ନବରଙ୍ଗପୁର : ଚଳିତ ମାସ ୧୫ ତାରିଖରେ ଓଡ଼ିଶା ଡ୍ରାଇଭର ମହାସଂଘ ତରଫରୁ ଡାକରା ଦେଇଥିବା ଷ୍ଟେରିଙ୍ଗ ଛାଡ଼ ଆନ୍ଦୋଳନ ବିରୋଧ ରେ ଥାନା ରେ ଅଭିଯୋଗ କଲା ଓଡିଶା ମୋଟର ଚାଳକ ସଙ୍ଘ । ଅଭିଯୋଗ ଏହାକି ବିନା କୌଣସି ଆଲୋଚନାରେ ଏକ ତରଫା ଭାବେ ରାଜ୍ୟ ବ୍ୟାପି ଷ୍ଟେରିଙ୍ଗ ଛାଡ଼ ର ଘୋଷଣା କରିଛି ଓଡିଶା ଡ୍ରାଇଭର ମହାସଂଘ । ଏହାକୁ ଜିଲ୍ଲା ରେ ସମର୍ଥନ କରାଯିବ ନାହିଁ ବୋଲି ଆଜି ଓଡିଶା ମୋଟର ଚାଳକ ସଙ୍ଘ ର ଜିଲ୍ଲା କର୍ମକର୍ତ୍ତା ଟାଉନ ଥାନା ରେ ଲିଖିତ ଭାବେ ଜଣେଇଛନ୍ତି ଯେ ମୋଟର ଚାଳକ ସଙ୍ଘ ର ସମସ୍ତ ଡ୍ରାଇଭର ଭାଇ ମାନେ ନିଜେ ନିଜ ପେଟ ପାଟଣା ପାଇଁ ଗାଡି ଚଳେଇବା ଅବ୍ୟାହତ ରଖିବେ । ତେଣୁ ଅନ୍ୟ ସଙ୍ଘ ଯଦି ବିରୋଧ କରନ୍ତି ତେବେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରଯିବା ପାଇଁ ଦାବି କରିଛନ୍ତି ।
ପୁନଃ ବସ ଷ୍ଟାଣ୍ଡ ରେ ମଧ୍ୟ ବସ ମାଲିକ ସଙ୍ଘ ର କର୍ମକର୍ତା ଏବଂ ବଣିକ ସଙ୍ଘ ର ସଦସ୍ୟ ଙ୍କୁ ଭେଟି 15 ର ବନ୍ଦ ଡାକରା ରେ ସେମାନଙ୍କ ସଙ୍ଘ ର ସମର୍ଥନ ନକରିବାକୁ ଲିଖିତ ଭାବେ ପ୍ରଦାନ କରିଛନ୍ତି , ଏଇ ସମସ୍ତ କାର୍ଯ୍ୟକ୍ରମ ର ନେତୃତ୍ୱ ସଙ୍ଘ ର ଜିଲ୍ଲା ସଭାପତି ଶ୍ରୀ ଦୁର୍ଗା ତ୍ରିପାଠୀ ଏବଂ ନଗର ସଭାପତି ଶ୍ରୀ ଶୁଭେନ୍ଦୁ ସାମନ୍ତରାୟ ନେଇଥିଲେ।