୪ର୍ଥ ଟେଷ୍ଟ୍ : ଖ୍ବାଜା, ଗ୍ରୀନଙ୍କ ଶତକ, ଅଷ୍ଟ୍ରେଲିଆ ୪୮୦ରେ ଅଲଆଉଟ୍…

ଅହମ୍ମଦାବାଦ : ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମଠାରେ ଚାଲୁଥିବା ୪ର୍ଥ ଟେଷ୍ଟରେ ଅଷ୍ଟ୍ରେଲିଆ ନିଜର ପ୍ରଥମ ଇନିଂସରେ ୪୮୦ ରନ କରି ଅଲଆଉଟ ହୋଇଯାଇଛି । ଭାରତ ପକ୍ଷରୁ ରବିଚନ୍ଦ୍ରନ ଅଶ୍ବୀନ ୬ଟି ଓ୍ବିକେଟ ନେଇଥିଲେ ।
ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଦଳର ଦୁଇ ଓପନର ଟ୍ରାଭିସ ହେଡ୍ ଓ ଉସମାନ ଖ୍ବାଜା ଦଳକୁ ଭଲ ଆରମ୍ଭ ଦେଇଥିଲେ । ହେଡ୍ ୩୨ରନ କରି ଆଉଟ ହେବାପରେ ଆସିଥିବା ମାର୍ନସ ଲାବୁସଚେନ ମଧ୍ୟ ମାତ୍ର ୩ ରନରେ ଆଉଟ ହୋଇଥିଲେ । ଅଧିନାୟକ ଷ୍ଟିଭେନ ସ୍ମିଥ ମଧ୍ୟ ୩୮ ରନ କରି ଜାଦେଜାଙ୍କ ବଲରେ ଆଉଟ ହୋଇଥିଲେ । ତେବେ କ୍ରିଜର ଗୋଟିଏ ପଟେ ଓପନର ଉସମାନ ଖ୍ବାଜା ନିଜର ଲଢୁଆ ବ୍ୟାଟିଂ ଜାରି ରଖିଥିଲେ ଓ ନିଜର ଶତକ ପୂରଣ କରିଥିଲେ । ଅନ୍ୟପକ୍ଷରେ କାମରୁନ ଗ୍ରୀନ ମଧ୍ୟ ନିଜର ଶତକ ପୂରଣ କରିଥିଲେ । ଖ୍ବାଜା ୧୮୦ରନ କରିଥିବାବେଳେ ଗ୍ରୀନ ୧୧୪ ରନ କରିଥିଲେ । ନିମ୍ନଭାଗ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରୁ ଟଡ୍ ମର୍ଫି ୪୧ରନ ଓ ନାଥନ ଲିଅନ ୩୪ରନ କରିଥିଲେ ।
ବିଶ୍ବ ଟେଷ୍ଟ ଚାମ୍ପିଅନସିପରେ ପହଞ୍ଚିବାକୁହେଲେ ଭାରତକୁ ଏହି ମ୍ୟାଚ ଜିତିବାକୁ ହେବ । ଅଷ୍ଟ୍ରେଲିଆ ପୂର୍ବରୁ ହିଁ ଫାଇନାଲରେ ପ୍ରବେଶ କରିସାରିଛି ।

nis-ad
Leave A Reply

Your email address will not be published.