ବିଧାୟକ ଉପାନ୍ତ ଅଞ୍ଚଳର ସମସ୍ୟା ବୁଝି, ଦଳୀୟ କର୍ମୀଙ୍କ ଆୟୋଜିତ କାର୍ଯ୍ୟକ୍ରମରେ ଦେଲେ ଯୋଗ…

ଦାରିଙ୍ଗବାଡ଼ି, ୦୯/୦୩ : ଜି ଉଦୟଗିରି ନିର୍ବାଚନ ମଣ୍ଡଳୀର ବିଧାୟକ ସାଲୁଗା ପ୍ରଧାନ ବ୍ରାହ୍ମଣୀଗାଁ ଅଞ୍ଚଳର ଉପାନ୍ତ ଇଲାକାର ଥିବା ବିଭିନ୍ନ ଗ୍ରାମରେ ରହିଥିବା ବିଭିନ୍ନ ସମସ୍ୟା ନେଇ ଅଭିଯୋଗ ପାଇ, ଉପାନ୍ତ ଇଲାକାରେ ଥିବା ବିଭିନ୍ନ ଗାଁରେ ପହଞ୍ଚି ସମସ୍ୟାର ସମାଧାନ କରିବା ପ୍ରୟାସ ଜାରି ରଖି ଛନ୍ତି। ଆଜି ବିଧାୟକ, ବିଡିଓ ଗଦାଧର ପାତ୍ର ଓ ସହକାରୀ ଯନ୍ତ୍ରୀଙ୍କୁ ନେଇଁ ଶ୍ରାମଗୁଡି ଗ୍ରାମରେ ପହଞ୍ଚି ଲୋକଙ୍କ ସହ ଆଲୋଚନା କରି ସମସ୍ୟା ସମାଧାନ କରିବା ନେଇଁ ପ୍ରତି ସୃତି ଦେଇଥିଲେ। ପ୍ରକାଶ ଥାଉକି ତିତିଲି ସମୟର ଲଗାଣ ବର୍ଷାରେ ଶ୍ରାମଗୁଡି ଗ୍ରାମରେ ଦୀର୍ଘ ଲମ୍ବର ଘାଇ ସୃଷ୍ଟି ହୋଇ ଚାଷ ଜମି ସବୁ ନଷ୍ଟ ହୋଇ ଯାଥିବାରୁ ଆଡ଼ି ବନ୍ଧ ନିର୍ମାଣ କରିବା ସହିତ ପାନୀୟ ଜଳ ସମସ୍ୟାର ସମାଧାନ କରିବାକୁ ପ୍ରତିଶୃତି ଦେଇଥିବା ଜଣାପଡିଛି। ଏହାପରେ କାଟିଙ୍ଗିଆ ଓ କୁମ୍ଭାରୀଗାଁ ସ୍ଥିତ ଫାଇବ ଟି ଉଚ୍ଚ ବିଦ୍ୟାଳୟର ପରିଦର୍ଶନ କରିଥିବା ଖବର ହସ୍ତଗତ ହୋଇଛି।

ଏହା ପରେ ଅଞ୍ଚଳର କର୍ମୀ ମାନଙ୍କ ଦ୍ୱାରା କିରାମା ଗ୍ରାମର ଆଦିବାସୀ ବଡ଼ ସାହିରେ ଆୟୋଜିତ ହୋଇଥିବା ମିଶ୍ରଣ ପର୍ବରେ ଯୋଗ ଦେଇଥିଲେ। ପ୍ରକାଶ ଥାଉକି କିରାମାହା ଗ୍ରାମକୁ କଂଗ୍ରେସର ଗଡ଼ ଓ ଆଦିବାସୀ ବଡ଼ ସାହିକୁ ବିଜେପିର ଗଡ଼ କୁହାଯାଉଥିଲା। ହେଲେ ଏହି ମିଶ୍ରଣ ପର୍ବରେ ବହୁ ମହିଳା ସାମିଲ ହେବାସହିତ ଆଦିବାସୀ ବଡ଼ ସହିର ସବୁ ପରିବାର ବିଜୁ ଜନତା ଦଳରେ ସାମିଲ ହୋଇଥିଲେ। ବିଧାୟକ କିରାମା ଗ୍ରାମ ବାସୀଙ୍କ ଦାବି ସବୁ ଅତିଶୀଘ୍ର ପୂରଣ କରା ଯିବ ବୋଲି ନିଜ ବକ୍ତବ୍ୟରେ ରଖିଥିଲେ। ବିଧାୟକ ସାଲୁଗା ପ୍ରଧାନଙ୍କ ସହି ଜିଲା ପରିଷଦ ସଭ୍ୟ ରଞ୍ଜନ ପ୍ରଧାନ, ବ୍ଲକ ସଭାପତି ଜ୍ୟୋତିରାଜ ପ୍ରଧାନ, ସାଂସଦ ପ୍ରତିନିଧି ଅକ୍ଷୟ କୁମାର ନାୟକ, ଜିଲା ସମ୍ପାଦକ ଦୀପକ କୁମାର ସାହୁ, ଜିଲା ଉପ ସଭାପତି ଧର୍ମେନ୍ଦ୍ର ପ୍ରଧାନ, ଜିଲା ସହ ସମ୍ପାଦକ ଜ୍ୟୋତି ସିଂ, ଝିଞ୍ଜିରିଗୁଡା ପଞ୍ଚାୟତ ସର ପଞ୍ଚ ଚାନ୍ଦିନୀ ପ୍ରଧାନ, ଆଦିବାସୀ ଉନ୍ନୟନ ସଦସ୍ୟ ରମାକାନ୍ତ ମାଝୀ,ଜିଲା ଯୁବ ସମ୍ପାଦକ ବାବୁନି ପଣ୍ଡା, ପଞ୍ଚାୟତ ସଭାପତି ଏଲିଓ ମାଝୀଙ୍କ ସହିତ ବରିଷ୍ଠ କର୍ମୀ ବିରଞ୍ଚି ବିଷୋୟୀ, ଦେବଚନ୍ଦ୍ର ମଳିକ , ଚିନା ଦୋରାଙ୍କ ସହିତ ଅଞ୍ଚଳ ବହୁ ଦଳୀୟକର୍ମୀ କର୍ମୀ ସମୁହ ଉପସ୍ଥିତ ଥିଲେ।

nis-ad
Leave A Reply

Your email address will not be published.