓ କ୍ୟାମ୍ପରୁ ବିପୁଳ ବିସ୍ଫୋରକ ଓ ମାଓ ସାମଗ୍ରୀ ଜବତ…

ମାଲକାନଗିରି : ୧୪ / ୩ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ସ୍ବାଭିମାନ ଅଞ୍ଚଳରେ ବିଏସଏଫ ଯବାନ କୁମ୍ବିଙ୍ଗ ଅପରେସନ ସମୟରେ ମାଓ ଅଞ୍ଚଳରୁ ବିପୁଳ ପରିମାଣର ବିସ୍ଫୋରକ ଦ୍ରବ୍ୟ ଓ ମାଓ ସାମଗ୍ରୀ ଜବତ ହୋଇଛି । ମାଲକାନଗିରି ଜିଲ୍ଲା ସ୍ବାଭିମାନ ଅଞ୍ଚଳ ଯୋଡ଼ାମ୍ବ ଥାନା ଯନ୍ତ୍ରୀ ପଞ୍ଚାୟତର ଆର୍ଲିଙ୍ଗପଡ଼ା ଠାରୁ କମ୍ବି ଅପରେସନ୍ ଆରମ୍ଭ କରିଥିଲେ । ସେଠାରୁ ବିଏସଏଫ ଯବାନ ମାନେ ଏକ ମାଓ କ୍ୟାମ୍ପ ଠାବ କରିଥିଲେ । ମାଓ କ୍ୟାମ୍ପରୁ ବିଏସଏଫ୍ ବିପୁଳ ବିସ୍ଫୋରକ ଜବତ କରିଥିଲେ । ଜବତ ସାମଗ୍ରୀ ଗୁଡିକ ହେଲା ୧୪ଟି ଡିଟୋନେଟର , ୭ଟି ଜିଲୋଟିନ ଷ୍ଟିକ୍ , ୪ ବଣ୍ଡଲ୍ କଡେସ୍କ ୱେୟାର , ଇଲେକ୍ଟ୍ରି ତାର , ଭଙ୍ଗା କାଚ ଖଣ୍ଡ , ଛତା , ମାଓ ପୋଷାକ , ଟିଫିନ୍ ବୋମା ଆଦି ମାଓ ସାମଗ୍ରୀ ଜବତ ହୋଇଛି । ଜବତ ସାମଗ୍ରୀ ଗୁଡିକ ଯବାନ ଓ ପୁଲିସଙ୍କୁ ଟାର୍ଗେଟ କରି ବିସ୍ଫୋରଣ କରିବା ପାଇଁ ରଖା ଯାଇଥିବାର ସନ୍ଦେହ କରାଯାଉଛି । ମାଓବାଦୀଙ୍କ ବିସ୍ଫୋରଣ ଯୋଜନାକୁ ଯବାନ ମାନେ ପଣ୍ଡ କରିଦେଇଥିବା ବିଏସଏଫ ଅଧିକାରୀ ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ପ୍ରକାଶ କରିଛନ୍ତି ।

nis-ad
Leave A Reply

Your email address will not be published.