ସାହିତ୍ୟିକ ଡ଼ଃ ନୃସିଂହାନନ୍ଦ ମହାପାତ୍ର ସମର୍ଦ୍ଧିତ

ଫୁଲବାଣୀ : ଜିଲ୍ଲା ଲେଖକ ସାମ୍ମୁଖ୍ୟ, ଫୁଲବାଣୀ ତାର ବୟାଳିଶତମ ବାର୍ଷିକ ଉତ୍ସବ ଓ ପୁସ୍ତକ ମେଳା ରୌପ୍ୟ ଜୟନ୍ତୀ ଅବସରରେ ବନକୁସୁମ ପ୍ରତିଷ୍ଠାନ, ବ୍ରହ୍ମପୁର ସୌଜନ୍ୟରେ ଶିଶୁ କିଶୋର କବି ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା l ଏଥିରେ କନ୍ଧମାଳର ବିଶିଷ୍ଠ କବିଙ୍କ ସହ ଶିଶୁ କବିମାନେ ସ୍ୱରଚିତ କବିତା ଆବୃତ୍ତି କରିଥିଲେ l ଡ଼ଃ ନୃସିଂହାନନ୍ଦ ମହାପାତ୍ରଙ୍କୁ କୁସୁମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା l ଡ଼ଃ ମହାପାତ୍ର କନ୍ଧମାଳର ଜଣେ ବିଶିଷ୍ଠ କବି l ଓଡ଼ିଶାର ବହୁ ମଞ୍ଚରୁ ସେ ସମର୍ଦ୍ଧିତ ହୋଇଛନ୍ତି l ତାଙ୍କର କୋଡିଏ ରୁ ଉର୍ଦ୍ଧ୍ୱ ପୁସ୍ତକ କମଳା ପ୍ରକାଶନୀ ନାମରେ ପ୍ରକାଶିତ ହୋଇ ସାରିଲାଣି l ପୁସ୍ତକ ମେଳାର ନବମ ଦିନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଜୟ କୁମାର ମହାନ୍ତି ସଭାପତି ଥିଲା ବେଳେ ମୁଖ୍ୟ ଅତିଥି ବନକୁସୁମର ପ୍ରତିଷ୍ଠାତା ସମ୍ପାଦକ କାଳନ୍ଦୀ ଚରଣ ନାୟକ, ମୁଖ୍ୟ ବକ୍ତା ଶଙ୍କର୍ଷଣ ପାତ୍ର, ସମ୍ମାନିତ ଅତିଥି ପ୍ରଫୁଲ୍ଲ ମହାନ୍ତି ଓ ସୁଭାଷ ଚନ୍ଦ୍ର ପଣ୍ଡା ଯୋଗ ଦେଇଥିଲା ବେଳେ ରାମକୃଷ୍ଣ ବେହେରା ଧନ୍ୟବାଦ ଦେଇଥିଲେ l ପରେ ପରେ ବ୍ରହ୍ମପୁର ସୌଦାମିନୀ ମିଶ୍ର ଓ ଅଧ୍ୟାପିକା ହରପ୍ରିୟା ମିଶ୍ରଙ୍କ ସଂଯୋଜନାରେ ବହୁ ଶିଶୁ କବି କବିତା ପାଠ କରିଥିଲେ l ପ୍ରସନ୍ନ ପଣ୍ଡା ରବୀନ୍ଦ୍ର ନାଥ ମିଶ୍ର ବନବିହାରୀ ନନ୍ଦ, କୈଳାଶ ଚନ୍ଦ୍ର ଧକ ପ୍ରଭୃତି କର୍ମକର୍ତ୍ତା ଉପସ୍ଥିତ ରହି କାର୍ଯ୍ୟକ୍ରମର ପରିଚାଳନା କରିଥିଲେ l

nis-ad
Leave A Reply

Your email address will not be published.