ମାଟ୍ରିକ ପରୀକ୍ଷା : କନ୍ଧମାଳ ଜିଲ୍ଲାର ମୋଟ ୬୨ କେନ୍ଦ୍ରରେ ୧୦,୧୩୭ ଛାତ୍ରଛାତ୍ରୀ

ଫୁଲବାଣୀ : ଚଳିତ ୨୦୨୨-୨୩ ଶିକ୍ଷା ବର୍ଷରେ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ସମେଟିଭ ଆସେସମେଣ୍ଟ -୨ ମାଟ୍ରିକ ପରୀକ୍ଷାରେ କନ୍ଧମାଳ ଜିଲ୍ଲାର ମୋଟ ୬୨ କେନ୍ଦ୍ରରେ ୧୦,୧୩୭ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି। ଚଳିତବର୍ଷ ଜିଲ୍ଲାର ମୋଟ ୨୦୮ଟି ହାଇସ୍କୁଲର ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷାରେ ଅଂଶଗ୍ରହଣ କରୁଛନ୍ତି। ଏଥିପାଇଁ ଜିଲ୍ଲାରେ ମୋଟ ୧୬ଟି ନୋଡାଲ କେନ୍ଦ୍ର ସ୍ଥାପନ କରାଯାଇଛି। ଫୁଲବାଣୀ ଏଜେଓ ହାଇସ୍କୁଲ, ଖଜୁରୀପଡ଼ା ଉଚ୍ଚ ବିଦ୍ୟାଳୟ ଫିରିଙ୍ଗିଆ ସରକାରୀ ହାଇସ୍କୁଲ, ଗୋଛାପଡ଼ା ଥାନା, ବାଲିଗୁଡ଼ା ସରକାରୀ ହାଇସ୍କୁଲ, କ.ନୂଆଗାଁ ସରକାରୀ ହାଇସ୍କୁଲ, କୋଟଗଡ଼ ତୁମୁଡ଼ିବନ୍ଧ ଥାନା, ସେଣ୍ଟ ବେଲଘର ଥାନା, ଦାରିଙ୍ଗବାଡ଼ି ବ୍ରାହ୍ମଣୀଗାଁ ଥାନା, କ୍ୟାଥେରିନ ବାଳିକା ରାଇକିଆ ଉଚ୍ଚ ବିଦ୍ୟାଳୟ,
ଘୁ.ଉଦୟଗିରି ହବାକ୍ ହାଇସ୍କୁଲ, ଟିକାବାଲି ସରକାରୀ ଉଚ୍ଚ ବିଦ୍ୟାଳୟ, ଚକାପାଦ ଥାନା, ସାରଙ୍ଗଡ଼ ହାଇସ୍କୁଲରେ ନୋଡ଼ାଲ ସେଣ୍ଟର କରାଯାଇଥବା ବେଳେ ଆଜି ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଏବଂ ଏ ଜେ ଓ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପରୀକ୍ଷା ସେଣ୍ଟର ହେଇଛି l ପ୍ରଥମ ଦିନ ପରୀକ୍ଷା ଶାନ୍ତି ଶୃଙ୍ଖଳାର ସହ ଶେଷ ହୋଇଥିବା ଦେଖିବାକୁ ମିଳିଛି l ଏସ ଏସ ଭି ଏମ ପରୀକ୍ଷା କେନ୍ଦ୍ରରେ ମୋଟ ୨୪୩ ମଧ୍ଯରୁ ୨୩୭ ଜଣ ଉପସ୍ଥିତ ଥିବା ବେଳେ ୬ ଜଣ ଅନୁପସ୍ଥିତ ଥିବା ବିଦ୍ୟାଳୟ ସୂତ୍ରରୁ ପ୍ରକାଶ ପାଇଛି l ସେହିପରି ସମଗ୍ର କନ୍ଧମାଳ ଜିଲ୍ଲାରେ ଏଚ ଏସ ସି ପରୀକ୍ଷା ପାଇଁ ୧୦୨୪୮ ଜଣ ପରୀକ୍ଷାର୍ଥୀ ଫର୍ମ୍ ପୂରଣ କରିଥିବା ବେଳେ ୯୬୮୧ ଜଣ ଉପସ୍ଥିତ ଥିଲେ ଏବଂ ୫୬୭ ଜଣ ଅନୁପସ୍ଥିତ ଥିବା ଜିଲ୍ଲା ଶିକ୍ଷା ଅଧିକାରୀ ସୂଚନା ଦେଇଛନ୍ତି l

nis-ad
Leave A Reply

Your email address will not be published.