ରାଉରକେଲା : ରାଉରକେଲା ଜିଲ୍ଲା ବିଜୁଜନତା ଦଳର ସଭାପତି ତଥା ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକଙ୍କ ସଭାପତିତ୍ଵରେ ମୁଖ୍ୟମନ୍ତ୍ରୀଙ୍କ ଆସନ୍ତାକାଲି ରାଉରକେଲା ଆଗମନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଟିତ ହୋଇଯାଇଛି । ଆମ ଜିଲ୍ଲାର ପର୍ଯ୍ୟବେକ୍ଷକ ତଥା ଗ୍ରାମଊନ୍ନୟନ ଏବଂ ଦକ୍ଷତା ବିକାଶ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡାଇ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆସନ୍ତା କାଲି ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସଂପର୍କରେ ବିସ୍ତୃତ ଆଲୋଚନା କରିଥଲେ। ପ୍ରାପ୍ତ ସୂଚନା ଅନୁଯାୟୀ ମୁଖ୍ୟମନ୍ତ୍ରୀ ଅପରାହ୍ନ ୫.୨୦ରେ ଉଡାଜାହାଜ ପଡିଆରେ ଅବତରଣ କଳା ପରେ ନବନିର୍ମିତ ବୀର୍ସାମୁଣ୍ଡା ଆଥଲେଟିକ ଷ୍ଟାଡିୟମ କୁ ୫.୩୦ରେ ପହଁଚି, ଯୁବ କ୍ରୀଡାବିତ ଓ ସର୍ବସାଧାରଣ ମାନଙ୍କ ପାଇଁ ନୂତନ ଷ୍ଟାଡିୟମ ଉନ୍ମୋଚନ ଓ ଲୋକାର୍ପଣ କରିବେ ।ଏହାପରେ ସନ୍ଧ୍ୟା ୭ ଘଟିକାରେ ବୀର୍ସାମୁଣ୍ଡ ହକି ଷ୍ଟାଡିୟମରେ ହେଉଥିବା ଭାରତ ଓ ଜର୍ମାନୀ ଆନ୍ତର୍ଜାତୀୟ ହକି ପ୍ରତିଯୋଗୀତା କୁ ଶୁଭାରମ୍ଭ କରିବା ସହିତ ଆହୁରି ଅନେକ କାର୍ଯ୍ୟ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ଘଡ଼ାଇ ସୂଚନା ଦେଇଥିଲେ । ଏଥିନିମନ୍ତେ ସମସ୍ତ କର୍ମୀମାନେ ଅତି ଶୃଙ୍ଖଳାର ସହିତ ମୁଖ୍ୟମନ୍ତ୍ରୀଙ୍କ ଗ୍ରସ୍ତକୁ ସଫଳ କରିବାକୁ ନିବେଦନ କରିଥିଲେ । ବୈଠକରେ ପୂର୍ବତନ ବିଧାୟକ ନିହାର ସୋରେନ, ରାଜ୍ୟ ଯୁବ କାର୍ଯ୍ୟକାରୀ ସଭାପତି ବୈକୁଣ୍ଠ ନାଏକ,ବିରମିତ୍ରପୁର ପୌରାଧ୍ୟକ୍ଷ ସଂଜୀବ ମିଶ୍ର,ବିଶ୍ରା ବ୍ଲକ ଅଧକ୍ଷ ଫୁଲମନୀ କେରକେଟା,ନୂଆଗାଁ ବ୍ଲକ ଅଧକ୍ଷ ବିଶ୍ଵାସୀ ଟପ୍ପୋ,କୁଆରମୁଣ୍ଡା ବ୍ଲକ ଅଧକ୍ଷ ଜ୍ୟୋତି କେର୍କେଟା,ଜିଲପରିଷଦ ସଦସ୍ୟ ଜ୍ୟୋତି ଟେଟେ, ରାଜେନ୍ଦ୍ର କୁଜୁର, ଡି.ମିଞ୍ଜ, ମକୁଳ ଏକ୍କା, ସାମନାଥ ରାହା,ପ୍ରଦୀପ ରାଉତରାୟ,ମୋନୁ ଦାସ,ରାଉରକେଲା ନଗର ସଭାପତି ଗଗନ ପଣ୍ଡା,ଜିଲା ଉପସଭାପତି ସୁଦାମ ଦାସ, କାନ୍ଦୁରା ମହାନ୍ତି, ମୁଖପାତ୍ର ଜୟନ୍ତ କୁମାର ମିଶ୍ର, ବରିଷ୍ଠ ନେତା ଶ୍ରୀଚରଣ ମହାନ୍ତି ,ବିଲାଲ ଆହମଦ,ରାଜ୍ୟ ଆଇନିଜୀବୀ ଉପସଭାପତି ସନ୍ତୋଷ ନାୟକ, ରାଜ୍ୟ ଯୁବ ସାଧାରଣ ସମ୍ପାଦକ ସୁବାସ ସ୍ଵାଇଁ, ଅନ୍ୟତମ ସାଧାରଣ ସମ୍ପାଦକ ବିଭୁତି ପୁହାଣ, ରାଜ୍ୟ ଛାତ୍ର ସମ୍ପାଦକ ଡି ଅବିକ କୁମାର, ଦୁଷ୍ମନ୍ତ ରାଉତରାୟ, ବାବୁ ଖାନ,ମହିଳା ନେତ୍ରୀ ଜ୍ୟୋସ୍ନା ନାୟକ,ଯୁବସଭାପତି ସୁଶାନ୍ତ ରାଉତ,ନିରଞ୍ଜନ ଚୌଧୁରୀ, ଭରତ ଦାସ,ଗୁଡୁ ସୋନର, ଶିତୁ ସାମଲ, ବଇନା ସାମଲ, ପ୍ରମୁଖ ବହୁ ନେତାମାନେ ଉପସ୍ଥିତ ଥିଲେ l
Sign in
Sign in
Recover your password.
A password will be e-mailed to you.