ଅହମ୍ମଦାବାଦ : ସ୍ଥାନୀୟ ନରେନ୍ଦ୍ର ମୋଦୀ କ୍ରିକେଟ ଷ୍ଟାଡିୟମଠାରେ ଚାଲିଥିବା ୪ର୍ଥ ଟେଷ୍ଟର ୩ୟ ଦିନ ଖେଳ ଶେଷ ସୁଦ୍ଧା ଭାରତ ୩ ଓ୍ବିକେଟ ହରାଇ ୨୮୯ ରନ କରିଛି । ଫଳରେ ଭାରତ ଏବେ ବି ୧୯୧ରନରେ ପଛୁଆ ରହିଛି । ଭାରତ ପକ୍ଷରୁ ଶୁଭମନ ଗିଲ୍ ୧୨୮ ରନ କରି ଆଉଟ୍ ହୋଇଥିବାବେଳେ ବିରାଟ କୋହଲି ଅପରାଜିତ ୫୯ ରନ କରି ଖେଳୁଛନ୍ତି । ତାଙ୍କ ସହିତ କ୍ରିଜରେ ଅଛନ୍ତି ଅଲରାଉଣ୍ଡର ରବୀନ୍ଦ୍ର ଜାଦେଜା ।
୩ୟ ଦିନରେ ଭାରତ ଗତ କାଲିର ସ୍କୋର ୩୬/୦ରୁ ଆଗକୁ ଖେଳିବା ଆରମ୍ଭ କରିଥିଲା । ରୋହିତ ଶର୍ମା ୩୬ ରନ କରି କୁନେମାନଙ୍କ ବଲରେ ଆଉଟ ହୋଇଥିଲେ । ଚେତେଶ୍ବର ପୂଜାରା ବି ୪୨ରନ କରି ମର୍ଫିଙ୍କ ବଲରେ ଏଲବିଡବ୍ଲୁ ଆଉଟ ହୋଇଥିଲେ । କିନ୍ତୁ ଅନ୍ୟପଟେ ଗିଲ ନିଜର ବ୍ୟାଟିଂ ଜାରି ରଖି ଶତକ ପୂରଣ କରିଥିଲେ । ସେ ୧୨୮ରନ କରି ଲିଅନଙ୍କ ବଲରେ ଏଲବିଡବ୍ଲୁ ହୋଇଥିଲେ ।
ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା ଓ ନିଜର ପ୍ରଥମ ଇନିଂସରେ ୪୮୦ରନ କରି ଅଲଆଉଟ ହୋଇଥିଲା । ଅଷ୍ଟ୍ରେଲିଆ ଦଳର ଦୁଇ ଓପନର ଟ୍ରାଭିସ ହେଡ୍ ଓ ଉସମାନ ଖଓ୍ବାଜା ଦଳକୁ ଭଲ ଆରମ୍ଭ ଦେଇଥିଲେ । ହେଡ୍ ୩୨ରନ କରି ଆଉଟ ହେବାପରେ ଆସିଥିବା ମାର୍ନସ ଲାବୁସଚେନ ମଧ୍ୟ ମାତ୍ର ୩ ରନରେ ଆଉଟ ହୋଇଥିଲେ । ଅଧିନାୟକ ଷ୍ଟିଭେନ ସ୍ମିଥ ମଧ୍ୟ ୩୮ ରନ କରି ଜାଦେଜାଙ୍କ ବଲରେ ଆଉଟ ହୋଇଥିଲେ । ତେବେ କ୍ରିଜର ଗୋଟିଏ ପଟେ ଓପନର ଉସମାନ ଖଓ୍ବାଜା ନିଜର ଲଢୁଆ ବ୍ୟାଟିଂ ଜାରି ରଖିଥିଲେ ଓ ନିଜର ଶତକ ପୂରଣ କରିଥିଲେ । ଅନ୍ୟପକ୍ଷରେ କାମରୁନ ଗ୍ରୀନ ମଧ୍ୟ ନିଜର ଶତକ ପୂରଣ କରିଥିଲେ । ଖ୍ବାଜା ୧୮୦ରନ କରିଥିବାବେଳେ ଗ୍ରୀନ ୧୧୪ ରନ କରିଥିଲେ । ନିମ୍ନଭାଗ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରୁ ଟଡ୍ ମର୍ଫି ୪୧ରନ ଓ ନାଥନ ଲିଅନ ୩୪ରନ କରିଥିଲେ ।
Sign in
Sign in
Recover your password.
A password will be e-mailed to you.