କାୟା ବିସ୍ତାର କରୁଛି H3N2 ଭାଇରସ, ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଲେ ଆତଙ୍କିତ ହୁଅନ୍ତୁ ନାହିଁ

କରୋନା ମହାମାରୀ ପରେ ଏବେ କାୟା ବିସ୍ତାର କରୁଛି H3N2 ଭାଇରସ। ବର୍ତ୍ତମାନ ସମୟରେ H3N2 ଭାଇରସ ସଂକ୍ରମଣରେ ଦୁଇ ମୃତ୍ୟୁ ହୋଇଥିବା କଥା ସାମ୍ନାକୁ ଆସିଛି। ହରିଆଣାରେ ଜଣେ ଓ କର୍ଣ୍ଣାଟକାରେ ଜଣଙ୍କର ମୃତ୍ୟୁ H3N2 ଭାଇରସ ଯୋଗୁ ହୋଇଥିବା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି। ବର୍ତ୍ତମାନ ସମୟରେ କରୋନା ପରେ ପରେ ଏବେ H3N2 ଭାଇରସ ସଂକ୍ରମଣ ଖୁବ ଜୋରରେ ବଢିବାରେ ଲାଗିଛି। H3N2 ଇନଫ୍ଲୁଏଞ୍ଜାର ପ୍ରକୋପ ଦେଶର ଚିନ୍ତା ବଢାଇବାରେ ଲାଗିଛି ।

ପୂର୍ବରୁ କାରୋନା ମହାମାରୀ ଭଳି ଭୟ କମିନଥିବା ବେଳେ ବର୍ତ୍ତମାନ ସମୟରେ H3N2 ଭାଇରସ ସାମ୍ନାକୁ ଆସିଛି। ଏହା ସାଧାରଣତଃ ବର୍ଷାଦିନେ କିମ୍ବା ପାଣିପାଗ ପରିବର୍ତ୍ତନ ସମୟରେ ଅଧିକ ପ୍ରଭାବି ହୋଇପଡେ। ମଣିଷ ଦେହକୁ ସଂକ୍ରମିତ କରିବା ସହ ରୁଗ୍ନ କରିପକାଏ। ମଣିଷର ନାକ, ଗଳା, ଫୁସଫୁସକୁ ପ୍ରଭାବିତ କରୁଥିବା ଏହି ରୋଗ ବିଶେଷ ଭାବେ ଘାତକ ହୋଇପାରେ। ଭାରତରେ ଦୁଇ ଜଣଙ୍କ ମୃତ୍ୟୁ ପରେ ଏହା ପ୍ରମାଣିତ ହୋଇଛି।
H3N2 ଇନଫ୍ଲୁଏଞ୍ଜାର କଣ:
ଅନ୍ଯାନ୍ଯ ଭୂତାଣୁ ଜନିତ ଫ୍ଲ୍ଯୁ ଭଳି ଏକ ଫ୍ଲ୍ଯୁ । ମୁଖ୍ୟତ କାସ ଛିଙ୍କରେ ବାହାରୁଥିବା ସୂକ୍ଷ୍ମ ଜଳକଣିକା ଦ୍ଵାରା ବାୟୁ ମାଧ୍ୟମରେ ବ୍ୟାପେ। ରୋଗୀର ଲାଳ, ସିଙ୍ଘାଣି ଛେପ ଖଙ୍କାର ଆଦି ସଂସ୍ପର୍ଶରେ ଆସିଲେ ଏହା ସଂକ୍ରମିତ ହୁଏ। ଯେଉଁଥିପାଇଁ ଅଯଥା ଭୟଭୀତ ହୁଅନ୍ତୁ ନାହିଁ  କି ଗୁଜବକୁ ବିଶ୍ଵାସ କରନ୍ତୁ ନାହିଁ ।
ଏହାର ଲକ୍ଷଣ:
ଜ୍ଵର କାଶ ଅଣନିଶ୍ଵାସ ଲାଗିବ ଓ ପେଲି ହେବା ଏହାର ଲକ୍ଷଣ। କିଛି କ୍ଷତ୍ରରେ ମଧ୍ୟ ନିମୋନିଆ ହୋଇପାରେ। କୋଭିଡ ପାଇଁ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ପାଇଥିବା ବ୍ୟକ୍ତି ଏଥିରେ ସହଜରେ ଆକ୍ରାନ୍ତ ହେବା ସମ୍ଭାବନା ଅଛି। କଣ କରିବେ ମାକ୍ସ ବ୍ୟବହାର କରନ୍ତୁ। କାଶିବା ଛିଙ୍କିବା ସମୟରେ ମୁହଁରେ ରୁମାଲ ଓ ଟିସୂ ପେପର ଦିଅନ୍ତୁ। ପ୍ରଚୁର ଭାବରେ ପାଣି ପିଆନ୍ତୁ। ନିକଟସ୍ଥ ସ୍ୱାସ୍ଥ୍ୟ କର୍ମୀ ଓ ଡାକ୍ତର ଙ୍କୁ ପରାମର୍ଶ କରନ୍ତୁ।

କଣ କରିବେ ନାହିଁ:

ନାକ ଓ ପାଟିରେ ଆପରିଷ୍କାର ହାତ ଲଗାନ୍ତୁ ନାହିଁ । ନିଜ ଇଚ୍ଛାରେ ଔଷଧ ଖାଆନ୍ତୁ ନାହିଁ। ସର୍ବସାଧାରଣ ସ୍ଥାନରେ ଛେପ ପକାନ୍ତୁ ନାହିଁ । ଲକ୍ଷଣ ଥିବା ବ୍ୟକ୍ତିଙ୍କ ସହ ଏକତ୍ର ବସି ଖାଆନ୍ତୁ କରନ୍ତୁ। ତେବେ ଏନେଇ ଜନସ୍ୱାସ୍ଥ୍ୟ ନିର୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି ଯେ, H3N2 ଇନଫ୍ଲୁଏଞ୍ଜାର ଦ୍ଵାରା ଦେହରେ ଜ୍ଵର, କାଶ ସହ ଦେହ ହାତ ଗୋଳା ବିନ୍ଧା ହେବା। ଏହାର କୌଣସି ନିଧିର୍ଷ୍ଟ କିକିସା ପଦ୍ଧତି ନାହିଁ। ଏହାର କୋଭିଡ ଭଳି ଲକ୍ଷଣ। ଏନେଇ ଆଇ ସି ଏମ ଆର ଏକ ନିର୍ଦେସାବଳୀ ଜାରି କରିଥିଲା।

ଏହାକୁ ନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ମଧ୍ୟ ଏକ ନିର୍ଦେସାବଳୀ ଜାରି କରିଛି। ଏହା ଜଣଙ୍କ ପାଖରୁ ଆଉ ଜଣଙ୍କ ପାଖକୁ ବ୍ୟାପିଥାଏ। ଏହି ରୋଗ ସାଧାରଣ ଭାବରେ ବସନ୍ତ ଋତୁ ରେ ହୋଇଥାଏ। ତେବେ ଲୋକଙ୍କ ମତାମତ ଯେ କୋଭିଡ ର ପରବର୍ତ୍ତୀ ସମୟରେ ଏହି ରୋଗ ଅଧିକ ବ୍ୟାପୁଛି ବୋଲି କହିଛନ୍ତି। ଏହା ରୋଗ ଦ୍ଵାରା ମୃତ୍ୟୁ ଘଟିବାର ସମ୍ଭାବନା ରହିଛି। ଓଡିଶାରେ ଏହି ରୋଗ ବାହାରିଛି ଯାହାକୁ ଆଇ ସି ଏମ ଆର ଭୁବନେଶ୍ଵର ଷ୍ଟାଡି କରୁଛି ବୋଲି କହିଛନ୍ତି ଜଣ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ।

nis-ad
Leave A Reply

Your email address will not be published.