କନ୍ଧମାଳ ଆଉଟସୋର୍ସିଂ କର୍ମଚାରୀଙ୍କ ଆନ୍ଦୋଳନ ପାଇଁ ପ୍ରସ୍ତୁତି…

ଫୁଲବାଣୀ : ଆଉଟ ସୋର୍ସିଂ କର୍ମଚାରୀଙ୍କ ସ୍ଥାୟୀ ଚାକିରୀ ଦାବୀ କଥା ସରକାର ଭୂଲିଯାଇଥିବା ନେଇ ଫୁଲବାଣୀ ଏମକେଏସପି ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।ଗତ ନଭେମ୍ବର ମାସରେ ଆଉଟ ସୋର୍ସିଂ କର୍ମଚାରୀଙ୍କର ଭୁବନେଶ୍ୱର ଠାରେ ଆନ୍ଦୋଳନ ସମୟରେ ରାଜ୍ୟ ସରକାରଙ୍କ ପ୍ରତିନିଧିଙ୍କ ହସ୍ତକ୍ଷେପ ପରେ ସଂଘର କର୍ମକର୍ତ୍ତା ଓ ରାଜ୍ୟ ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ ଆଲୋଚନା ହୋଇ ଆନ୍ଦୋଳନ ସ୍ଥଗିତ କରାଯାଇଥିଲା। କିନ୍ତୁ ଇତି ମଧ୍ୟରେ ତିନିମାସ ବିତିଯାଇଥିଲେ ମଧ୍ୟ କୌଣସି ସାକାରତ୍ମକ ପଦକ୍ଷେପ ନିଆ ଯାଇନାହିଁ କିମ୍ବା ସଂଘର କର୍ମକର୍ତ୍ତାଙ୍କ ସହ କୌଣସି ଆଲୋଚନା ହୋଇନାହିଁ।ତେଣୁ ଫୁଲବାଣୀ ଆଉଟ ସୋର୍ସିଂ ସଘର ଏକ ବୈଠକ ଫୁଲବାଣୀ ଏମକେଏସ ପି ଠାରେ ଅନୁଷ୍ଠିତ ହୋଇଛି ।

ମାର୍ଚ୍ଚ ୧୧ତାରିଖ ସୁଦ୍ଧା ଜିଲାର ଆଉଟ ସୋର୍ସିଂ କର୍ମଚାରୀଙ୍କ ତଥ୍ୟ ରାଜ୍ୟକୁ ପଠାଇବାକୁ କୁହାଯାଇଛି।ମାର୍ଚ୍ଚ ୧୩/୧୪ଦୁଇଦିନ ଧରି ଜିଲ୍ଲାରେ ପ୍ରତିବାଦ ସଭା ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର ପ୍ରଦାନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ତାପରେ ମାର୍ଚ୍ଚ ୧୪ରୁ ୧୮ପର୍ଯ୍ୟନ୍ତ କାର୍ଯ୍ୟ କ୍ଷେତ୍ରରେ କଳାବ୍ୟାଚ ପରିଧାନ କରି ପ୍ରତିବାଦ ଜାରିରଖିବେ। ଇତି ମଧ୍ୟରେ ସରକାର କୌଣସି ପଦକ୍ଷେପ ଗ୍ରହଣ ନ କଲେ ରାଜ୍ୟ ସଂଘର ପରାମର୍ଶ ଅନୁସାରେ ଆଗାମୀ ଆନ୍ଦୋଳନ ଯୋରଦାର କରାଯିବ ବୋଲି ଗଣ ମଧ୍ୟମକୁ ସୂଚନା ଦିଆଯାଇଛି।

nis-ad
Leave A Reply

Your email address will not be published.